1. କୃଷି ଖବର

ମେଧାବୀ ଛାତ୍ର ଙ୍କ ନିମନ୍ତେ ବିଦ୍ୟାଧନ ବୃତ୍ତି ଯୋଜନା ..

ମେଧାବୀ ଛାତ୍ର ଙ୍କ ନିମନ୍ତେ ବିଦ୍ୟାଧନ ବୃତ୍ତି ଯୋଜନା ..

KJ Staff
KJ Staff

ଏସ୍ଡି ଶିବୁ ଲାଲ ଓ କୁମାରୀ ଶିଶୁ ଲାଲ ଦ୍ୱାରା ପ୍ରତିଷ୍ଠିତ ସରୋଜିନୀ ଦାମୋଦରନା ଫାଉଣ୍ଡେସନ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ଗ୍ରହଣ ନିମନ୍ତେ ବୃତ୍ତି ପ୍ରଦାନ କରାଯାଉଛି |ଉଭୟ ସାଧାରଣ (୮୦%) ଓ ଦିବ୍ୟାଙ୍ଗ (୬୦ %) ଛାତ୍ରଛାତ୍ରୀ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ବିଦ୍ୟାଦାନ ବୃତ୍ତି ପ୍ରଦାନ କରାଯାଉଛି |

୨୦୧୯ ମାଟ୍ରିକ ପରୀକ୍ଷା ରେ ୮୦ % ରୁ ଅଧିକ ନମ୍ବର ରଖିଥିବା ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀମାନେ ଏହି ବୃତ୍ତି ପାଇଁ ଆବେଦନ କରିପାରିବେ |ସେହିପରି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ୭୦ % ନମ୍ବର ରଖିଥିବା ଜରୁରୀ |ମନୋନୀତ ଛାତ୍ରଛାତୀ ମାଧ୍ୟମିକ ଶିକ୍ଷା ପାଇଁ ବାର୍ଷିକ ୬ ହଜାର ଟଙ୍କାର ବୃତ୍ତି ପାଇବେ |ଯଦି ସମ୍ପୃକ୍ତ ଛାତ୍ରଛାତ୍ରୀ ଉତ୍ତମ ପ୍ରଦର୍ଶନ କରନ୍ତି,ତେବେ ଡିଗ୍ରୀ ପାଠ୍ୟକ୍ରମ ପାଇଁ ସେମାନଙ୍କୁ ୧୦ ହଜାରୁ ୬୦ ହଜାର ତାଙ୍କ ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିବ |

ଆଗ୍ରହୀ ଛାତ୍ରଛାତ୍ରୀମାନେ ଜୁଲାଇ ୩୧ ତାରିଖ ୨୦୧୯ ପୂର୍ବରୁ www .vidyadhan .com ୱେବସାଇଟରେ ଆବେଦନ କରିପାରିବେ |ସୂଚନାଯୋଗ୍ୟ ଯେ ଫାଉଣ୍ଡେସନ ପକ୍ଷରୁ ବର୍ତମାନ ସୁଦ୍ଧା ଦେଶର ୧୩ ହଜାର ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି ପ୍ରଦାନ କରାଯାଇ ସାରିଥିବା ବେଳେ ତନ୍ମଧ୍ୟରୁ ଓଡ଼ିଶାରେ ୧୦୦ ଜଣ ଛାତ୍ରଛାତ୍ରୀ ମଧ୍ୟ ଉପକୃତ ହୋଇସାରିଥିବା ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି |
ସମ୍ପ୍ରତି ଏହି କାର୍ଯ୍ୟକ୍ରମ କେରଳ ,କର୍ଣ୍ଣାଟକ ,ତାମିଲ ନାଡୁ ,ପୁଡୁଚେରୀ ,ତେଲେଙ୍ଗାନା ,ଆନ୍ଧ୍ର ପ୍ରଦେଶ ,ଗୁଜୁରାଟ ,ଗୋଆ ଏବଂ ଓଡ଼ିଶାରେ ଚାଲୁ ରହିଛି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments