News

୨୨ ତାରିଖରେ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା

ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା । ଗତକିଛି ଦିନ ଧରି ବିଭିନ୍ନ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । କିଛି କିଛି ସ୍ଥାନରେ ୪୪ ଡିଗ୍ରୀ ମଧ୍ୟ ଟପିଗଲାଣି ।

20 April, 2022 10:14 AM IST By: Sudesna Nayak

ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା । ଗତକିଛି ଦିନ ଧରି ବିଭିନ୍ନ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । କିଛି କିଛି ସ୍ଥାନରେ ୪୪ ଡିଗ୍ରୀ ମଧ୍ୟ ଟପିଗଲାଣି । ଖରାର ପ୍ରକୋପକୁ ନେଇ ଚିନ୍ତାରେ ସ୍ଥାନୀୟ ବାସିନ୍ଦା । ଦିନ ୯ ଟା ବେଳୁ ଖରା ଜୋର୍‌ ହେଉଛି । ଅସ୍ତବ୍ୟସ୍ତ ହୋଇଗଲେଣି ଜନ ସାଧାରଣ ।

ସୂଚନା ଅନୁଯାୟୀ, ପାଣିପାଗ ବିଭାଗର ଆକଳନ ଯାହା, କେତେକ ସ୍ଥାନରେ ହେବ ଏବେ କାଳବୈଶାଖୀ । କିନ୍ତୁ, ଆସନ୍ତା ୪-୫ ଦିନ ଧରି ତାତି କମିବାର ସମ୍ଭାବନା ନାହିଁ । ଅର୍ଥାତ୍‌ ଗ୍ରୀଷ୍ମ ଜ୍ୱାଳାରେ ଏମିତି ସନ୍ତୁଳି ହେବେ ରାଜ୍ୟବାସୀ । ଭୀଷଣ ଗରମ (HOT) ଯୋଗୁ ହିଁ ଦିନ ୧୧ ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ପଦାକୁ ବାହାରିଲେ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି ।

ଏଭଳି ଅସ୍ୱସ୍ତିକର ପାଣିପାଗ ଭିତରେ ସାମାନ୍ୟ ଆଶ୍ୱସ୍ତିଭରା ପୂର୍ବାନୁମାନ ଦେଖାଇଛନ୍ତି ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ତଥା ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ଡକ୍ଟର ଶରତ ଚନ୍ଦ୍ର ସାହୁ । ତାଙ୍କ ପୂର୍ବାନୁମାନ ଅନୁସାରେ ଆସନ୍ତା ଦୁଇଦିନ ତାତିରୁ ଟିକିଏ ବି ତ୍ରାହି ମିଳିବନି । ହେଲେ ୨୧ ତାରିଖରୁ ତାତି (HOT) ରୁ ସାମୟିକ ଆଶ୍ୱସ୍ତି ମିଳିବ । ୨୧ ତାରିଖ ଅପରାହ୍ନ କିମ୍ବା ରାତିରେ କାଳବୈଶାଖୀ ବର୍ଷା (RAIN) ହେବ । ୨୨ ତାରିଖରେ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀଜନିତ ବର୍ଷା (RAIN) ସମ୍ଭାବନା ଅଛି ।

୨୧ ତାରିଖରେ ଉପକୂଳ ଓଡ଼ିଶାରେ ତାତି (HOT)କମିବ । ୨୨ ତାରିଖରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ବି ପାରଦ ଖସିବା ସମ୍ଭାବନା ରହିଛି । ଏମିତିକି ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀରୁ ତଳକୁ ଖସିପାରେ । ହେଲେ ଆଶ୍ୱସ୍ତି ସାମୟିକ ହେବ ।

୨୪ ତାରିଖରୁ ପୁଣି ରାଜ୍ୟରେ ତାତି (HOT)ବଢ଼ିବ । ଆସନ୍ତା ଦୁଇଦିନ ଉପକୂଳ ଓଡ଼ିଶା (ODISHA) ତାପମାତ୍ରା ୩୮ ରୁ ୪୦ ଡିଗ୍ରୀ ପାଖାପାଖି ରହିବ । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ହିଁ ରହିବା ସମ୍ଭାବନା ଅଛି । ବର୍ତ୍ତମାନ କିଛି ମାସ ହେବ ବର୍ଷା (RAIN) ନଥିବାରୁ ମାଟି ଶୁଖିଲା ପଡ଼ିଛି । ସାମୁଦ୍ରିକ ପବନ ପ୍ରବାହ ଦୁର୍ବଳ ରହୁଥିବାବେଳେ ଆକାଶ ମେଘମୁକ୍ତ ରହୁଛି । ଏଥିଯୋଗୁ ତାତି (HOT) ଅଧିକ ଅନୁଭୂତ ହେଉଛି ।

ପ୍ରକାଶ ଥାଉ ଯେ, ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି, ବର୍ତ୍ତମାନ ସ୍ୱାଭାବିକଠାରୁ ୨ ରୁ ୩ ଡିଗ୍ରୀ ତାପମାତ୍ରା ଅଧିକ ରହୁଛି । ଅନୁଗୁଳ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବାବେଳେ ଚଳିତବର୍ଷ ପ୍ରଥମ ଥର ପାଇଁ କଟକ ଓ ଭୁବନେଶ୍ୱରରେ ପାରଦ ୪୦ ଡେଇଁଛି । ୨୧ ତାରିଖରୁ କାଳବୈଶାଖୀ ବଢ଼ିପାରେ । ତଥାପି ବର୍ତ୍ତମାନ ଗ୍ରୀଷ୍ମ ପ୍ରକୋପ (Heat Wave) ଜାରି ରହିବ ।

୫ ଦିନ ଯାଏଁ କମିବନି ତାତି,୨୨ରେ କାଳବୈଶାଖୀଜନିତ ବର୍ଷା

ଆହୁରି ବଢିବ ତାତି,୪୦ ଡିଗ୍ରୀ ପାର୍‌ ହେବ ତାପମାତ୍ରା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)