
UPI records 6 billion transactions in July
ଡିଜିଟାଲ ଭାରତ ଦିଗରେ ଆଗକୁ ବଢୁଛି ଦେଶ । ଡିଜିଟାଲ ପେମେଣ୍ଟକୁ ମଧ୍ୟ ମିଳୁଛି ଦେଶବାସୀଙ୍କ ବିପୁଳ ସମର୍ଥନ ଡିଜିଟାଲ । ଏହି କ୍ରମରେ ପ୍ରଥମ ଥର ଜୁଲାଇ ମାସରେ 600 କୋଟି ଟପିଛି ୟୁପିଆଇ(UPI) ଟଙ୍କା ଲେଣଦେଣ । ଡିଜିଟାଲ ଟଙ୍କା କାରବାର ଲାଗି 2016ରେ ଆରମ୍ଭ ହୋଇଥିଲା ୟୁପିଆଇ(UPI) ।
ଜୁଲାଇ ମାସରେ 600 କୋଟି ୟୁପିଆଇ(UPI) ନେଣଦେଣ ଭଳି ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧିକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦୧୬ ପରଠାରୁ ଏହା ସର୍ବାଧିକ ନେଣଦେଣ ।
କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଟ୍ବିଟର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି । ନୂଆ ପ୍ରଯୁକ୍ତି ଆପଣାଇ ଅର୍ଥନୀତି ସ୍ୱଚ୍ଛ କରିବା ପାଇଁ ଦେଶବାସୀଙ୍କ ସଂକଳ୍ପକୁ ଏହା ଦର୍ଶାଉଛି । କୋଭିଡ- ୧୯ ମହାମାରୀ ବେଳେ ଡିଜିଟାଲ ନେଣଦେଣ ବେଶ ସହାୟକ ହୋଇଥିଲା ।
ଜୁଲାଇ ମାସରେ ୬୨୮ ବିଲିୟନ ୟୁପିଆଇ କାରବାର ହୋଇଥିବା ନେଇ ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ (NPCI) ରୋପ୍ଟରୁ ଜଣାପଡିଛି । ଜୁନ ମାସରେ ଏହି କାରବାର ରହିଥିଲା ୫୮୬ ବିଲିୟନ । ଜୁନ ତୁଳନାରେ ଜୁଲାଇରେ ଏହି କାରବାର ୪.୭୭ ପ୍ରତିଶତ ବୃଦ୍ଧି ପାଇଛି । ଜୁନ ମାସରେ ଏହି କାରବାର ମୂଲ୍ୟ ୧୦,୧୪,୩୮୪ କୋଟି ଟଙ୍କା ରହିଥିଲା। ଅର୍ଥାତ ଜୁନ ତୁଳନାରେ ଜୁଲାଇରେ ଏଥିରେ ୪.୭୭ ପ୍ରତିଶତ ବୃଦ୍ଧି ଘଟିଛି। ତେବେ ମେ ମାସରେ ୟୁପିଆଇ କାରବାର ସଂଖ୍ୟା ୫୯୫ କୋଟି ଥିବାବେଳେ ମୂଲ୍ୟଦୃଷ୍ଟିରୁ ଏହା ୧୦,୪୧,୫୦୬ କୋଟି ଟଙ୍କା ରହିଥିଲା।
Share your comments