News

ବାତ୍ୟା ପୂର୍ବରୁ ସତର୍କ ବାଣୀ ଦେଲା ପାଣିପାଗ ବିଭାଗ...

ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଘୃର୍ଣ୍ଣି ବଳୟ । ଏହା ୭ରେ ଲଘୁଚାପ ଓ ୮ରେ ଅବପାତରେ ପରିଣତ ହେବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହା ପରବର୍ତ୍ତୀ ୨୪ ଘଣ୍ଟାରେ ଅର୍ଥାତ ୯ ତାରିଖରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ।

06 May, 2023 7:00 AM IST By: Priyambada Rana

ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଘୃର୍ଣ୍ଣି ବଳୟ । ଏହା ୭ରେ ଲଘୁଚାପ ଓ ୮ରେ ଅବପାତରେ ପରିଣତ ହେବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହା  ପରବର୍ତ୍ତୀ ୨୪ ଘଣ୍ଟାରେ ଅର୍ଥାତ ୯ ତାରିଖରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ।

ତେବେ ବାତ୍ୟା‌ର ଘନୀଭୂତର ବେଗ କେତେ ରହିବ, ଏହାର ଗତିପଥ ‌କିଭଳି ରହିବ ଓ ତୀବ୍ରତା କେ‌ତେ ରହିବ; ତାହା ଲଘୁଚାପ ସୃଷ୍ଟି ପରେ ସ୍ପଷ୍ଟ କୁହାଯାଇପାରିବ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ କୁହାଯାଇଛି। ବାତ୍ୟାର ଗତିପଥ କେନ୍ଦ୍ରୀୟ ବାଙ୍ଗୋପସାଗର ଦେଇ ମିଆଁମାର ଆଡକୁ ଯିବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।ତେବେ ବାତ୍ୟା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୦ରୁ ୨୦୦ କିମି ରହିବା ନେଇ ଆକଳନ କରାଯାଇଛି ।

ତେବେ ଆଜି ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିବା ସହ ସ୍ଥାନେ ସ୍ଥାନେ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ଉପକୂଳବର୍ତ୍ତୀ ଅଞ୍ଚଳକୁ ଆଗୁଆ ସତର୍କ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଏଥି ସହ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ମୟୂରଭଞ୍ଜ, କନ୍ଧମାଳ, କେନ୍ଦୁଝର ଓ ନବରଙ୍ଗପୁର ଆଦି ଜିଲ୍ଲାର କିଛି ସ୍ଥାନ‌ରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ହେତୁ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ସାମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟର ମୂକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ରାଜ୍ୟ ସରକାର । ଏ ନେଇ ଓଡ୍ରାଫ୍, NDRF, ଓ ସମସ୍ତ ସରକାରୀ ଓ ବେସରକାରୀ ଅଧିକାରୀଙ୍କୁ ପ୍ରାକ୍ ପ୍ରସ୍ତୁତି ପାଇଁ ସଜାଗ ରହିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। IMDର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ବାତ୍ୟା ‘ମୋଚା’ର ମୂକାବିଲା କରିବା ପାଇଁ ସମସ୍ତ ବରିଷ୍ଠ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।ଉପକୂଳ ଓ ତଳିଆ ଅଞ୍ଚଳରେ ବସବାସ କରୁଥିବା ସମସ୍ତଙ୍କୁ ଆଗୁଆ ସତର୍କ କରାଇଛନ୍ତି ପାଣିପାଗ ବିଭାଗ ।

ଏବେ ରାଜ୍ୟକୁ ଘାରିଛି ବାତ୍ୟା ଭୟ, ଆଗୁଆ ସତର୍କ କରାଉଛନ୍ତି ସରକାର...