1. କୃଷି ଖବର

ବର୍ଷା ପାଇଁ ଫିକା ଦଶହରା:12 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆଜି ବୁଧବାର ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଉ ବର୍ଷା ହେଲେ ଦଶହରା ଫିକା ହୋଇଯିବା ଆଶଙ୍କା ରହିଛି ।

Sudesna Nayak
Sudesna Nayak
rain several parts of odisha

rain several parts of odisha

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ (Low Pressure) ପ୍ରଭାବରେ ଆଜି ବୁଧବାର (wednesday)ପ୍ରବଳ ବର୍ଷା (Rain)ହେବାର ସମ୍ଭାବନା ରହିଛି । ଆଉ ବର୍ଷା (Rain)ହେଲେ ଦଶହରା (dussehra)ଫିକା ହୋଇଯିବା ଆଶଙ୍କା ରହିଛି ।

ସୂଚନା ଅନୁଯାୟୀ, ଆଜି ବୁଧବାର (wednesday) 12 ଜିଲ୍ଲାରେ ପ୍ରବଳ ବର୍ଷା (Rain)ହୋଇପାରେ । ବାଲେଶ୍ୱର ଜିଲ୍ଲା, ଭଦ୍ରକ ଜିଲ୍ଲା, କେନ୍ଦ୍ରାପଡ଼ା ଜିଲ୍ଲା, ଜଗତସିଂହପୁର ଜିଲ୍ଲା, ଖୋର୍ଦ୍ଧା ଜିଲ୍ଲା, ପୁରୀ ଜିଲ୍ଲା, ଗଞ୍ଜାମ ଜିଲ୍ଲା, ଗଜପତି ଜିଲ୍ଲା, ରାୟଗଡ଼ା ଜିଲ୍ଲା, କୋରାପୁଟ ଜିଲ୍ଲା, ନବରଙ୍ଗପୁର ଜିଲ୍ଲା ଓ ମାଲକାନଗିରି ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ (yellow warning) ଜାରି କରିଛି ।

ସେମବାର ରାତିରୁ ହେଉଥିବା ବର୍ଷା (Rain) ପାଇଁ ସହରର ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି। ଫଳରେ ଲୋକେ ବହୁ ଅସୁବିଧାର ସାମ୍ନା କରୁଛନ୍ତି । ଲୋକମାନେ ଦଶହରା (dussehra)ବୁଲିବାର ମଜା ନେଇ ପାରୁନଥିବା ବେଳେ ଅନ୍ଯପଟେ ବିଭିନ୍ନ ସ୍ଥାନରେ ଜମିଥିବା ବର୍ଷା (Rain) ପାଣି ପାଇଁ ସମସ୍ୟା ଦ୍ୱିଗୁଣିତ ହୋଇଛି ।

ପ୍ରକାଶ ଥାଉ ଯେ, ଆଜି ସକାଳ 8ଟା 30 ପର୍ଯ୍ୟନ୍ତ ଗଜପତି ଜିଲ୍ଲା, ଗଞ୍ଜାମ ଜିଲ୍ଲା, ପୁରୀ ଜିଲ୍ଲା, ରାୟଗଡା ଜିଲ୍ଲା, ମାଲକାନଗିରି ଜିଲ୍ଲା, କୋରାପୁଟ ଜିଲ୍ଲା ଓ କନ୍ଧମାଳ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା : ୟେଲୋ ୱାର୍ଣ୍ଣିଂ ଜାରି

ମଧୁମେହ ରୋଗୀଙ୍କ ପାଇଁ ରାମବାଣ କାକୁଡି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments