
united kingdom have started pilot test of four day work a week with same pay
କର୍ମଚାରୀଙ୍କ ପାଇଁ ଏକ ବଡ ଖୁସି ଖବର (GOOD NEWS)ଆସିଛି । ଏଣିକି ସପ୍ତାହକୁ ମାତ୍ର ୪ ଦିନ କାମ କଲେ ମିଳିବ ପୁରା ଦରମା ।
ସୂଚନା ଅନୁଯାୟୀ, ପ୍ରାଇଭେଟ କର୍ମଚାରୀଙ୍କ ପାଇଁ ଏକ ବଡ ଖୁସି ଖବର । ବ୍ରିଟେନର ୭୦ଟି କମ୍ପାନୀରେ ୩୩୦୦ରୁ ଅଧିକ କର୍ମଚାରୀ ସୋମବାର ଠାରୁ ଚାରି ଦିନିଆ କାର୍ଯ୍ୟ ସପ୍ତାହ ଆରମ୍ଭ କରୁଛନ୍ତି । ପରୀକ୍ଷାମୂଳକ ଭାବେ ଏହି ଅଭିଯାନ ଆରମ୍ଭ କରାଯାଇଛି । କିନ୍ତୁ କମ କାର୍ଯ୍ୟଦିବସ ପାଇଁ କୌଣସି କର୍ମଚାରୀଙ୍କ ଦରମା ହ୍ରାସ କରାଯିବ ନାହିଁ ବୋଲି ସୂଚନା ମିଳିଛି ।
ବ୍ରିଟେନର ସପ୍ତାହକୁ ୪ ଦିନିଆ କାମର ଏହି ପାଇଲଟ୍ ଆସନ୍ତା ଛଅ ମାସ ପର୍ଯ୍ୟନ୍ତ ଚାଲିବ । ଏଥିରେ ସ୍ଥାନୀ ମାଛ ଦୋକାନ ଠାରୁ ଆରମ୍ଭ କରି ବଡ଼ ଆର୍ଥିକ କମ୍ପାନୀର ହଜାର ହଜାର ଶ୍ରମିକ ସାମିଲ ହୋଇଛନ୍ତି । କେମ୍ବ୍ରିଜ୍ ୟୁନିଭରସିଟି, ଅକ୍ସଫୋର୍ଡ ୟୁନିଭରସିଟି ଏବଂ ବୋଷ୍ଟନ୍ କଲେଜର ଗବେଷକଙ୍କ ସହଭାଗିତାରେ ଏହି ଅଭିଯାନ ଚାଲିଛି । ପରୀକ୍ଷଣା ବେଳେ କର୍ମଚାରୀମାନେ ଅଧିକ ଉତ୍ପାଦନ କରିବାର ଲକ୍ଷ୍ୟ ନେଇ ୪ ଦିନିଆ କାର୍ଯ୍ୟ ଅଭିଯାନ ଆରମ୍ଭ କରାଯାଇଛି । ଏଥିରେ କର୍ମଚାରୀମାନେ ୮୦% ଘଣ୍ଟା କାମ କରିବେ କିନ୍ତୁ ତାଙ୍କୁ ୧୦୦% ଦରମା ଦିଆଯିବ ।
କାର୍ଯ୍ୟ ସପ୍ତାହକୁ ଛୋଟ କରିବାକୁ ଆହ୍ୱାନ ମହାମାରୀ ମଧ୍ୟରେ ଅନେକ ଦେଶରେ ଲୋକାଦୃତ ହୋଇଛି । ଯେହେତୁ କୋଭିଡ ସମୟରେ ଲକ୍ଷ ଲକ୍ଷ କର୍ମଚାରୀ ଘରଠାରୁ ଦୂରକୁ କାମ କରିବାକୁ ଯାଉଥିଲେ । ସେମାନଙ୍କ ଯାତାୟାତର ସମୟ ଏବଂ ଖର୍ଚ୍ଚ କାଟିବା ଜଟିଳ ହୋଇଥିଲା । ଗବେଷକମାନେ କହିଛନ୍ତି ଯେ, ଆଇସଲାଣ୍ଡରେ ପ୍ରଥମେ ଚାରି ଦିନିଆ କାର୍ଯ୍ୟ ପରମ୍ପରା ଆରମ୍ଭ ହୋଇଥିଲା । ତାହା ସେଠାରେ ସଫଳ ହେଲା ପରେ ଅନ୍ୟ ଦେଶ ଗୁଡିକ ସେହି ପଦ୍ଧତି ପ୍ରତି ଆକୃଷ୍ଟ ହୋଇଛନ୍ତି । ୨୦୧୫ରୁ ୨୦୧୯ ମଧ୍ୟରେ ଶ୍ରମିକମାନଙ୍କୁ ସମାନ ଘଣ୍ଟା ପାଇଁ ସମାନ ପରିମାଣର ଦରମା ଦିଆଯାଉଥିଲା । କିନ୍ତୁ କାର୍ଯ୍ୟ ଦିବସ ହ୍ରାସ ପରେ ଉତ୍ପାଦନ ସମାନ ରହିବା ସବ କମ୍ପାନୀର ମଧ୍ୟ ଉନ୍ନତି ହେଲା ବୋଲି ଗବେଷକମାନେ କହିଛନ୍ତି ।
ଭାରତର ଯୋଜନା କ’ଣ?
ଭାରତରେ ମଧ୍ୟ ଏହି ପରି କିଛି ଯୋଜନା ରହିଛି । ନୂତନ ଶ୍ରମ ନୀତି ପାଇଁ କେନ୍ଦ୍ର ନିୟମ ଚୂଡାନ୍ତ କରୁଛି, ଶ୍ରମ ମନ୍ତ୍ରଣାଳୟ ବର୍ତ୍ତମାନ ସଂସ୍ଥାଗୁଡ଼ିକୁ ପାଞ୍ଚ କିମ୍ବା ଛଅ ବଦଳରେ ଚାରିଟି କାର୍ଯ୍ୟଦିବସ ପାଇଁ ଅନୁମତି ପ୍ରଦାନ କରିବାକୁ ଚିନ୍ତା କରୁଛି । ଆସନ୍ତା ଆର୍ଥିକ ବର୍ଷରେ ମଜୁରୀ, ସାମାଜିକ ସୁରକ୍ଷା, ଇଣ୍ଡଷ୍ଟ୍ରିଆଲ ରିଲେସନ ଏବଂ ବୃତ୍ତି ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟ ପରିସ୍ଥିତି ଉପରେ ସରକାର ଚାରୋଟି ନୂତନ ଶ୍ରମ ନୀତି କାର୍ଯ୍ୟକାରୀ କରିବେ ବୋଲି ଆଶା କରାଯାଉଛି । ଏହା ଚାରି ଦିନିଆ କାର୍ଯ୍ୟ ପାଇଁ ଏକ ପଥ ପରିଷ୍କାର କରିବ ।
ନୂତନ ଶ୍ରମ ନୀତି ଅନୁଯାୟୀ, ୱାର୍କ କଲଚର ସହିତ ଜଡିତ ଅନେକ ଦିଗ, କର୍ମଚାରୀଙ୍କ ବେତନ, କାର୍ଯ୍ୟ ସମୟ ଏବଂ ସପ୍ତାହ ଦିନ ସଂଖ୍ୟା ବଦଳାଯିବ ବୋଲି ମିଡିଆ ରିପୋର୍ଟ ଦାବି କରିଛି। ରିପୋର୍ଟରେ ଦର୍ଶାଯାଇଛି ଯେ, ସରକାର ଏହି ନୀତି ଅନୁଯାୟୀ ନିୟମାବଳୀ ଚୂଡ଼ାନ୍ତ କରିସାରିଛନ୍ତି ଏବଂ ବର୍ତ୍ତମାନ ଶ୍ରମ ଏକ ଯୁଗ୍ମ ତାଲିକା ବିଷୟ ହୋଇଥିବାରୁ ରାଜ୍ୟଗୁଡ଼ିକ ସେମାନଙ୍କ ଉପରେ ନିୟମାବଳୀ ପ୍ରସ୍ତୁତ କରିବା ଆବଶ୍ୟକତା ମଧ୍ୟ ରହିଛି ।
ପ୍ରକାଶ ଥାଉ ଯେ, ଏହା ବ୍ୟତୀତ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ଯଦି ଏହି ନିୟମ ଆସିଲେ ବି କର୍ମଚାରୀମାନଙ୍କୁ ଚାରି ଦିନରେ ୧୨ ଘଣ୍ଟା ଲେଖାଏଁ କାମ କରିବାକୁ ପଡିବ, ଯାହାକି ୪୮ ଘଣ୍ଟିଆ ସାପ୍ତାହିକ କାର୍ଯ୍ୟ ସମୟକୁ ପୂରଣ କରିବ । ଚାରି ଦିନର କାର୍ଯ୍ୟଭାରରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଯୋଗୁଁ ଘରକୁ ନେଉଥିବା ଦରମା ହ୍ରାସ ହେବ ଏବଂ ଇପିଏଫ୍ ଭାଗିଦାରୀ ବୃଦ୍ଧି ପାଇବ । ତେବେ ଏହା କର୍ମ ଚାରୀଙ୍କୁ ଏକ ବିକଳ୍ପ ଭାବେ ଦିଆଯାଇ ପାରେ ବୋଲି ଚର୍ଚ୍ଚା ହେଉଛି ।
ଆସିଲା ଆଉ ଏକ ଖୁସି ଖବର, କେନ୍ଦ୍ରୀୟ କର୍ମଚାରୀଙ୍କ ବଢ଼ିବ DA!
7th Pay Commission: ଜୁଲାଇରୁ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪% ବୃଦ୍ଧି!
Share your comments