News

ରାଜ୍ୟରେ ଆହୁରି ୨୪ ଘଣ୍ଟା ଛେଚିବ ବର୍ଷା

ଅବପାତର ରୂପ ନେଲା ଲଘୁଚାପ । ଦକ୍ଷିଣ ଓଡ଼ିଶା ଏବଂ ପାଶ୍ୱବର୍ତୀ ଅଞ୍ଚଳରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଅବପାତ ପ୍ରଭାବରେ ରାଜ୍ୟରେ ଲାଗି ରହିବ ବର୍ଷା । ଆଜି 8 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

11 September, 2022 11:03 AM IST By: Sudesna Nayak

ଅବପାତର ରୂପ ନେଲା ଲଘୁଚାପ (low pressure) । ଦକ୍ଷିଣ ଓଡ଼ିଶା ଏବଂ ପାଶ୍ୱବର୍ତୀ ଅଞ୍ଚଳରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ (low pressure) ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଅବପାତ ପ୍ରଭାବରେ ରାଜ୍ୟରେ ଲାଗି ରହିବ ବର୍ଷା (Rain) । ଆଜି 8 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ (Orange Warning) ଜାରି ହୋଇଛି ।

ଆଜି 8 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ (Orange Warning) ଜାରି ହୋଇଛି । ବରଗଡ଼ ଜିଲ୍ଲା, ସୋନପୁର ଜିଲ୍ଲା, ବୌଦ୍ଧ ଜିଲ୍ଲା, କନ୍ଧମାଳ ଜିଲ୍ଲା, ବଲାଙ୍ଗୀର ଜିଲ୍ଲା, ନୂଆପଡ଼ା ଜିଲ୍ଲା, କଳାହାଣ୍ଡି ଜିଲ୍ଲା, ନବରଙ୍ଗପୁର ଜିଲ୍ଲା । ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା (Rain) ହେବା ସମ୍ଭାବନା ରହିଛି ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସେହିପରି କହିବାକୁ ଗଲେ, 16 ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି ହୋଇଛି । ସେପ୍ଟେମ୍ବର 12 ଓ ସେପ୍ଟେମ୍ବର 13 ତାରିଖରେ ମଧ୍ୟ ବର୍ଷା (Rain) ହୋଇପାରେ ବୋଲି ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆଜି ରବିବାର (SUNDAY)ଦକ୍ଷିଣ ଓଡିଶାର କିଛି ସ୍ଥାନରେ ଅତି ପ୍ରବଳ ବର୍ଷା (Rain)ର ସମ୍ଭାବନା ରହିଛି । ସମ୍ଭାବ୍ୟ ବର୍ଷା (Rain)କୁ ନେଇ ବିଭିନ୍ନ ଜିଲ୍ଲା ଲାଗି ସତର୍କତା ଜାରି କରାଯାଇଛି । ସେପଟେ ଆସନ୍ତା ସେପ୍ଟେମ୍ବର 17 ଓ ସେପ୍ଟେମ୍ବର 18 ତାରିଖ ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସେପ୍ଟେମ୍ବର 8 ରେ ଲଘୁଚାପ, 4 ଦିନ ଛେଚିବ ବର୍ଷା

ସେପ୍ଟେମ୍ବର 7ରୁ ପ୍ରବଳ ବର୍ଷା ସମ୍ଭାବନା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)