1. କୃଷି ବିଶ୍ବକୋଷ

ଆଳୁ ଫସଲରେ ରୋଗ ପୋକ ରୁ ପାଆନ୍ତୁ ମୁକ୍ତି, ଜାଣନ୍ତୁ ଉପାୟ ......

Tanushree Mahapatra
Tanushree Mahapatra
To save potato from pests and diseases

To save potato from pests and diseases

ପ୍ରାୟତଃ ଦେଶରେ ତଥା ଅନେକ ରାଜ୍ୟ ରେ ଆଳୁଚାଷ କରାଯାଏ । ଏହା ୟୁରୋପୀୟ ଦେଶମାନଙ୍କରେ ମୁଖ୍ୟ ଖାଦ୍ୟ ଏବଂ ଆମ ଦେଶରେ ମୁଖ୍ୟ ପରିବା ଫସଲ ରୂପେ ପରିଗଣିତ ହୁଏ । ଆଉ ଏବେ ଆଳୁ ଚାଷକୁ ଅର୍ଥକାରୀ ଫସଲ ଭାବେ ବିବେଚନା କରାଯାଉଛି । ଆଳୁରେ ଶ୍ଵେତସାର ବ୍ୟତୀତ ଉଚ୍ଚ ମାନର ପ୍ରୋଟିନ୍, ଧାତବ ଲବଣ ଓ ଭିଟାମିନ୍ ଇତ୍ୟାଦି ରହିଛି ( potato farmng )

ଚିତା ରୁ ବଡ ସମସ୍ତଙ୍କୁ ଏହି ଆଳୁ ପସନ୍ଦ l ଆଳୁ ବିନା ଯେମିତି ଖାଦ୍ୟ ଅଧା ରହିଯାଏ  l ବିଶ୍ୱ ଖାଦ୍ୟ ସଂସ୍ଥା ଏହି ଫସଲକୁ ଭବିଷ୍ୟତର ଖାଦ୍ୟ ରୂପେ ଅଭିହିତ କରିଛନ୍ତି । ଆମ ଦେଶରେ ୧.୯ ମିଲିୟନ୍ ହେକ୍ଟର ଜମିରେ ଆଳୁ ଚାଷ ହୁଏ ଆଉ ଏଥିରୁ ୪୬ ମିଲିୟନ୍‌ ଟନ୍‌ ଆଳୁ ଉତ୍ପାଦନ ହୋଇଥାଏ । ଓଡ଼ିଶାରେ ପ୍ରାୟ  ୩୦ଟି ଜିଲ୍ଲାରେ ୧୫ହଜାର ହେକ୍ଟର ଜମିରେ ଶୀତଦିନେ ଆଳୁଚାଷ ହୋଇଥାଏ । ଆଳୁ ଚାଷ ଏକ ପ୍ରକାର ଲାଭକାରୀ ଚାଷ ମଧ୍ୟ l

ଦେଶର ହେକ୍ଟର ପିଛା ଉତ୍ପାଦନ ୨୩୦ କୁଇଣ୍ଟାଇ ହୋଇଥିଲାବେଳେ ରାଜ୍ୟରେ ଏହା ୧୬୦ କୁଇଣ୍ଟାଲ ହୋଇଥାଏ । ଆଳୁ ଫସଲର ଉତ୍ପାଦନ ଶକ୍ତି ବଢାଇବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ରାଜ୍ୟ ରେ ସରକାର ମଧ୍ୟ ଅନେକ ଯୋଜନା ହାତକୁ ନେଇଛନ୍ତି ଆଳୁ ଚାଷ l ଆଳୁ ଫସଲରେ ବିଶ୍ଵବ୍ୟାପୀ ପୋକ ଓ ସୂତ୍ରଜୀବ ଯୋଗୁଁ ଶତକଡା ୧୮ ପ୍ରତିଶତ ଓ ରୋଗ ଯୋଗୁଁ ୧୨ ପ୍ରତିଶତ କ୍ଷତି ହୋଇଥାଏ । ଆମ ଦେଶରେ ଉଛୁର ପତ୍ରପୋଡା ଯୋଗୁଁ ୧୦ ରୁ ୭୦%, ବିଭିନ୍ନ ପ୍ରକାରର ଭୂତାଣୁ ଦ୍ଵାରା ୫ରୁ ୬୦%, ବୀଜାଣୁ ଜନିତ ଝାଉଁଳା ଯୋଗୁଁ ୩୦ ପ୍ରତିଶତ ଓ ଆଳୁ କନ୍ଦ ପ୍ରଜାପତି ଦ୍ଵାରା ୫୦ ପ୍ରତିଶତ କ୍ଷତି ହୋଇଥାଏ । ବେଳେ ବେଳେ ଏହାର ପରିମାଣ ବଢି ଯାଇଥାଏ ଯାହାର ଖେତୀ ଚାଷୀ ସହିଥାଏ l

ଆମ ରାଜ୍ୟରେ ଆଳୁ ଫସଲରେ ଫିମିଜନିତ ଉଛୁର ପତ୍ରପୋଡା, ସଅଳ ପତ୍ରପୋଡା, ଟିଟିପ୍ତ ପତ୍ରଦାଗ, ଶୁଷ୍କସଢ଼ା, ବୀଜାଣୁଜନିତ ଝାଉଁଳା , କଳାମୁଳିଆ , ଯାଦୁରା, ଭୂତାଣୁଜନିତ ପତ୍ରମୋଚା, କୋଢ଼ି ରୋଗ ଏବଂ ଜଉପୋକ, ଆଳୁ ମଥ, ଧବଳ ଭୁଙ୍ଗ, କଭିକ କୀଟ, କାଙ୍କଡିଆ, ଅଷ୍ଟପଦୀ ଇତ୍ୟାଦି କୀଟ ଲାଗିଥାଏ ।  ସଂକ୍ରମିତ ପତ୍ର ଓ ଆଳୁରେ ରୋଗର ଲକ୍ଷଣ ଦେଖାଯାଏ । ପ୍ରଥମେ ଗଛର ତଳା ବୁଢ଼ାପତ୍ର ଆକ୍ରାନ୍ତ ହୁଏ ! ସେଗୁଡିକରେ ୧-୨ ମି.ମି. ଗୋଲାକାରଠାରୁ ଅଣ୍ଡାକୃତି ବାଦାମୀ ଦାଗ ଦେଖିବାକୁ ମିଳେ । ସେଗୁଡ଼ିକ କ୍ରମଶଃ ବଢ଼ି କୋଣାକାର ହୁଏ । ସଂକ୍ରମିତ ଅଂଶ ପତ୍ର ର ବାଦାମୀ ପଡିଯାଏ । ସେଥିରେ ଗାଢ ଓ ଫିକା ରଙ୍ଗର ରେଣୁ ବଳୟ ଦେବାକୁ ମିଳେ । ସମଗ୍ର ପତ୍ରଟି ବାଦାମି ପଡି ପରେ ଶୁଖିଯାଇଥାଏ । ସଂକ୍ରମିତ ଆଳୁ ଚୋପାର ଠିକ୍ ତଳ ଅଂଶ ବାଦାମୀ ପଡ଼ି ଶକ୍ତ ହୋଇ ଶୁଖି ଯାଇଥାଏ ।

ଏଥିପାଇଁ ରୋଗମୁକ୍ତ ବିହନ ବ୍ୟବହାର କରନ୍ତୁ । ସନ୍ତୁଳିତ ସାର ପ୍ରୟୋଗ କରନ୍ତୁ ଯାହା ଆପଣଙ୍କ ଫସଲ କୁ ସବୁଜ ସୁନ୍ଦର କରିବ । କୁଫ୍ରୀ ଚିସୋନା-୧, କୁଫ୍ରୀ ଚିପସୋନା- ୨, କୁଫ୍ରୀ  ଚିପ୍ରସୋନା-୩ ଆଦି ରୋଗ ସହଣୀ କିସମ ବ୍ୟବହାର କରନ୍ତୁ । ଆଳୁ ଲଗାଇବାର ୪୫ ଦିନରେ ଥରେ ୧% ୟୁରିଆ ଏବଂ ଠିକ ଏହାର ୧୦ ଦିନ ପରେ ଆଉଥରେ ଏହାକୁ ଛିଞ୍ଚନ କରନ୍ତୁ । ଫସଲରେ ୫% ସଂକ୍ରମଣ ଦେଖିଲେ ମାକୋଜେନ୍ କିମ୍ବା କପରିଅକ୍ସି ସ୍କୋରାଇଡ୍ ୦.୩% ସିଞ୍ଚନ କରନ୍ତୁ । ଏବେ ବଜାରରେ  ଫିମ୍ପିନାଶକ ରାସାୟନିକ ଔଷଧ ମିଳୁଛି । ତାକୁ ମଧ୍ୟ ୦.୩% ହିସାବରେ ସିଞ୍ଚନ କରିପାରିବେ, ଯାହାଦ୍ଵାରା ବେଶୀ ସୁଫଳ ମିଳିବ ।

ଜୈବିକ ଉପାୟରେ 'ରୁଫଟପ୍ ଗାର୍ଡ଼େନିଙ୍ଗ' ଯାହା ଛାତକୁ କରେ ଦ୍ବିଗୁଣିତ ସୁନ୍ଦର

ଜାଣନ୍ତୁ ବେଲ ଚାଷ କରି କିପରି ହୋଇପାରିବେ ଧନୀ....

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

Latest feeds

More News