News

2 ଦିନ ରାଜ୍ୟରେ ହାଲୁକା ବର୍ଷା

ଆସନ୍ତା 2 ଦିନ ରାଜ୍ୟରେ ହାଲୁକା ବର୍ଷା ହେବ । ଆସନ୍ତା 2 ଦିନ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ିର ସମ୍ଭାବନା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଉପକୂଳ ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ତେବେ 14 ଓ 15 ତାରିଖ 2 ଦିନ ରାଜ୍ୟରେ ପାଗ ଶୁଖିଲା ରହିବ ।

12 October, 2022 10:29 AM IST By: Sudesna Nayak

ଆସନ୍ତା 2 ଦିନ ରାଜ୍ୟରେ ହାଲୁକା ବର୍ଷା (Rain)ହେବ । ଆସନ୍ତା 2 ଦିନ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ିର ସମ୍ଭାବନା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଉପକୂଳ ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା (Rain)ସମ୍ଭାବନା ଅଛି । ତେବେ 14 ଓ 15 ତାରିଖ 2 ଦିନ ରାଜ୍ୟରେ ପାଗ ଶୁଖିଲା ରହିବ ।

ଅନ୍ୟପଟେ ରାଜ୍ୟରେ ଏବେ ଶୀତୁଆ ଅନୁଭବ ହେବା ସହ କୁହୁଡ଼ି ମଧ୍ୟ ପଡ଼ିଲାଣି । ଆଜି ବୁଧବାର (Wednesday)ରାଜଧାନୀରେ ଚଳିତ ବର୍ଷର ପ୍ରଥମ ଘନକୁହୁଡ଼ି ପଡ଼ିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ସୂଚନା ଅନୁଯାୟୀ, ୧୨ ତାରିଖରେ ବାଲେଶ୍ୱର ଜିଲ୍ଲା, ଭଦ୍ରକ ଜିଲ୍ଲା, ଯାଜପୁର ଜିଲ୍ଲା, କେନ୍ଦ୍ରାପଡ଼ା ଜିଲ୍ଲା, କଟକ ଜିଲ୍ଲା, ଜଗତସିଂହପୁର ଜିଲ୍ଲା, ସୁନ୍ଦରଗଡ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ଅନୁଗୁଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, ବୌଦ୍ଧ ଜିଲ୍ଲା ଓ କନ୍ଧମାଳ ଜିଲ୍ଲାରେ ଘଡଘଡି ସହ ବର୍ଷା (Rain) ହୋଇପାରେ ।

ପ୍ରକାଶ ଥାଉ ଯେ, ଆଜି ବୁଧବାର (Wednesday) ସକାଳୁ ରାଜ୍ୟରେ ଘନକୁହୁଡ଼ି ପଡ଼ିଥିଲା । ୧୩ ତାରିଖରେ ବାଲେଶ୍ୱର ଜିଲ୍ଲା, ଭଦ୍ରକ ଜିଲ୍ଲା, ଯାଜପୁର ଜିଲ୍ଲା, କେନ୍ଦ୍ରାପଡା ଜିଲ୍ଲା, କଟକ ଜିଲ୍ଲା, ଜଗତସିଂହୁପର ଜିଲ୍ଲା, ପୁରୀ ଜିଲ୍ଲା, ଖୋର୍ଦ୍ଧା ଜିଲ୍ଲା, ନୟାଗଡ ଜିଲ୍ଲା, ଗଞ୍ଜାମ ଜିଲ୍ଲା, ଗଜପତି ଜିଲ୍ଲା, ମାଲକାନଗିରି ଜିଲ୍ଲା, କୋରାପୁଟ ଜିଲ୍ଲା, ରାୟଗଡା ଜିଲ୍ଲା, କନ୍ଧମାଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, କେନ୍ଦୁଝର ଜିଲ୍ଲା ଓ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା (Rain) ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଆଜି କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା!

ଉପକୂଳରେ ବଢିବ ବର୍ଷା ପ୍ରଭାବ, ଦୀପାବଳୀ ଧୋଇବା ନେଇ ଆଶଙ୍କା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)