1. କୃଷି ଖବର

୧୯ରେ ପୁଣି ଲଘୁଚାପ!

ଅଗଷ୍ଟ 19 ରେ ପୁଣି ଏକ ଲଘୁଚାପ (low pressure) ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ 18 ତାରିଖରୁ ପୁଣି ବର୍ଷା ଆରମ୍ଭ ହେବ ।

Sudesna Nayak
Sudesna Nayak
heavy rainfall in 16 districts of odisha

heavy rainfall in 16 districts of odisha

ଆସୁଛି ଆଉ ଏକ ଲଘୁଚାପ (low pressure) । ଅଗଷ୍ଟ 19 ରେ ପୁଣି ଏକ ଲଘୁଚାପ (low pressure) ସୃଷ୍ଟି ହେବାର ସମ୍ଭାବନା ରହିଛି । ଉତ୍ତର ବଙ୍ଗୋପସାଗରରେ ଏହି ଲଘୁଚାପ (low pressure) ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ 18 ତାରିଖରୁ ପୁଣି ବର୍ଷା (Rain)ଆରମ୍ଭ ହେବ ।

ସୂଚନା ଅନୁଯାୟୀ, ଅଗଷ୍ଟ 19 ତାରିଖରେ ବର୍ଷା (Rain)ର ପରିମାଣ ବଢ଼ିବା ସହ ଆଭ୍ୟନ୍ତରୀଣ ଓଡିଶା (Odisha)ରେ ପ୍ରବଳରୁ ଅତି ପ୍ରବଳ ବର୍ଷା (Rain)ହୋଇପାରେ । ଯାହାର ସୂଚନା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଛି ।

ଅଗଷ୍ଟ 18ରେ ପ୍ରବଳ ବର୍ଷା (Rain)ପାଇଁ 16 ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ (Yellow Warning) ଜାରି ହୋଇଛି । ସେଗୁଡ଼ିକ ହେଲା ମୟୂରଭଞ୍ଜ ଜିଲ୍ଲା, ବାଲେଶ୍ୱର ଜିଲ୍ଲା, ଭଦ୍ରକ ଜିଲ୍ଲା, ଯାଜପୁର ଜିଲ୍ଲା, କେନ୍ଦ୍ରାପଡା ଜିଲ୍ଲା, ଜଗତସିଂହପୁର ଜିଲ୍ଲା, କଟକ, ପୁରୀ, କନ୍ଧମାଳ, କଳାହାଣ୍ଡି ଜିଲ୍ଲା, ଦେବଗଡ଼ ଜିଲ୍ଲା, ବରଗଡ଼ ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, କେନ୍ଦୁଝର, ଝାରସୁଗୁଡା ଏବଂ ଢେଙ୍କାନାଳ ଜିଲ୍ଲା ।

ପ୍ରକାଶ ଥାଉ ଯେ, 19 ଏବଂ 20 ତାରିଖରେ କିଛି ସ୍ଥାନରେ ଅତି ପ୍ରବଳ ବର୍ଷା (Rain) ହୋଇପାରେ । ଯାହାକୁ ନେଇ କିଛି ଜିଲ୍ଲାଗୁଡ଼ିକୁ ୟେଲୋ ଓ୍ଵାର୍ଣ୍ଣିଂ (Yellow Warning)ଜାରି କରାଯାଇଛି ।

19 ଅଗଷ୍ଟରେ ଆଉ ଏକ ଲଘୁଚାପ; ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଅବପାତର ରୂପ ନେଲା ଲଘୁଚାପ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments