1. କୃଷି ଖବର

ଶନିବାର ଠୁ ବର୍ଷା, ୧୫ ଯାଏଁ ଛେଚିବ

ଶୀତରେ ପୁଣି ପ୍ରବଳ ବର୍ଷିବ । ଆଜି (ଶନିବାର) ଠାରୁ ରାଜ୍ୟରେ ବର୍ଷା ହୋଇପାରେ ।

Sudesna Nayak
Sudesna Nayak
Rain at odisha

Rain at odisha

ଶୀତରେ ପୁଣି ପ୍ରବଳ ବର୍ଷିବ । ଆଜି (ଶନିବାର) ଠାରୁ ରାଜ୍ୟରେ ବର୍ଷା ହୋଇପାରେ । ଶନିବାର ରାତିରେ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ହେବ ।

ଆସନ୍ତା ୧୦ ତାରିଖରୁ ରାଜ୍ୟରେ ବର୍ଷା (Rain)ପରିମାଣ ବଢିବ । ୧୩ ତାରିଖରୁ ଭାରି ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରି କହିଛନ୍ତି ।

ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି ଯେ, ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସେସ୍‌ ପ୍ରଭାବରେ ୮ ତାରିଖ ରାତି ରୁ ରାଜ୍ୟର କାଁ ଭାଁ କିଛି କିଛି ସ୍ଥାନରେ ହାଲୁକା ବର୍ଷା ଆରମ୍ଭ ହେବ । ପରେ ଧୀରେ ଧୀରେ ଏହା ବଢ଼ିବାରେ ଲାଗିବ । ପଶ୍ଚିମ ଓଡ଼ିଶା, ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା ପ୍ରଭାବ ରହିବ । ୧୦ ଓ ୧୧ ତାରିଖରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହା ପରେ ଭାରି ବର୍ଷା ହେବ । ୧୫ ତାରିଖ ଯାଏଁ ବର୍ଷା ଜାରି ରହିବ ।

ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ଆସନ୍ତା ୧୧ ତାରିଖରୁ ରାଜ୍ୟରେ ପାଗ ବଦଳିବ । ୧୫ ଯାଏଁ ବର୍ଷା ଲାଗି ରହିବ । ତମାମ ରାଜ୍ୟରେ ପାଗ ମେଘୁଆ ସହ ବର୍ଷା ମଧ୍ୟ ହେବ । ୧୩ ତାରିଖରୁ ୧୬ ତାରିଖ ଯାଏଁ କୁହୁଡ଼ି ହେବ ।

ସୂଚନା ଅନୁଯାୟୀ, ୧୧ ତାରିଖରୁ ୧୫ ତାରିଖ ଯାଏଁ ମୋଟ ପାଞ୍ଚ ଦିନରେ ସୁନ୍ଦରଗଡ଼ ଜିଲ୍ଲା, ଝାରସୁଗୁଡ଼ା ଜିଲ୍ଲା, ସମ୍ବଲପୁର ଜିଲ୍ଲାରେ ୪୦ ମିଲିମିଟରରୁ ଅଧିକ ବର୍ଷା ଆଶଙ୍କା ରହିଛି । ଗଜପତି ଜିଲ୍ଲା, ରାୟଗଡ଼ା ଜିଲ୍ଲା, ବଲାଙ୍ଗୀର ଜିଲ୍ଲା, ସୋନପୁର ଜିଲ୍ଲା, ଦେବଗଡ଼ ଜିଲ୍ଲା ଓ ବରଗଡ଼ ଜିଲ୍ଲାରେ ୩୦ ରୁ ୪୦ ମିଲିମିଟର ବର୍ଷା ଆଶଙ୍କା ରହିଛି ।

ଏଥିସହିତ କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ନୟାଗଡ, ବୌଦ୍ଧ, କନ୍ଧମାଳରେ ୨୦ ରୁ ୨୫ ମିଲିମିଟର ବର୍ଷା ହୋଇପାରେ । ଏହାଛଡା ବାକି ଅଞ୍ଚଳରେ ୧୫ମିଲିମିଟର ଯାଏଁ ବର୍ଷା ହୋଇପାରେ ବୋଲି ସେ ପୂର୍ବାନୁମାନ କରିଛନ୍ତି ।

କ୍ଷତିଗ୍ରସ୍ତ ହୋଇପାରେ ଫସଲ

୧୧ ତାରିଖରୁ ପଶ୍ଚିମ ଓଡ଼ିଶାରେ ପ୍ରଥମେ ପାଗ ବଦଳିବ । ୧୫ ତାରିଖରେ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ହେବ । ୧୬ ତାରିଖରେ ପାଗ ବଦଳି ପୁଣି ଶୁଖିଲା ହେବ ବୋଲି ସେ ଆକଳନ କରିଛନ୍ତି । ତେବେ ୧୩ ତାରିଖ ଓ ୧୪ ତାରିଖରେ ଭାରି ବର୍ଷା ଆଶଙ୍କା ଅଛି । କେନ୍ଦୁଝର, ଢେଙ୍କାନାଳ, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ସୋନପୁର ଓ ବଲାଙ୍ଗୀରରେ ୧୫ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ । ଏଭଳି ଅଦିନିଆ ବର୍ଷା ଯୋଗୁ ରାଜ୍ୟରେ ଚାଷ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । 

ଚାଷୀଙ୍କ ମୁଣ୍ଡରେ ଚଡକ

ପ୍ରକାଶ ଥାଉ ଯେ, ୧୧ ତାରିଖରୁ ୧୫ ତାରିଖ ଯାଏଁ ରାଜ୍ୟରେ ପାଗ ମେଘୁଆ କୁହୁଡ଼ି ରହିବ । ବାୟୁର ଆର୍ଦ୍ରତା ବି ଅଧିକ ରହିବ । ଏଭଳି ଅଦିନିଆ ବର୍ଷା ଯୋଗୁ ରାଜ୍ୟରେ ଚାଷ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ଯାହାକୁ ନେଇ ଚାଷୀ ଚିନ୍ତାରେ । ଜଉ ପୋକ, ପାଉଁଶିଆ ରୋଗ, ପତ୍ରପୋଡା, ମୂଳ ସଢ଼ା ଭଳି କାରଣରୁ ମୁଗ, ବିରି, ଶିମ୍ବ, ସୋରିଷ ଓ ଚିନାବାଦାମ ଚାଷ କ୍ଷତିଗ୍ରସ୍ତ ହୋଇପାରେ । ଟମାଟୋ, କୋବି ଭଳି ଶୀତଦିନିଆ ପନିପରିବାରେ ବି ରୋଗ ପୋକ ବଢ଼ିବ ବୋଲି ପ୍ରଫେସର ପଶୁପାଳକ ସତର୍କ କରାଇ ଦେଇଛନ୍ତି । ତେଣୁ ଚାଷୀଙ୍କୁ ଆଗୁଆ ସାବଧାନ ହେବାକୁ ସତର୍କ କରାଯାଇଛି ।

ବଢ଼ିବ ପାରଦ, କମିବ ଶୀତ ; ୧୦ରୁ କୋହଲା ପାଗ

ସାରା ରାଜ୍ୟରେ ଶୀତର ଲହରୀ : ଚାରିଆଡେ ଘନ କୁହୁଡିର ଆସ୍ତରଣ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments