1. କୃଷି ଖବର

ଏବେ ରାଜ୍ୟକୁ ଘାରିଛି ବାତ୍ୟା ଭୟ, ଆଗୁଆ ସତର୍କ କରାଉଛନ୍ତି ସରକାର...

ବଙ୍ଗୋପସାଗରର ଦକ୍ଷିଣ-ପୂର୍ବ ଉପକୂଳରେ ଆସନ୍ତା ମେ’ ୬ରେ ଏକ ସାଇକ୍ଲୋନିକ୍ ଷ୍ଟର୍ମ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାକି ମେ’ ୭ ତାରିଖରେ ଲଘୁଚାପର ରୂପ ନେବ । କ୍ରମଶଃ ଲଘୁଚାପଟିଘନୀଭୂତ ହୋଇ ୮ ତାରିଖରେ ଅବପାତର ରୂପ ନେବାର ସମ୍ଭାବନା ରହିଛି ।

Priyambada Rana
Priyambada Rana
Odisha weather report..pic credit: @mcbbsr

Odisha weather report..pic credit: @mcbbsr

ଏବେ ରାଜ୍ୟକୁ ଘାରିଛି ବାତ୍ୟାର(Cyclone) ଭୟ । ଏ ନେଇ ତୁହାକୁ ତୁହା ରାଜ୍ୟବାସୀଙ୍କୁ ସତର୍କ କରାଇବାରେ ଲାଗିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଭାରତୀୟ ପାଣିପାଗ ବିଭାଗ (IMD)ର ସୂଚନା ଅନୁସାରେ ବଙ୍ଗୋପସାଗରରେ ଆସନ୍ତା ୯ ତାରିଖ ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।

ଭାରତ ପାଣିପାଗ ବିଭାଗ କହିଛି ଯେ ବଙ୍ଗୋପସାଗରର ଦକ୍ଷିଣ-ପୂର୍ବ ଉପକୂଳରେ ଆସନ୍ତା ମେ’ ୬ରେ ଏକ ସାଇକ୍ଲୋନିକ୍ ଷ୍ଟର୍ମ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାକି ମେ’ ୭ ତାରିଖରେ ଲଘୁଚାପର ରୂପ ନେବ । କ୍ରମଶଃ ଲଘୁଚାପଟିଘନୀଭୂତ ହୋଇ ୮ ତାରିଖରେ ଅବପାତର ରୂପ ନେବାର ସମ୍ଭାବନା ରହିଛି । ଏ ନେଇ ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ତେବେ ପରବର୍ତ୍ତୀ ସମୟରେ ୯ ତାରିଖରେ ଏହା ବାତ୍ୟାର ରୂପ ନେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।

ସାମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟର ମୂକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ରାଜ୍ୟ ସରକାର । ଏ ନେଇ ଓଡ୍ରାଫ୍, NDRF, ଓ ସମସ୍ତ ସରକାରୀ ଓ ବେସରକାରୀ ଅଧିକାରୀଙ୍କୁ ପ୍ରାକ୍ ପ୍ରସ୍ତୁତି ପାଇଁ ସଜାଗ ରହିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। IMDର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ବାତ୍ୟା ‘ମୋଚା’ର ମୂକାବିଲା କରିବା ପାଇଁ ସମସ୍ତ ବରିଷ୍ଠ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।ଉପକୂଳ ଓ ତଳିଆ ଅଞ୍ଚଳରେ ବସବାସ କରୁଥିବା ସମସ୍ତଙ୍କୁ ଆଗୁଆ ସତର୍କ କରାଇଛନ୍ତି ପାଣିପାଗ ବିଭାଗ ।

ତେବେ ସୋଆର ସିଇସି ନିର୍ଦ୍ଦେଶକ ଡ.ଶରତ ସାହୁଙ୍କ କହିବା ଅନୁସାରେ, ଆସନ୍ତା ୭ କିମ୍ବା ୮ତାରିଖ ମଧ୍ୟରେ ଏହା ସ୍ପଷ୍ଟ ଚିତ୍ର ଜଣାପଡ଼ିବ । ୭ କିମ୍ବା ୮ତାରିଖରେ ଏହି ଲଘୁଚାପ ସୃଷ୍ଟି ହେବା ପରେ ଅବପାତର ରୂପ ନେବା ନେଇ ପରେ ଏହା ବାତ୍ୟାର ରୂପ ନେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।୧୩ କିମ୍ବା ୧୪ରେ ବାତ୍ୟା ଉଗ୍ରରୂପ ନେବ ବୋଲି ପୂର୍ବାନୁମାନ କରାଯାଉଥିବା ସୂଚନା ମିଳିଛି ।

ବାତ୍ୟା ‘ମୋଚା’କୁ କିପରି ସାମ୍ନା କରିବ ଓଡ଼ିଶା ? ସମସ୍ତେ Ready ତ ?

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments