News

ଆସୁଛି ଆଉ ଏକ ଲଘୁଚାପ: 2 ଦିନ ଛେଚିବ ବର୍ଷା

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଓଡ଼ିଶାକୁ ପୁଣି ମାଡ଼ି ଆସୁଛି ବର୍ଷା । ଏହାର ପ୍ରଭାବରେ 18 ତାରିଖରୁ ପୁଣି ବର୍ଷା ଆରମ୍ଭ ହେବ ।

18 August, 2022 12:19 PM IST By: Sudesna Nayak

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଓଡ଼ିଶା (Odisha)କୁ ପୁଣି ମାଡ଼ି ଆସୁଛି ବର୍ଷା (Rain)। ଏହାର ପ୍ରଭାବରେ 18 ତାରିଖରୁ ପୁଣି ବର୍ଷା (Rain)ଆରମ୍ଭ ହେବ ।

ସୂଚନା ଅନୁଯାୟୀ, ଦକ୍ଷିଣ ମିଆଁମାର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଆସନ୍ତା 24 ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଶୁକ୍ରବାର (FRIDAY)ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ (low pressure)କ୍ଷେତ୍ରରେ ପରିଣତ ହେବ । ଏହାର ପ୍ରଭାବରେ ଆଜି ଗୁରୁବାର (Thursday)ଓ ଆସନ୍ତାକାଲି ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶା (Odisha)ରେ 2 ଦିନ ପ୍ରବଳ ବର୍ଷା (Rain)ସମ୍ଭାବନା ରହିଛି ।

ସୂଚନା ଅନୁଯାୟୀ, ସେହିପରି 20 ତାରିଖରେ ପଶ୍ଚିମ ଓଡିଶା (Odisha)ରେ ପ୍ରବଳ ବର୍ଷା (Rain) ସମ୍ଭାବନା ରହିଛି । ଅତିପ୍ରବଳ ବର୍ଷା (Rain)ପାଇଁ ଢେଙ୍କାନାଳ ଜିଲ୍ଲା, ସୁନ୍ଦରଗଡ ଜିଲ୍ଲା, ଦେଓଗଡ଼ ଜିଲ୍ଲା, ଝାରସୁଗୁଡା ଜିଲ୍ଲା, ସମ୍ବଲପୁର ଜିଲ୍ଲା, ଅନୁଗୁଳ ଜିଲ୍ଲା, ମାଲକାନଗିରି ଜିଲ୍ଲା, କୋରାପୁଟ ଜିଲ୍ଲା, ନବରଙ୍ଗପୁର ଜିଲ୍ଲା, କେନ୍ଦୁଝର ଜିଲ୍ଲା, ମୟୁରଭଞ୍ଜ ଜିଲ୍ଲା, ବାଲେଶ୍ଵର ଜିଲ୍ଲା, ଭଦ୍ରକ, କେନ୍ଦ୍ରାପଡା ଜିଲ୍ଲା, ଯାଜପୁର, ଜଗତସିଂହପୁର ଓ କଟକ ଭଳି 17 ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ (Orange Warning)ଜାରି କରିଛି ପାଣିପାଗ ବିଭାଗ ।

ପ୍ରକାଶ ଥାଉ ଯେ, 20 ତାରିଖରେ କିଛି ସ୍ଥାନରେ ଅତି ପ୍ରବଳ ବର୍ଷା (Rain) ହୋଇପାରେ । ଯାହାକୁ ନେଇ କିଛି ଜିଲ୍ଲାଗୁଡ଼ିକୁ ୟେଲୋ ଓ୍ଵାର୍ଣ୍ଣିଂ (Yellow Warning)ଜାରି କରାଯାଇଛି ।

୧୯ରେ ପୁଣି ଲଘୁଚାପ!

19 ଅଗଷ୍ଟରେ ଆଉ ଏକ ଲଘୁଚାପ; ୟେଲୋ ଓ୍ଵାର୍ଣ୍ଣିଂ ଜାରି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)