News

ଏବେ ବିଦେଶୀ ଖାଇବେ ଆମ ଦେଶର ଆଳୁ...

ଉଦ୍ୟାନ କୃଷି ମାର୍କେଟିଂ ୪୦ ଟନ୍ ଆଳୁ ଓମାନକୁ ପଠାଇଛି ।ଏ ନେଇ ସରକାର କହିଛନ୍ତି ଯେ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଯଥାସମ୍ଭବ ଚେଷ୍ଟା କରାଯାଉଛି । ଧୀରେ ଧୀରେ ଭାରତର ଅନ୍ୟ ସ୍ଥାନର କୃଷକମାନଙ୍କ ଅନ୍ୟ ସବୁ ଉତ୍ପାଦ ମଧ୍ୟ ବିଦେଶକୁ ରପ୍ତାନି ହେବ। ଏହା ଦ୍ୱାରା କୃଷକଙ୍କ ଆୟ ମଧ୍ୟ ବୃଦ୍ଧି ପାଇବ।

28 April, 2023 12:41 PM IST By: Priyambada Rana

ଉତ୍ତରପ୍ରଦେଶର ଚାଷୀଙ୍କ ପାଇଁ ଏକ ଖୁସି ଖବର । ବିଶେଷ କରି ଆଳୁ ଚାଷ କରୁଥିବା ଚାଷୀମାନେ ଏବେ ବିଦେଶକୁ ଆଳୁ ରପ୍ତାନି କରି ବେଶ୍ ଭଲ ଦୁଇ ପଇସା ରୋଜଗାର କରିପାରିବେ । ବର୍ତ୍ତମାନ ସେମାନେ ଆଳୁ ଚାଷରୁ ଭଲ ମୂଲ୍ୟ ପାଇପାରିବେ, କାରଣ ଉତ୍ତରପ୍ରଦେଶର ଆଳୁ ବର୍ତ୍ତମାନ ବିଦେଶକୁ ପଠାଯାଉଛି । ଉଦ୍ୟାନ କୃଷି, କୃଷି, ମାର୍କେଟିଂ ଏବଂ ବୈଦେଶିକ ବାଣିଜ୍ୟ ମନ୍ତ୍ରୀ ଦୀନେଶ ପ୍ରତାପ ସିଂ ଏହାକୁ ଅନୁମୋଦନ କରିଛନ୍ତି ।

ବିଶେଷ କଥା ହେଉଛି ଆଳୁ ରପ୍ତାନି ପାଇଁ ଉଦ୍ୟାନ କୃଷି ମାର୍କେଟିଂ ଏବଂ ରାଷ୍ଟ୍ର ମନ୍ତ୍ରୀ ଲୁଲୁ ଗ୍ରୁପ୍ ସହିତ ହାତ ମିଳାଇ କାମ କରୁଛନ୍ତି । ଏବେ କେବଳ ଦୁଇ କଣ୍ଟେନର ଆଳୁ ବିଦେଶକୁ ପଠାଯାଇଛି । ଯଦି ସବୁ ଠିକ୍ ଠାକ୍ ଚାଲେ ତେବେ ଆଗାମୀ ଦିନରେ ଆହୁରି ଅନେକ ଆଳୁ କଣ୍ଟେନର ବିଦେଶକୁ ପଠାଯିବ । ଏଥି ସହ ଉତ୍ତରପ୍ରଦେଶର ଆଳୁ ଚାଷୀମାନେ ସରକାରଙ୍କର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି।

ଲୁଲୁ ଗ୍ରୁପ୍ ସହାୟତାରେ ଉଦ୍ୟାନ କୃଷି ମାର୍କେଟିଂ ୪୦ ଟନ୍ ଆଳୁ ଓମାନକୁ ପଠାଇଛି ।ଏ ନେଇ ସରକାର କହିଛନ୍ତି ଯେ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଯଥାସମ୍ଭବ ଚେଷ୍ଟା କରାଯାଉଛି । ଧୀରେ ଧୀରେ ଭାରତର ଅନ୍ୟ ସ୍ଥାନର କୃଷକମାନଙ୍କ ଅନ୍ୟ ସବୁ ଉତ୍ପାଦ ମଧ୍ୟ ବିଦେଶକୁ ରପ୍ତାନି ହେବାର ମଧ୍ୟ ବ୍ୟବସ୍ଥା କରାଯାଉଛି। ଏହା ଦ୍ୱାରା କୃଷକଙ୍କ ଆୟ ମଧ୍ୟ ବୃଦ୍ଧି ପାଇବ ଓ ସେମାନେ ଭଲ ଦୁଇ ପଇସା ରୋଜଗାର ମଧ୍ୟ କରିପାରିବେ ।

ସୂଚନା ଅନୁସାରେ ଚଳିତ ବର୍ଷ ଉତ୍ତରପ୍ରଦେଶରେ ଆଳୁ ଭଲ ଉତ୍ପାଦନ ହୋଇଛି। ଏହି କାରଣରୁ ଉତ୍ତରପ୍ରଦେଶରେ ଆଳୁର ମୂଲ୍ୟ ମଧ୍ୟ ହ୍ରାସ ପାଇଛି । ଏଭଳି ପରିସ୍ଥିତିରେ ଚାଷୀମାନେ ଫସଲ ଅମଳ ବେଳେ ଯେଉଁ ଅର୍ଥ ବ୍ୟୟ କରିଥିଲେ ତାହାର ମୁନାଫା ତାଙ୍କୁ ମିଳିପାରୁନାହିଁ । ଫେବୃଆରୀ ମାସରେ କୃଷକମାନେ ଉପଯୁକ୍ତ ମୂଲ୍ୟ ନ ପାଇ କ୍ରୋଧିତ ହୋଇ ରାସ୍ତାରେ ଆଳୁ ପକାଇବା ଆରମ୍ଭ କରିଥିଲେ। କୃଷକମାନେ କହିଛନ୍ତି ଯେ ଆଳୁର ମୂଲ୍ୟ ଏତେ କମ୍ ହୋଇଯାଇଛି ଯେ ସେମାନେ ଏହାର ଉପଯୁକ୍ତ ମୂଲ୍ୟ ପାଇବାରୁ ବଞ୍ଚିତ ହୋଇଛନ୍ତି ।

ଏଭଳି ପରିସ୍ଥିତି ହେତୁ କୃଷକମାନେ ଆଳୁକୁ ଶୀତଳ ଭଣ୍ଡାରରେ ରଖିବା ଆରମ୍ଭ କରିଛନ୍ତି, ଯାହାଫଳରେ ମୂଲ୍ୟ ବଢ଼ିବା ପରେ ସେମାନେ ଏହାକୁ ବିକ୍ରୟ କରିପାରିବେ । କିନ୍ତୁ, ଅନେକ ଜିଲ୍ଲାରେ ଅଧିକ ଆଳୁ ଉତ୍ପାଦନ ହେତୁ ଶୀତଳ ଭଣ୍ଡାର ଭିତରେ ମଧ୍ୟ ସ୍ଥାନ ଅଭାବ ଦେଖାଯାଛି ।ଏଭଳି ପରିସ୍ଥିତିରେ କୃଷକମାନେ ଆଳୁର ସର୍ବନିମ୍ନ ସହାୟତା ମୂଲ୍ୟ ସ୍ଥିର କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ଏଥି ସହିତ କୃଷକଙ୍କ ଦାବି ତଥା ବିରୋଧୀଙ୍କ ଆଲୋଡ଼ନ ପରେ ଉତ୍ତରପ୍ରଦେଶ ସରକାର ରାଜ୍ୟରେ ଆଳୁର ସର୍ବନିମ୍ନ ସହାୟତା ମୂଲ୍ୟ କ୍ୱିଣ୍ଟାଲ ପିଛା ୬୫୦ଟଙ୍କା ଧାର୍ଯ୍ୟ କରିଛନ୍ତି। କିନ୍ତୁ ଏହା ସତ୍ତ୍ୱେ କୃଷକମାନେ ଅସନ୍ତୋଷ ଥିବା ଦେଖିବାକୁ ମିଳିଛି । କୃଷକମାନେ କହିଛନ୍ତି ଯେ ଆଳୁ ଲଗାଇବା ଠାରୁ ଆରମ୍ଭ କରି ବିକ୍ରୟ ପାଇଁ ବଜାରକୁ ନେବା ପର୍ଯ୍ୟନ୍ତ ଏହାର ମୂଲ୍ୟ କ୍ୱିଣ୍ଟାଲ ପିଛା ୮୦୦ଟଙ୍କା ପଡ଼ି ଯାଉଛି ।ଏଭଳି ପରିସ୍ଥିତିରେ ସରକାର କ୍ୱିଣ୍ଟାଲ ପିଛା ୬୫୦ ଟଙ୍କା ହାରରେ ସର୍ବନିମ୍ନ ସହାୟତା ମୂଲ୍ୟ ସ୍ଥିର କରୁଛନ୍ତି ଯଦ୍ୱାରା ସେମାନଙ୍କୁ କ୍ଷତି ସହିବାକୁ ପଡ଼ୁଛି ।

ଆଳୁ ଫସଲରେ ରୋଗ ପୋକ ରୁ ପାଆନ୍ତୁ ମୁକ୍ତି, ଜାଣନ୍ତୁ ଉପାୟ ......

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)