News

Weather Update: ତାତିରୁ ମିଳିବ ଆଶ୍ବସ୍ତି ;୨୧ପରେ ବର୍ଷା!

ଏବେ ରାଜ୍ୟବାସୀଙ୍କୁ ତାତିରୁ ମିଳିବ ଆଶ୍ବସ୍ତି । ୨୧ ପରେ ବର୍ଷା। ୨୧ ତାରିଖ ଅପରାହ୍ନ ପରେ ଦକ୍ଷିଣ ଓଡ଼ିଶାରେ ବର୍ଷା !

18 April, 2024 11:42 AM IST By: Sudesna Nayak

ଏବେ ରାଜ୍ୟବାସୀଙ୍କୁ ତାତିରୁ ମିଳିବ ଆଶ୍ବସ୍ତି । ୨୧ ପରେ ବର୍ଷା। ୨୧ ତାରିଖ ଅପରାହ୍ନ ପରେ ଦକ୍ଷିଣ ଓଡ଼ିଶା (odisha)ରେ ବର୍ଷା ! କିଛି ଦିନ ହେବ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆରମ୍ଭ ହୋଇଛି ଗୁଳୁଗୁଳି ସହ ତାତି । ପ୍ରବଳ ଗରମରେ ଅସମ୍ଭାଳ ହୋଇଯାଇଛନ୍ତି ଲୋକେ ।

ସୂଚନା ଅନୁଯାୟୀ, ଗ୍ରୀଷ୍ମ ପ୍ରବାହ ବଢିବା ଯୋଗୁଁ ଆଜିଠୁ ୩ଦିନ ବନ୍ଦ ରହିବ ରାଜ୍ୟର ସବୁ ସ୍କୁଲ । ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର (state government) । ୧୮ ରୁ ୨୦ ତାରିଖ ଯାଏଁ ରାଜ୍ୟର ସବୁ ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲଗୁଡିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସକାଳ ହେଉ ହେଉ ମାଡ଼ି ଆସୁଛି ପ୍ରବଳ ଖରା। ସକାଳ ୯ଟାରୁ ହିଁ ପରେ ଘରୁ ବାହାରିବା ହୋଇଯାଉଛି ବଡ ମୁସକିଲ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆଜି ଓ କାଲି ରାଜ୍ୟରେ ହିଟ୍ଓ୍ବେଭ୍ (heatwave)ପାଇଁ ୪ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି । ବିଶେଷ କରି ଭଦ୍ରକ ଜିଲ୍ଲା, ଜଗତସିଂହପୁର ଜିଲ୍ଲା,କଟକ ଜିଲ୍ଲା,କଳାହାଣ୍ଡି ଜିଲ୍ଲା, ମାଲକାନଗିରି ଜିଲ୍ଲା,କୋରାପୁଟ ଜିଲ୍ଲା,ଅନୁଗୁଳ ଜିଲ୍ଲା,ବୌଦ୍ଧ ଜିଲ୍ଲା ,ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ସତର୍କତା ଜାରି କରାଯାଇଛି।

ପ୍ରକାଶ ଥାଉ ଯେ, ପ୍ରବଳ ଛେଚିବ କାଳବୈଶାଖୀ ବର୍ଷା । ୨୧ ତାରିଖ ଅପରାହ୍ନ ପରେ ଦକ୍ଷିଣ ଓଡ଼ିଶା (odisha)ରେ ବର୍ଷା ! କିଛି ସ୍ଥାନରେ ପ୍ରବଳ ଗରମରୁ ସାମାନ୍ୟ ଆଶ୍ୱସ୍ତି ଆଣିପାରେ କାଳବୈଶାଖୀ ବର୍ଷା। ୨୧ ତାରିଖ ଅପରାହ୍ନ ପରେ ଦକ୍ଷିଣ ଓଡ଼ିଶାରେ ବର୍ଷା କରାଇବ।

MFOI, VVIF Kisan Bharat Yatra: କୃଷି ବୈଜ୍ଞାନିକଙ୍କ ମିଳିଲା ସମର୍ଥନ

MFOI, VVIF Kisan Bharat Yatra: ଚାଷ ଜଗତରେ ଆଣିବ ଉନ୍ନତିର ନୂଆ ଧାରା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)