1. କୃଷି ଖବର

ବାତ୍ୟା ‘ମୋଚା’କୁ କିପରି ସାମ୍ନା କରିବ ଓଡ଼ିଶା ? ସମସ୍ତେ Ready ତ ?

ଏବେ ରାଜ୍ୟକୁ ଘାରିଛି ବାତ୍ୟା ‘ମୋଚା’(Mocha)ର ଭୟ । ଏ ନେଇ ଘନ ଘନ ରାଜ୍ୟବାସୀଙ୍କୁ ସତର୍କ କରାଇବାରେ ଲାଗିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଆସନ୍ତା ୬ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋବସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଥିବା ସୂଚନା ମିଳିଛି । ଆସନ୍ତା ୪୮ ଘଣ୍ଟା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଏହି ସମୟ ମଧ୍ୟରେ ଏହା ଲଘୁଚାପର ରୂପ ନେଇ ଘନୀଭୂତ ହେବା ସହ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି ।

Priyambada Rana
Priyambada Rana
Cyclone Alert...Pic Credit: @mcbbsr

Cyclone Alert...Pic Credit: @mcbbsr

ଏବେ ରାଜ୍ୟକୁ ଘାରିଛି ବାତ୍ୟା ‘ମୋଚା’(Mocha)ର ଭୟ । ଏ ନେଇ ଘନ ଘନ ରାଜ୍ୟବାସୀଙ୍କୁ ସତର୍କ କରାଇବାରେ ଲାଗିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଆସନ୍ତା ୬ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋବସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଥିବା ସୂଚନା ମିଳିଛି । ଆସନ୍ତା ୪୮ ଘଣ୍ଟା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଏହି ସମୟ ମଧ୍ୟରେ ଏହା ଲଘୁଚାପର ରୂପ ନେଇ ଘନୀଭୂତ ହେବା ସହ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି ।

ସାମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟର ମୂକାବିଲା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଏ ନେଇ ଓଡ୍ରାଫ୍, ଏନଡିଆରଏଫ, ଓ ସମସ୍ତ ସରକାରୀ ଓ ବେସରକାରୀ ଅଧିକାରୀଙ୍କୁ ପ୍ରାକ୍ ପ୍ରସ୍ତୁତି ପାଇଁ ସଜାଗ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । IMDର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ବାତ୍ୟା ମୂକାବିଲା କରିବା ପାଇଁ ସମସ୍ତ ବରିଷ୍ଠ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ତେବେ ସୋଆର ସିଇସି ନିର୍ଦ୍ଦେଶକ ଡ.ଶରତ ସାହୁଙ୍କ କହିବା ଅନୁସାରେ, ଆସନ୍ତା ୭ କିମ୍ବା ୮ତାରିଖ ମଧ୍ୟରେ ଏହା ସ୍ପଷ୍ଟ ଚିତ୍ର ଜଣାପଡ଼ିବ । ୭ କିମ୍ବା ୮ତାରିଖରେ ଏହି ଲଘୁଚାପ ସୃଷ୍ଟି ହେବା ପରେ ଅବପାତର ରୂପ ନେବା ନେଇ ପରେ ଏହା ବାତ୍ୟାର ରୂପ ନେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।୧୩ କିମ୍ବା ୧୪ରେ ବାତ୍ୟା ଉଗ୍ରରୂପ ନେବ ବୋଲି ପୂର୍ବାନୁମାନ କରାଯାଉଛି।

ସେପଟେ ଆସନ୍ତା ୧୧ ତାରିଖରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଥିବା ନେଇ ଆକଳନ କରିଛି ଆମେରିକାନ୍ ଜିଏଫ୍‌ଏସ୍ ମଡେଲ ।ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମର ଆକଳନ ଅନୁସାରେ ଚଳିତ ମାସ ଦ୍ୱିତୀୟ ସପ୍ତାହରେ ବାତ୍ୟା ସୃଷ୍ଟି ହୋଇପାରେ । ଯଦି ସାମୁଦ୍ରିକ ଝଡ଼ ସୃଷ୍ଟି ହୁଏ ତେବେ ଏହାର ନାଁ ‘ମୋଚା’ ରଖାଯିବ ।ଏହି ‘ମୋଚା’ ନାମକରଣ କରିଛି ୟେମେନ ।

ମେ ୨୦୧୯ରେ ଫନିର ସେହି ତାଜା ଚିତ୍ର ଆଜି ବି ଓଡ଼ିଶାବାସୀଙ୍କ ମନରୁ ଲିଭିନଥିବା ବେଳେ ଚଳିତ ଥର ‘ମୋଚା’ କେତେ ଭୟଙ୍କର ହେବ ତାହା ସମସ୍ତଙ୍କ ମନରେ ଏବେଠୁ ଭାଳେନି ପଡ଼ିଛି ।

ଓଡିଶା ସରକାର, ଏନଡିଆରଏଫ, ଓଡ୍ରାଫ୍ ଏବଂ ଅଗ୍ନିଶମ ବିଭାଗର ବିଭିନ୍ନ ବିଭାଗକୁ ଆଗୁଆ ପ୍ରସ୍ତୁତ ରହିବାକୁ କହିଛନ୍ତି ଏବଂ ଉପକୂଳ ତଥା ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।

ପାଣିପାଗ ଖବର: ୱାର୍ଣ୍ଣି ଜାରି କଲା ପାଣିପାଗ ବିଭାଗ..

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments