1. କୃଷି ଖବର

ଚାଷ ପାଇଁ ଶସ୍ତା ଋୁଣ ନେବାକୁ ଚାହୁଁଛନ୍ତି କି ? ଶୀଘ୍ର କରନ୍ତୁ କିସାନ କ୍ରେଡିଟ କାର୍ଡ

କିସାନ କ୍ରେଡିଟ କାର୍ଡ ତିଆରି କରିବା ବେଶ ସହଜ । ଯଦି ଆପଣ ପିଏମ କିସାନ ସମ୍ମନନିଧି ଯୋଜନାର ଲାଭାର୍ଥୀ ତେବେ ଏହା ଆପଣଙ୍କ ପାଇଁ ଆହୁରି ସହଜ । ଏହାକୁ ତିଆରି କରି ଆପଣ ଚାଷ ପାଇଁ କମ ସୁଧ ଦରରେ ଋୁଣ ପାଇପାରିବେ ।

Shuvanshu Kar
Shuvanshu Kar
Want to get a cheap loan for farming? Quickly make a Kisan credit card

Want to get a cheap loan for farming? Quickly make a Kisan credit card

ଦେଶର ପ୍ରତ୍ୟେକ ଚାଷୀଙ୍କ ପାଖରେ କିସାନ କ୍ରେଡିଟ କାର୍ଡ ରହୁ ବୋଲି ଚାହୁଁଛନ୍ତି କେନ୍ଦ୍ର ସରକାର । କାରଣ ଚାଷୀଙ୍କୁ ଯେମିତି ଚାଷ ପାଇଁ ଟଙ୍କା ଅଭାବର ସାମ୍ନା କରିବାକୁପଡିବନି । କିସାନ କ୍ରେଡିଟ କାର୍ଡ(Kisan credit card)ର ସଂଖ୍ୟାରେ ଦ୍ବିତୀୟ ନମ୍ବରରେ ପହଁଞ୍ଚିଛି ମହାରାଷ୍ଟ୍ର । 2020ରେ ଏହା ତୃତୀୟ ସ୍ଥାନରେ ଥିଲା ।

2021ରେ ଦେଶରେ ମୋଟ 73769951 ଅପରେସନାଲ କାର୍ଡ ଥିଲା । ଏଥିରୁ 6.86 ଲକ୍ଷ କେସିସି ହିତାଧିକାରୀ କେବଳ ମହାରାଷ୍ଟ୍ରରୁ ଅଛନ୍ତି । ଯଦି ସାହୁକାରଙ୍କ ସୁଧରୁ ବଞ୍ଚିବାର ଅଛି, ତେବେ ଆପଣ ମଧ୍ୟ କେସିସି(Kisan credit card)ର ଲାଭ ଉଠାନ୍ତୁ ।

କିସାନ କ୍ରେଡିଟ କାର୍ଡ(Kisan credit card) ତିଆରି କରିବା ବେଶ ସହଜ । ଯଦି ଆପଣ ପିଏମ କିସାନ ସମ୍ମନନିଧି ଯୋଜନାର ଲାଭାର୍ଥୀ ତେବେ ଏହା ଆପଣଙ୍କ ପାଇଁ ଆହୁରି ସହଜ । ଏହାକୁ ତିଆରି କରି ଆପଣ ଚାଷ ପାଇଁ କମ ସୁଧ ଦରରେ ଋୁଣ ପାଇପାରିବେ । କେସିସି ସହ ଅଧିକରୁ ଅଧିକ ଚାଷୀଙ୍କୁ ଯୋଡିବାକୁ ଫେବୃଆରୀ 2020ରୁ ଏକ ବିଶେଷ ଅଭିଯାନ ଚଳାଇଥଇଲେ । ଏହା ଅନ୍ତର୍ଗତ 25 ଫେବୃଆରୀ 2022 ଯାଏଁ ଅର୍ଥାତ 2 ବର୍ଷରେ 2.92 କୋଟି ନୂଆ କିସାନ କ୍ରେଡିଟ କାର୍ଡ ଜାରି କରାଯାଇସାରିଛି । ଏଥରେ ମହାରାଷ୍ଟ୍ର ଚାଷୀଙ୍କ ଅଧିକ ଭାଗିଦାରୀ ରହିଛି ।

ଜମି ହିସାବରେ କିସାନ କ୍ରେଡିଟ କାର୍ଡ ଜିଆରେ 3 ଲକ୍ଷ ଟଙ୍କା ଯାଏଁ କୃଷି ଋୁଣ ମିଳିଥାଏ । ଏହା ଉପରେ ସୁଧ ଦର 9 ପ୍ରତିଶତ ରହିଥାଏ । ହେଲେ କେନ୍ଦ୍ର ସରକାର ଏହି ସୁଧ ଦରରେ 2 ପ୍ରତିଶତର ସବସିଡି ଦେଉଛନ୍ତି । ଯଦି ଆପଣ ନିର୍ଦ୍ଧାରିତ ସମୟରେ ମୂଳ ଧନ ଓ ସୁଧ ଫେରାଇ ଦେଉଛନ୍ତି, ତାହେଲେ ଆପଣଙ୍କ ସୁଧରେ ଆହୁରି 3 ପ୍ରତିଶତ କମ କରିଦିଆଯିବ । ଏହି ପରି କେସିସି ଜରିଆରେ ଚାଷୀ 3 ଲକ୍ଷ ଟଙ୍କା ଯାଏଁ ଋୁଣ ମାତ୍ର 4 ପ୍ରତିଶତ ବାର୍ଷିକ ସୁଧ ଦରରେ ହିଁ ପାଇପାରିବେ । ବଜାରରେ ଏହାଠୁ ଶସ୍ତା ଋୁଣ ଆଉ କେଉଁଠି ମିଳିନଥାଏ ।

ଯଦି ଆପଣ ମତ୍ସ୍ୟ ଓ ପଶୁପାଳନ କରୁଛନ୍ତି, ତାହେଲେ ଏହି ସୁଧ ହାରରେ 2 ଲକ୍ଷ ଟଙ୍କା ଋୁଣ ନେଇପାରିବେ । 1.60 ଲକ୍ଷ ଟଙ୍କା ଋୁଣ ପାଇ ଚାଷୀଙ୍କୁ କୌଣସି ଗ୍ୟାରେଣ୍ଟି ଦେବାକୁପଡିବନି । ଅର୍ଥାତ ଏହାଠୁ ଅଧିକ ଟଙ୍କା ଋୁଣ ନେଲେ ବ୍ୟାଙ୍କକୁ କୌଣସି ଏକ ଗ୍ୟାରେଣ୍ଟି ଦେବାକୁପଡିବ ।

କୃଷି କ୍ଷେତ୍ରରେ କ୍ରାନ୍ତି ଆଣିବ ଏଫପିଓ

ଜଳବାୟୁ ପରିବର୍ତ୍ତନ ଉପରେ ମିଳିତ ଗବେଷଣା କରିବେ ଜାପାନ-ଭାରତ

ପିଏମ କିସାନ ଯୋଜନା ଓ୍ବେବସାଇଟର ଫାର୍ମର କର୍ଣ୍ଣରରେ କିସାନ କ୍ରେଡିଟ ଫର୍ମ ଉପଲବ୍ଧ ରହିଛି । ଏହି ଫର୍ମକୁ ଡାଉନଲୋଡ କରି ଭରନ୍ତୁ । ଏଥିରେ ଆଧାର କାର୍ଡ ଓ ପାନକାର୍ଡର ଫଟୋ କପି ଲଗାନ୍ତୁ । ଏଥଇରେ ଆବେଦକ ଚାଷୀର ଫଟୋ ବି ଲଗାଇବାକୁପଡିବ । ଏହାସହି ଆଫିଡେଭିଟ ଲଗାଇବାର ଆବଶ୍ୟତା ରହିଛି । ଏହା ପରେ ଏହି ଫର୍ମଟିକୁ ନିକଟସ୍ଥ ବ୍ୟାଙ୍କରେ ଜମା କରିଦିଅନ୍ତୁ । ଯଦି ଆବେଦନ ସଠଇକ ଥାଏ, ତେବେ 14 ଦିନ ଭିତରେ କାର୍ଡ ତିଆରି ହୋଇଯିବ । ଆପଣ ଜନସେବା କେନ୍ଦ୍ରରେ ମଧ୍ୟ ଏହାକୁ ଆବେଦନ କରିପାରିବେ ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments