News

Weather Update: ସତର୍କ ସୂଚନା ଜାରି କଲା IMD

ମେ ୧୦ ତାରିଖ ରୁ ୧୩ ତାରିଖ ମଧ୍ୟରେ ଦିଲ୍ଲୀରେ ବର୍ଷା ....

08 May, 2024 4:03 PM IST By: Tanushree Mahapatra

ବର୍ତ୍ତମାନ ଭାରତରେ ପ୍ରବଳ ତାତି ଲୋକଙ୍କ ଜବଜୀବନକୁ ଅସ୍ତବ୍ୟସ୍ତ କରୁଛି । ଏହାରି ମଧ୍ୟରେ ଏକ ଆଶ୍ୱସ୍ତିକର ଖବର l ଦେଶର କେତେକ ରାଜ୍ୟରେ ଝଡ ଏବଂ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ଯେଉଁ ଅଞ୍ଚଳରେ ବର୍ଷା ହେଉଛି, ସେହି ଅଞ୍ଚଳରେ ଥଣ୍ଡା ଅନୁଭବ ହେଉଛି କିଛିଦିନ ପର୍ଯ୍ୟନ୍ତ । କମୁଛି ସେହି ଅଞ୍ଚଳର ତାପମାତ୍ରା l

ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ମେ ୮ ତାରିଖରେ ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ ସମେତ ଦେଶର ଅନ୍ୟ କେତେକ ରାଜ୍ୟରେ ପ୍ରବଳ ପବନ ସହିତ ବଜ୍ରପାତ ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । ଏଥିସହିତ ରାଜସ୍ଥାନର କିଛି ଅଞ୍ଚଳରେ ହିଟ୍ ୱେଭ୍ ଜାରି କରିଛି ବିଭାଗ ।

ତେବେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଦେଶର ରାଜଧାନୀ ଦିଲ୍ଲୀରେ ପ୍ରବଳ ପବନ ଜାରି ରହିପାରେ। ଏଥି ସହିତ, ମେ ୧୦ ତାରିଖ ରୁ ୧୩ ତାରିଖ ମଧ୍ୟରେ ଦିଲ୍ଲୀରେ ବର୍ଷା ଏବଂ ବଜ୍ରପାତ ସମ୍ପର୍କରେ ଏକ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି। IMD ର ସୂଚନା ଅନୁଯାୟୀ, ଏହି ସପ୍ତାହରେ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୨୪ ରୁ ୨୫ ଡିଗ୍ରୀ ସେଲସିୟସ ମଧ୍ୟରେ ରେକର୍ଡ ହୋଇପାରିବ ଏବଂ ସର୍ବାଧିକ ତାପମାତ୍ରା ୪୦ ରୁ ୪୨ ଡିଗ୍ରୀ ସେଲସିୟସ ମଧ୍ୟରେ ରହିପାରେ ବୋଲି ଆକଳନ କରାଯାଉଛି ।

ଏହା ବ୍ୟତୀତ ଅରୁଣାଚଳ ପ୍ରଦେଶ, ଆସାମ ଏବଂ ମେଘାଳୟରେ ମେ ୧୦ ତାରିଖ ଏବଂ ମେ ୧୧ ତାରିଖ ମଧ୍ୟ ସମାନ ପାଗ ଦେଖିବାକୁ ମିଳିପାରେ । ତେବେ ଆସନ୍ତାକାଲି ୯ ତାରିଖ ପର୍ଯ୍ୟନ୍ତ ଓଡିଶାରେ ଏବଂ ପଶ୍ଚିମବଙ୍ଗ ଏବଂ ସିକ୍କିମରେ ମେ ୧୦ ତାରିଖ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ ହୋଇଛି । ସେହିପରି ମେ ୧୧ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ଏବଂ ସିକ୍କିମ୍ ରେ ବଜ୍ରପାତ ସହିତ ହାଲୁକା ବର୍ଷା ହେବ ବୋଲି କୁହାଯାଉଛି । ମେ ୧୧ ତାରିଖ ପର୍ଯ୍ୟନ୍ତ ବିହାର, ଝାଡଖଣ୍ଡ ଏବଂ ଓଡିଶା ଭଳି ରାଜ୍ୟ ଗୁଡିକରେ ବର୍ଷା ଓ ପ୍ରବଳ ପବନ ହୋଇପାରେ ବୋଲି କୁହାଯାଉଛି ।

ଅଧିକ ପଢ଼ନ୍ତୁ

Basil Farming: କିସମ ଏବଂ ଚାଷର ସହଜ ପଦ୍ଧତି

PM KISAN: ଏବେ ମିଳିବ ୩୬ ହଜାର ଟଙ୍କାର ଲାଭ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)