1. କୃଷି ଖବର

ଡାଲି ଆତ୍ମନିର୍ଭରଶୀଳ ମିଶନ୍ ଓ କପା ଉତ୍ପାଦନ ମିଶନ୍....

କୃଷକ, ଗରିବ, ମଧ୍ୟବିତ୍ତ ଶ୍ରେଣୀ ଠାରୁ ଆରମ୍ଭ କରି ମହିଳା ଏବଂ ଶିଶୁଙ୍କ ଶିକ୍ଷା, ପୁଷ୍ଟିକର ଖାଦ୍ୟ ଏବଂ ସ୍ୱାସ୍ଥ୍ୟ, ତଥା ଷ୍ଟାର୍ଟଅପ୍, ନବସୃଜନ ଏବଂ ପୁଞ୍ଜି ବିନିଯୋଗ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରିବାରେ ଏହି ବଜେଟ୍ ହେଉଛି ମୋଦୀ ଜୀଙ୍କର ଏକ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣ ।

Tanushree Mahapatra
Tanushree Mahapatra
Urban Challenge Fund in india

Urban Challenge Fund in india

କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କେନ୍ଦ୍ର ବଜେଟ୍ ୨୦୨୫କୁ ପ୍ରତ୍ୟେକ କ୍ଷେତ୍ରରେ ଏକ ବିକଶିତ ତଥା ସମୃଦ୍ଧ ଭାରତ ଗଠନ ପାଇଁ ମୋଦୀ ସରକାରଙ୍କ ଦୂରଦୃଷ୍ଟିର ଏକ ବ୍ଲୁ ପ୍ରିଣ୍ଟ ଭାବରେ ପ୍ରଶଂସା କରିଛନ୍ତି। ଏହି ଅନ୍ତର୍ଭୂକ୍ତ ଏବଂ ଦୂରଦୃଷ୍ଟି ସମ୍ପନ୍ନ ବଜେଟ୍ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନେରନ୍ଦ୍ର ମୋଦୀ ଏବଂ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ।

ଏକ୍ସରେ ଏକାଧିକ ପୋଷ୍ଟ କରି ଶ୍ରୀ ଅମିତ ଶାହ କହିଛନ୍ତି ଯେ କେନ୍ଦ୍ର ବଜେଟ୍ ୨୦୨୫ ପ୍ରତ୍ୟେକ କ୍ଷେତ୍ରରେ ଏକ ବିକଶିତ ତଥା ସମୃଦ୍ଧ ଭାରତ ଗଠନ ପାଇଁ ମୋଦୀ ସରକାରଙ୍କ ଦୂରଦୃଷ୍ଟିର ଏକ ବ୍ଲୁ ପ୍ରିଣ୍ଟ । ସେ କହିଛନ୍ତି ଯେ କୃଷକ, ଗରିବ, ମଧ୍ୟବିତ୍ତ ଶ୍ରେଣୀ ଠାରୁ ଆରମ୍ଭ କରି ମହିଳା ଏବଂ ଶିଶୁଙ୍କ ଶିକ୍ଷା, ପୁଷ୍ଟିକର ଖାଦ୍ୟ ଏବଂ ସ୍ୱାସ୍ଥ୍ୟ, ତଥା ଷ୍ଟାର୍ଟଅପ୍, ନବସୃଜନ ଏବଂ ପୁଞ୍ଜି ବିନିଯୋଗ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରିବାରେ ଏହି ବଜେଟ୍ ହେଉଛି ମୋଦୀ ଜୀଙ୍କର ଏକ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣ l

ଶ୍ରୀ ଅମିତ ଶାହ କହିଛନ୍ତି ଯେ ବଜେଟରେ କୃଷକଙ୍କ କଲ୍ୟାଣ ପାଇଁ ମୋଦୀ ସରକାରଙ୍କ ପ୍ରତିବଦ୍ଧତା ପ୍ରତିଫଳିତ ହୋଇଛି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା କମ୍‍ ଫସଲ ଉତ୍ପାଦନ ହେଉଥିବା ୧୦୦ଟି ଜିଲ୍ଲାରେ ଉତ୍ପାଦନ କ୍ଷମତା ବୃଦ୍ଧି କରିବା ସହିତ ପ୍ରାୟ ୧.୭ କୋଟି ଚାଷୀଙ୍କୁ ଉପକୃତ କରିବାକୁ ଲକ୍ଷ୍ୟ ରଖିଛି। ଏହା ସହିତ, ଡାଲି ଆତ୍ମନିର୍ଭରଶୀଳ ମିଶନ୍ ଏବଂ କପା ଉତ୍ପାଦନ ମିଶନ୍ କୃଷକଙ୍କ ସମୃଦ୍ଧତାକୁ ପ୍ରୋତ୍ସାହିତ କରିବ ଏବଂ ପୁଷ୍ଟିକର ସୁରକ୍ଷାକୁ ବଢାଇବ ।

କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ବଜେଟ୍ ଠାରୁ ଆରମ୍ଭ କରି କ୍ୟାବିନେଟ୍ ପର୍ଯ୍ୟନ୍ତ କୃଷକମାନେ ମୋଦୀ ସରକାରଙ୍କ ଯୋଜନା ଏବଂ ନୀତିର ମୂଳ ଅଂଶ ଅଟନ୍ତି। ସେ କହିଛନ୍ତି ଯେ ୟୁରିଆ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ପାଇଁ ସରକାର ୨୦୨୫ ବଜେଟରେ ଆସାମରେ ୧୨.୭ ଲକ୍ଷ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଏକ ୟୁରିଆ ପ୍ଲାଣ୍ଟ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସହିତ କିସାନ୍ କ୍ରେଡିଟ୍ କାର୍ଡ (କେସିସି) ରେ ଋଣ ପରିମାଣ ୩ଲକ୍ଷ ଟଙ୍କାରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି ଯାହାକି ଚାଷୀମାନଙ୍କୁ ସହାୟତା କରିବ ।

୧.୫ ଲକ୍ଷ କୋଟି ଟଙ୍କା ଯୋଡି ଋଣ ଗ୍ୟାରେଣ୍ଟିକୁ ଦ୍ୱିଗୁଣିତ କରିଥିବାରୁ ଶ୍ରୀ ଅମିତ ଶାହ ଏମଏସଏମଇ କ୍ଷେତ୍ରକୁ ଅଭିନନ୍ଦନ ଜଣାଇଛନ୍ତି। ଏହା ଷ୍ଟାର୍ଟଅପ୍ ଏବଂ ଉତ୍ପାଦନ କେନ୍ଦ୍ର ବୃଦ୍ଧିକୁ ସହାୟତା କରିବ ବୋଲି ସେ କହିଛନ୍ତି। ଶ୍ରୀ ଶାହ କହିଛନ୍ତି ଯେ ଜୋତା, ଚମଡା ଏବଂ ଖେଳନା ଉତ୍ପାଦନ ଶିଳ୍ପ ଉପରେ ବଜେଟର ଧ୍ୟାନ ତୃଣମୂଳ ସ୍ତରରେ ନିଯୁକ୍ତି ସୃଷ୍ଟି କରିବ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଜୀଙ୍କର ବିକଶିତ ଭାରତର ଦୃଷ୍ଟିକୁ ଆଗକୁ ବଢାଇବ ।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ୨୦୨୫ ବଜେଟରେ ମୋଦୀ ସରକାର ବିହାରବାସୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଉପହାର ଦେଇଛନ୍ତି। ଶ୍ରୀ ଶାହ କହିଛନ୍ତି, ମଖାନା ବୋର୍ଡ ପ୍ରତିଷ୍ଠା, ମିଥିଳାଞ୍ଚଳରେ ପାଶ୍ଚାତ୍ୟ କୋଶୀ କେନାଲ ପ୍ରକଳ୍ପ, ଆଇଆଇଟି ପାଟଣାର ସମ୍ପ୍ରସାରଣ, ଜାତୀୟ ଖାଦ୍ୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ, ଉଦ୍ୟୋଗ ଏବଂ ପରିଚାଳନା ଏବଂ ନୂତନ ବିମାନବନ୍ଦର ସହ ଜଡିତ ନିଷ୍ପତ୍ତି ବିହାରକୁ ଶିକ୍ଷା, ବ୍ୟବସାୟ, ସଂଯୋଗୀକରଣ, କୃଷକ କଲ୍ୟାଣ ଏବଂ ଆଗାମୀ ବର୍ଷରେ ରୋଜଗାର କ୍ଷେତ୍ରରେ ଏକ ହବ୍‍ କରିବ ।

Read more

ଓଡ଼ିଶା ପାଇଁ ଐତିହାସିକ ରେଳ ବଜେଟ୍.....

ଭାରତର ବିକାଶ ଯାତ୍ରାର ପ୍ରଥମ ଇଞ୍ଜିନ୍ ହେଉଛି କୃଷି: ବଜେଟ୍ ୨୦୨୫-୨୬

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ