
voucher to distribute under subhadra scheme
ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି ସୁଭଦ୍ରା ଯୋଜନାକୁ ନେଇ ଅଗଷ୍ଟ ୧୫ ତାରିଖ ସୁଦ୍ଧା ମୋଡାଲିଟି ଆସିବ। ତେବେବେହି ଯୋଜନା ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଶୁଭାରମ୍ଭ କରାଯିବ । ବିଭିନ୍ନ ବର୍ଗର ଲୋକଙ୍କ ମତାମତ ମଧ୍ୟ ନିଆଯିବ ଏଥିପାଇଁ। ଏହାପରେ ସେପ୍ଟେମ୍ବର ୧୭ ତାରିଖରେ ମହିଳାଙ୍କୁ ମିଳିବ ଏହି ଯୋଜନା ମାଧ୍ୟମରେ ୫୦ ହଜାର ଟଙ୍କାର ଭାଉଚର ପ୍ରଦାନ କରାଯିବ ।
ଆଗକୁ ଓଡ଼ିଶାରେ ଲାଗୁ ହେବାକୁ ଯାଉଛି ସୁଭଦ୍ରା ଯୋଜନା । ଯେଉଁଥିରେ ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କାର ଭାଉଚର । ଏହା ମହିଳାଙ୍କୁ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବ ଯାହାଦ୍ୱାରା ମହିଳା ଆଗକୁ ବଢିବେ l ମହିଳାଙ୍କ ପାଇଁ ଏହା ଏକ ନିହାତି ବଡ ଖବର କାରଣ ଓଡ଼ିଶାରେ ଖୁବଶୀଘ୍ର ଲାଗୁ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ଲୋକାଭିମୁଖୀ ଯୋଜନା "ସୁଭଦ୍ରା ।"
୨୦୨୪,ସେପ୍ଟେମ୍ବର ୧୭ ତାରିଖରେ ଆରମ୍ଭ ହେବାକୁ ଯାଉଛି ସୁଭଦ୍ରା ଯୋଜନା। ଓଡ଼ିଶାର ଲକ୍ଷ ଲକ୍ଷ ମହିଳାଙ୍କୁ ଏହା ରାଜ୍ୟ ସରକାରଙ୍କ ତରଫରୁ ବଡ ଭେଟି । ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କା ଭାଉଚର କାର୍ଡ । କିନ୍ତୁ, ପରିବାରରେ ସୁଭଦ୍ରା ଯୋଜନା ଜଣେ ମହିଳାଙ୍କୁ ହିଁ ମିଳିପାରିବ । ଏକ ରୁ ଅଧିକ ମହିଳାଙ୍କୁ ଏହି ସ୍କିମ୍ର କିମ୍ବା ଯୋଜନାରେ ସୁବିଧା ମିଳିବ ନାହିଁ । ବଡ ବିଷୟ ହେଉଛି ଓଡିଶା ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେପ୍ଟେମ୍ବର ୧୭ ତାରିଖରୁ ଏହା ଲାଗୁ କରାଯିବାର ସମ୍ଭାବନା ରହିଛି । ଆଗକୁ ଧୀରେ ଧୀରେ ପର୍ଯ୍ୟାୟ କ୍ରମେ ରାଜ୍ୟରେ ସମସ୍ତ ମହିଳାଙ୍କ ପାଇଁ ଲାଗୁ ହେବ ଏହି ଯୋଜନା ।
କ'ଣ କ'ଣ ଆବଶ୍ୟକ ରହିଛି ଏହି ଯୋଜନାର ଲାଭ ପାଇବା ପାଇଁ :-
-ଆପଣ ନିଶ୍ଚିତ ଭାବରେ ଓଡିଶା ରାଜ୍ୟର ବାସିନ୍ଦା ହେବା ଆବଶ୍ୟକ
-କେବଳ ବିବାହିତ ମହିଳାମାନେ ସୁଭଦ୍ରା ଯୋଜନା ପାଇଁ ଯୋଗ୍ୟ ଅଟନ୍ତି
-ପ୍ରତ୍ୟେକ ପରିବାରରେ କେବଳ ଜଣେ ହିତାଧିକାରୀ ରହିପାରିବେ
-ଅବିବାହିତ ମହିଳାମାନେ ଏହି ସୁବିଧା ପାଇଁ ଯୋଗ୍ୟ ନୁହଁନ୍ତି
-ମହିଳାଙ୍କ ବୟସ ୨୩ ରୁ ୫୯ ବର୍ଷ ମଧ୍ୟରେ ହେବା ଉଚିତ୍
-ମହିଳାମାନଙ୍କୁ ସରକାରଙ୍କ ଦ୍ୱାରା ନିୟୋଜିତ କରିବା ଉଚିତ୍ ନୁହେଁ
-ଏହି ଯୋଜନାର ଲାଭ ପରିବାର ପ୍ରତି କେବଳ ଜଣେ ମହିଳାଙ୍କୁ ପ୍ରଦାନ କରାଯିବ
-ଅଙ୍ଗନୱାଡି କର୍ମୀମାନେ ମଧ୍ୟ ଏହି ଯୋଜନା ଅଧୀନରେ ଲାଭ ପାଇବାକୁ ଯୋଗ୍ୟ ଅଟନ୍ତି
ଅଧିକ ପଢ଼ନ୍ତୁ
Share your comments