1. କୃଷି ଖବର

କୃଷି ଅନୁସନ୍ଧାନରେ ନିବେଶ ପାଇଁ ଉପରାଷ୍ଟ୍ରପତିଙ୍କ ଆହ୍ବାନ

କୃଷି ଉତ୍ପାଦନରେ ନିରନ୍ତର ଲାଭ ହାସଲ କରିବା ପାଇଁ କୃଷି ଅନୁସନ୍ଧାନରେ ଅଧିକ ବିନିଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ।

KJ Staff
KJ Staff
Vice President M Venkaiah Naidu calls for fund boost to agriculture research

Vice President M Venkaiah Naidu calls for fund boost to agriculture research

ଦେଶର କୃଷି କ୍ଷେତ୍ରରେ ଅନେକ ସଂସ୍କାର ଆସିଛି । ନୂଆ ନୂଆ ଜ୍ଞାନ କୌଶଳର ମଧ୍ୟ ପ୍ରୟୋଗ ହେଉଛି । କୃଷି ଆଉ ଚାଷ ଜମି ଭିତରେ ସୀମିତ ହୋଇ ରହିନାହିଁ । ଏଥିରେ ବ୍ୟାପକତା ପରିଲକ୍ଷିତ ହୋଇଛି । ତେବେ କୃଷି ଉତ୍ପାଦନରେ ନିରନ୍ତର ଲାଭ ହାସଲ କରିବା ପାଇଁ କୃଷି ଅନୁସନ୍ଧାନରେ ଅଧିକ ବିନିଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ।

ଉପରାଷ୍ଟ୍ରପତି କହିଛନ୍ତି ଯେ ଭାରତରେ ଅନୁସନ୍ଧାନ ଏବଂ ବିକାଶ ପାଇଁ ହେଉଥିବା ଖର୍ଚ୍ଚ ମୋଟ ଜିଡିପିରେ କୃଷିର ଅବଦାନର ଏକ ପ୍ରତିଶତରୁ କମ୍ ଏବଂ ଅନ୍ୟ ବିକାଶଶୀଳ ତଥା ବିକଶିତ ରାଷ୍ଟ୍ରମାନେ ସେହି ଦିଗରେ ଖର୍ଚ୍ଚ କରୁଥିବା ତୁଳନାରେ କମ୍।

ଶନିବାର ହାଇଦ୍ରାବାଦରେ ICAR- ନ୍ୟାସନାଲ ଏକାଡେମୀ ଅଫ୍ ଏଗ୍ରିକଲଚର ରିସର୍ଚ୍ଚ ମ୍ୟାନେଜମେଣ୍ଟ (NAARM)ର PGDM (ABM)ର ଚତୁର୍ଥ ସ୍ନାତକୋତ୍ତର ସମାରୋହକୁ ସମ୍ବୋଧିତ କରି ଉପରାଷ୍ଟ୍ରପତି ଅନୁଭବ କରିଛନ୍ତି ଯେ ଜେନୋମିକ୍ସ, ମଲିକୁଲାର ପ୍ରଜନନ ଏବଂ ନାନୋଟେକ୍ନୋଲୋଜିରେ ବିନିଯୋଗ ହେଉଛି ହୋଟିଏ ରାସ୍ତା ।

ଗବେଷକ, କୃଷି ବଜ୍ଞାନିକ ଏବଂ କୃଷି ବ୍ୟବସାୟ ବିଶେଷଜ୍ଞମାନଙ୍କର ଭୂମିକାକୁ 'ଅପରିହାର୍ଯ୍ୟ' ବୋଲି ବିବେଚନା କରି ଉପରାଷଅଟ୍ରପତି କହିଛନ୍ତି, ସ୍ଥାୟୀ ଉତ୍ପାଦନ ପାଇଁ ନୂତନ ଟେକ୍ନୋଲୋଜିର ବିକାଶ 'lab to land' ସ୍ଲୋଗାନ ଦେଇ ଚାଷୀଙ୍କ ନିକଟକୁ ନିଆଯିବା ଆବଶ୍ୟକ ।

ଇସ୍ରାଏଲର ହାଇଟେକ ଚାଷଜମି ବୁଲିଲେ କେନ୍ଦ୍ର କୃଷିମନ୍ତ୍ରୀ

ଚନ୍ଦ୍ର ମାଟିରେ ହେଲା ଚାଷ

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments