News

ମାଡ଼ି ଆସୁଛି ବର୍ଷା; ୧୧ ରୁ ଏହିସବୁ ଜିଲ୍ଲାରେ ବଢିବ ବର୍ଷାର ପରିମାଣ,ଚାଷୀଙ୍କ ପାଇଁ ସତର୍କ

ଆସନ୍ତାକାଲି ସକାଳ ୮ ଟା ୩୦ ସମୟ ମଧ୍ୟରେ ନୂଆପଡା, ବରଗଡ ଜିଲ୍ଲା, ଝାରସୁଗୁଡା ଜିଲ୍ଲା, ଏବଂ ସୁନ୍ଦରଗଡ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା (Rain Fall) ସମ୍ଭାବନା ରହିଛି ।

10 January, 2022 10:31 AM IST By: Sudesna Nayak

ଶୀତରେ ପୁଣି ପ୍ରବଳ ବର୍ଷିବ । ୧୧ ତାରିଖରୁ ରାଜ୍ୟରେ ପାଗ ବଦଳିବ । ୧୫ ଯାଏଁ ବର୍ଷା ଲାଗି ରହିବ । ତମାମ ରାଜ୍ୟରେ ପାଗ ମେଘୁଆ ସହ ବର୍ଷା ମଧ୍ୟ ହେବ ।

ପଶ୍ଚିମାଝଡ଼ର ଆଗମନ ତଥା ପୂର୍ବଦିଗରୁ ବଙ୍ଗୋପସାଗର ମଧ୍ୟରୁ ଓଡି଼ଶା ମଧ୍ୟକୁ ପ୍ରବଳ ମାତ୍ରାରେ ଉଷ୍ମ-ଜଳୀୟବାଷ୍ପର ଅନୁପ୍ରବେଶ ହେତୁ ଆସନ୍ତା ୧୧ ତାରିଖରୁ ୧୪ ତାରିଖ ମଧ୍ୟରେ ବିଭିନ୍ନ ଜିଲ୍ଲା ଗୁଡିକରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଏବଂ କିଛି ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ କୁଆପଥର ସହ ପ୍ରବଳ ବର୍ଷାର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

ସୂଚନା ଅନୁଯାୟୀ, ଆସନ୍ତାକାଲି ସକାଳ ୮ ଟା ୩୦ ସମୟ ମଧ୍ୟରେ ନୂଆପଡା, ବରଗଡ ଜିଲ୍ଲା, ଝାରସୁଗୁଡା ଜିଲ୍ଲା, ଏବଂ ସୁନ୍ଦରଗଡ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା (Rain Fall) ସମ୍ଭାବନା ରହିଛି ।

କହିବାକୁ ଗଲେ, ଏହାସହ ଉତ୍ତର ଆଭ୍ୟନ୍ତରୀଣ ଓଡି଼ଶାର କିଛି ଜିଲ୍ଲାରେ ହାଲୁକା କୁହୁଡି ସମ୍ଭାବନା ମଧ୍ଯ ରହିଛି । ଏହାପରେ ଆସନ୍ତା ୧୧ ତାରିଖରୁ ବିଶେଷତଃ ବର୍ଷାର ପରିମାଣ ଅଧିକା ରହିବ ବୋଲି ସୂଚନା ମିଳିଛି । ସେପଟେ ପଶ୍ଚିମା-ଝଡ ପ୍ରଭାବରେ ଆବଶ୍ୟକୀୟ ପଦକ୍ଷେପ ଓ ପରାମର୍ଶ ସହିତ ସମସ୍ତ ସତର୍କତା ସହିତ ବୁଲେଟିନ୍ ଜାରି କରିଛି କେନ୍ଦ୍ର ।

୧୧ ତାରିଖରୁ ୧୫ ତାରିଖ ଯାଏଁ ମୋଟ ପାଞ୍ଚ ଦିନରେ ସୁନ୍ଦରଗଡ଼ ଜିଲ୍ଲା, ଝାରସୁଗୁଡ଼ା ଜିଲ୍ଲା, ସମ୍ବଲପୁର ଜିଲ୍ଲାରେ ୪୦ ମିଲିମିଟରରୁ ଅଧିକ ବର୍ଷା ଆଶଙ୍କା ରହିଛି । ଗଜପତି ଜିଲ୍ଲା, ରାୟଗଡ଼ା ଜିଲ୍ଲା, ବଲାଙ୍ଗୀର ଜିଲ୍ଲା, ସୋନପୁର ଜିଲ୍ଲା, ଦେବଗଡ଼ ଜିଲ୍ଲା ଓ ବରଗଡ଼ ଜିଲ୍ଲାରେ ୩୦ ରୁ ୪୦ ମିଲିମିଟର ବର୍ଷା ଆଶଙ୍କା ରହିଛି ।

ଏଥିସହିତ କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ନୟାଗଡ, ବୌଦ୍ଧ, କନ୍ଧମାଳରେ ୨୦ ରୁ ୨୫ ମିଲିମିଟର ବର୍ଷା ହୋଇପାରେ । ଏହାଛଡା ବାକି ଅଞ୍ଚଳରେ ୧୫ମିଲିମିଟର ଯାଏଁ ବର୍ଷା ହୋଇପାରେ ବୋଲି ସେ ପୂର୍ବାନୁମାନ କରିଛନ୍ତି ।

ପ୍ରକାଶ ଥାଉ ଯେ, ଏଥିଯୋଗୁଁ ମୁଖ୍ୟତଃ କୃଷିକ୍ଷେତ୍ର ତଥା ଉଦ୍ୟାନ ଫସଲରେ ବିଶେଷ କ୍ଷୟକ୍ଷତି ଏବଂ ସହରାଞ୍ଚଳରେ ଟ୍ରାଫିକ ସମସ୍ୟା (Traffic Problem) ଉପୁଜିପାରେ । ଯାହାକୁ ନେଇ ଚାଷୀ ଚିନ୍ତାରେ । ଜଉ ପୋକ, ପାଉଁଶିଆ ରୋଗ, ପତ୍ରପୋଡା, ମୂଳ ସଢ଼ା ଭଳି କାରଣରୁ ମୁଗ, ବିରି, ଶିମ୍ବ, ସୋରିଷ ଓ ଚିନାବାଦାମ ଚାଷ କ୍ଷତିଗ୍ରସ୍ତ ହୋଇପାରେ । ତେଣୁ ଅମଳ ହୋଇଥିବା ଧାନକୁ ସୁରକ୍ଷିତ ସ୍ଥାନରେ ରଖିବା ସହ ପନିପରିବା ତଳି ଆଚ୍ଛାଦିତ କରିବାକୁ ଚାଷୀମାନଙ୍କୁ ଆଗୁଆ ସତର୍କ କରି କୁହାଯାଇଛି।

ଶନିବାର ଠୁ ବର୍ଷା, ୧୫ ଯାଏଁ ଛେଚିବ

ବଢ଼ିବ ପାରଦ, କମିବ ଶୀତ ; ୧୦ରୁ କୋହଲା ପାଗ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)