1. କୃଷି ଖବର

ସଙ୍କଟ ସମୟରେ ଶ୍ରୀଲଙ୍କାକୁ ଆମେରିକାର ସହାୟତା, ଚାଷୀଙ୍କୁ 4 କୋଟି ଡଲାର ଘୋଷଣା

ଶ୍ରୀଲଙ୍କା(srilanka)କୁ ସହାୟତାର ହାତ ବଢାଇଛି ଆମେରିକା । ଶନିବାର ଆମେରିକା ଶ୍ରୀଲଙ୍କାକୁ 4 କୋଟି ଡଲାର ସହାୟତା ଘୋଷଣା କରିଛି।

Shuvanshu Kar
Shuvanshu Kar
US announces $40 million agricultural aid to Sri Lanka

US announces $40 million agricultural aid to Sri Lanka

ଗମ୍ଭୀର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା(srilanka)କୁ ସହାୟତାର ହାତ ବଢାଇଛି ଆମେରିକା । ଶନିବାର ଆମେରିକା ଶ୍ରୀଲଙ୍କାକୁ 4 କୋଟି ଡଲାର ସହାୟତା ଘୋଷଣା କରିଛି । ଏହା ଦ୍ବାରା ପରବର୍ତ୍ତୀ କୃଷି ଋତୁ ପାଇଁ ସାର ଏବଂ ଅନ୍ୟାନ୍ୟ କୃଷି ସମ୍ବଳ କ୍ରୟ କରିବାରେ ଶ୍ରୀଲଙ୍କା(srilanka)କୁ ସହାୟକ ହେବ ।

ଶ୍ରୀଲଙ୍କା ଗସ୍ତରେ ଥିବା ଆମେରିକୀୟ ସଂଗଠନ USAID ପ୍ରଶାସକ ସମାନ୍ଥା ପାୱାର ଏହି ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଚାଷୀଙ୍କୁ ଦିଆଯାଇଥିବା 60 ଲକ୍ଷ ଡଲାର ଏହି ସହାୟତାରୁ ଏହା ଅଲଗା ବୋଲି ସମାନ୍ଥା କହିଛନ୍ତି ।

ବିଦେଶୀ ପୁଞ୍ଜି ସଙ୍କଟ ହେତୁ ଶ୍ରୀଲଙ୍କାରେ କୃଷି ଉତ୍ପାଦନ ଗତ ଦୁଇ କୃଷି ଋତୁରେ ଅଧାରୁ କମ୍ ହୋଇଯାଇଛି। ପାଓ୍ବାର କହିଛନ୍ତି ଯେ ଏହି ଆର୍ଥିକ ସହାୟତା 10 ଲକ୍ଷ କୃଷିକଙ୍କୁ ସମୟ ପୂର୍ବରୁ ଲାଭ ପହଞ୍ଚାଇବ । ଏହା ଖାଦ୍ୟ ଶସ୍ୟର ଅଭାବକୁ ଦୂର କରିବାରେ ସାହାଯ୍ୟ କରିବ ।

ଗତ କିଛି ମାସ ହେବ ଶ୍ରୀଲଙ୍କା ଏକ ଗମ୍ଭୀର ଆର୍ଥିକ ଏବଂ ଇନ୍ଧନ ସଙ୍କଟ ସହ ମୁକାବିଲା କରୁଛି। ବୈଦେଶିକ ମୁଦ୍ରା ଅଭାବ ହେତୁ ଶ୍ରୀଲଙ୍କା ଏହାର ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ବର୍ତ୍ତମାନ ଅସମର୍ଥ ।

ନିକଟରେ ଶ୍ରୀଲଙ୍କାରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ପାଖାପାଖି 500 ଟଙ୍କାରେ ପହଞ୍ଚିଥିଲା । ବ୍ୟାଙ୍କିଙ୍ଗ ଏବଂ ଲଜିଷ୍ଟିକ୍ ସମସ୍ୟା ହେତୁ ତୈଳ ପରିବହନରେ ବାଧା ଉପୁଜୁଛି । ଗତ କିଛି ମାସ ହେବ ଶ୍ରୀଲଙ୍କାର ଅବସ୍ଥା ଅତ୍ୟନ୍ତ ଖରାପ । ଅର୍ଥନୈତିକ କ୍ଷେତ୍ରରେ ସମସ୍ୟା ସହ ଆରମ୍ଭ ହୋଇଥିବା ସଙ୍କଟ ବର୍ତ୍ତମାନ ରାଜନୈତିକ ଅସ୍ଥିରତାର ପରିସ୍ଥିତି ସୃଷ୍ଟି କରିଛି । ଏହି ସମୟରେ ଶ୍ରୀଲଙ୍କାରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ମୂଲ୍ୟ ଆକାଶ ଛୁଆଁ ହୋଇଛି ।

ଆକାଶ ଛୁଆଁ ପରିବା ଦର; ମୂଳା କିଲୋ ୪୯୦,ଆଳୁ କିଲୋ ୨୨୦ଟଙ୍କା

ତେଲରେ ନିଆଁ, 500 ଛୁଇଁଲା ପେଟ୍ରୋଲ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments