1. କୃଷି ଖବର

ଉପକୂଳରେ ବଢିବ ବର୍ଷା ପ୍ରଭାବ, ଦୀପାବଳୀ ଧୋଇବା ନେଇ ଆଶଙ୍କା

କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଉପକୂଳ ଓଡିଶାରେ ଆଜିଠୁ ବର୍ଷାର ପରିମାଣ ବଢିବ ।

Shuvanshu Kar
Shuvanshu Kar
Heavy Rain Alert For 2 Days

Heavy Rain Alert For 2 Days

କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଉପକୂଳ ଓଡିଶାରେ ଆଜିଠୁ ବର୍ଷା(Rain)ର ପରିମାଣ ବଢିବ । ଗଞ୍ଜାମ, ଗଜପତି ଓ ପୁରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଦୁଇ ଦିନ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆଜି ରାଜ୍ୟର ୧୮ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏନେଇ ସେହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଭଦ୍ରକ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ହୋଇପାରେ ।

ସେପଟେ ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ଜାରି କରାଯାଇଥିବା ବେଳେ ଅନ୍ୟ ଜିଲ୍ଲା ଗୁଡ଼ିକରେ ବର୍ଷା ସହ ଘଡ଼ଘଡ଼ି ହେବାର ଆଶଙ୍କା ଅଛି । ସକ୍ରିୟ ଘୂର୍ଣ୍ଣିବଳୟ ଯୋଗୁଁ ରାଜ୍ୟରେ କିଛିଦିନ ହେବ ବର୍ଷା ଜାରି ରହିଛି। ତେବେ ଆଜିଠୁ ଉପକୂଳ ଓଡ଼ିଶାରେ ବର୍ଷାର ପ୍ରଭାବ ବଢିବ ବୋଲି ପାଣିପାଗ କେନ୍ଦ୍ର କହିଛି ।

ସେପଟେ ଦଶହରାରେ ବର୍ଷା ଯୋଗୁଁ ଫିକା ପଡିଥିଲା ପାର୍ବଣ । ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଥିଲା । ଅନ୍ୟପକ୍ଷେ ଆସନ୍ତା ୧୪ରେ ଦକ୍ଷିଣ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ନୂଆ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଯଦି ଏଭଳି ବର୍ଷା ଲାଗି ରୁହେ ତେବେ ଦୀପାବଳୀ ମଧ୍ୟ ଧୋଇଯିବାର ଆଶଙ୍କା କରାଯାଇପାରେ ।

୯ ଯାଏଁ ଛେଚିବ! କୁମାର ପୂର୍ଣ୍ଣିମାରେ ବି ବର୍ଷିବ

ବର୍ଷା ପାଇଁ ଫିକା ଦଶହରା:12 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments