News

୨୪ ତାରିଖ ଯାଏଁ ଛେଚିବ ବର୍ଷା

ଏବେ ବହୁ ଦିନ ଧରି ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି । ଆସନ୍ତାକାଲି ଠୁ ପୁଣି ୩ ଦିନ ଧରି ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହେବ । ଆସନ୍ତା ୨୪ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷିବ ।

21 July, 2022 11:08 AM IST By: Sudesna Nayak

ଏବେ ବହୁ ଦିନ ଧରି ରାଜ୍ୟରେ ଲଗାଣ ବର୍ଷା (RAIN)ଲାଗି ରହିଛି । ଆସନ୍ତାକାଲି ଠୁ ପୁଣି ୩ ଦିନ ଧରି ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା (RAIN)ହେବ । ଆସନ୍ତା ୨୪ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷିବ ।

ସୂଚନା ଅନୁଯାୟୀ, ଓଡ଼ିଶା ଉପରେ ହେବାକୁ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ହିଁ ୨୨ ତାରିଖରୁ ପ୍ରବଳ ବର୍ଷା (RAIN)ହେବ । ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଭାରି ବର୍ଷା (RAIN)ହେବ । ଜୁଲାଇ ୨୨ ତାରିଖ ଏବଂ ଜୁଲାଇ ୨୩ ତାରିଖରେ ବର୍ଷା (RAIN)ର ପରିମାଣ ଆହୁରି ବଢ଼ିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ନବରଙ୍ଗପୁର ଜିଲ୍ଲା, କଳାହାଣ୍ଡି ଜିଲ୍ଲା, ନୂଆପଡ଼ା ଜିଲ୍ଲା, ବଲାଙ୍ଗୀର ଜିଲ୍ଲା, ବରଗଡ଼ ଜିଲ୍ଲା, ସୋନପୁର ଜିଲ୍ଲା, ସମ୍ବଲପୁର ଜିଲ୍ଲା, ଝାରସୁଗୁଡ଼ା ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, ବୌଦ୍ଧ ଜିଲ୍ଲା, କନ୍ଧମାଳ ଜିଲ୍ଲା, ନୟାଗଡ଼ ଜିଲ୍ଲା ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା (RAIN)ହେବ । ଏଥିପାଇଁ ୟେଲୋ ୱାର୍ଣ୍ଣିଂ (Yellow Alert) ଜାରି କରାଯାଇଛି ।

୨୨ ତାରିଖରେ ବରଗଡ଼ ଜିଲ୍ଲା, ସମ୍ବଲପୁର ଜିଲ୍ଲା, ଅନୁଗୁଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, କଟକ ଜିଲ୍ଲା, ଜଗତସିଂହପୁର ଜିଲ୍ଲା ଓ ପୁରୀ ଜିଲ୍ଲାରେ ଅତିପ୍ରବଳ ବର୍ଷା (RAIN) ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ (Orange Warning) ଜାରି କରାଯାଇଛି ।

ସେହିଭଳି ୨୩ ତାରିଖରେ ଯାଜପୁର ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, କେନ୍ଦ୍ରାପଡା ଜିଲ୍ଲା, ଜଗତସିଂହପୁର ଜିଲ୍ଲା, କେନ୍ଦୁଝର ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା ଓ ପୁରୀ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ (Orange Warning)ଜାରି ହୋଇଛି ।

ପ୍ରକାଶ ଥାଉ ଯେ, ସେହିଭଳି ୨୪ ତାରିଖରେ ନୂଆପଡ଼ା ଜିଲ୍ଲା, କଳାହାଣ୍ଡି ଜିଲ୍ଲା, ବଲାଙ୍ଗୀର ଜିଲ୍ଲା, ବରଗଡ଼ ଜିଲ୍ଲା, ସୋନପୁର ଜିଲ୍ଲା, ବୌଦ୍ଧ ଜିଲ୍ଲା, ନବରଙ୍ଗପୁର ଜିଲ୍ଲା ଓ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅତିପ୍ରବଳ ବର୍ଷା (RAIN) ହୋଇପାରେ ।

ଆସନ୍ତାକାଲି ଓଡ଼ିଶାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା

ଜୁଲାଇ ୨୧ରୁ ପୁଣି ଭିଜିବ ଓଡିଶା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)