News

କଲବଲ କଲାଣି ତାତି : ୧୪ ରୁ ୧୯ ଯାଏଁ ନିଆଁବର୍ଷା

ଏବେ ଠାରୁ ଗରମ ଅସ୍ତବ୍ୟସ୍ତ କଲାଣି । ଆସନ୍ତା ସପ୍ତାହ ବେଳକୁ ଛଟପଟ କରିବ । ତାତିରେ ସନ୍ତୁଳି ହୋଇଯିବେ ରାଜଧାନୀବାସୀ । ଆସନ୍ତା ୧୪ ରୁ ୧୯ ତାରିଖ ପର୍ଯ୍ୟନ୍ତ ଆକାଶରୁ ନିଆଁ ବର୍ଷିବା ଭଳି ଖରା ହେବ ।

07 March, 2022 10:04 AM IST By: Sudesna Nayak

ଏବେ ଠାରୁ ଗରମ ଅସ୍ତବ୍ୟସ୍ତ କଲାଣି । ଆସନ୍ତା ସପ୍ତାହ ବେଳକୁ ଛଟପଟ କରିବ । ତାତିରେ ସନ୍ତୁଳି ହୋଇଯିବେ ରାଜଧାନୀବାସୀ । ଆସନ୍ତା ୧୪ ରୁ ୧୯ ତାରିଖ ପର୍ଯ୍ୟନ୍ତ ଆକାଶରୁ ନିଆଁ ବର୍ଷିବା ଭଳି ଖରା ହେବ ।

ସୂଚନା ଅନୁଯାୟୀ, ଖରାଟିଆ ପାଗ ହେବା ସହିତ ତାପମାତ୍ରା ବଢ଼ିବ । ଆଭ୍ୟନ୍ତରୀଣ ଦକ୍ଷିଣ ସବୁଠୁ ଉତ୍ତପ୍ତ ହେବ । ପାରଦ ୪୦-୪୧ ଡିଗ୍ରୀ ସେଲସିୟସ୍‌ ରହିବ । ଏମିତି ପୂର୍ବାନୁମାନ କରିଛି ବିଦେଶୀ ପାଣିପାଗ ସଂସ୍ଥା ଆକ୍ୟୁୱେଦର ।

ଯଦି ଏମିତି ହୁଏ, ପୌର ଭୋଟରେ ସରଗରମ ହୋଇଥିବା ରାଜଧାନୀରେ ପ୍ରଚାରକୁ ଝାଇଁ ପକାଇଦେବ । ଏଭଳି ନିର୍ଦ୍ଦୟୀ ଖରାରେ ବୁଲିବୁଲି ପ୍ରଚାର କରିବାବେଳେ ନାକେଦମ ହୋଇଯିବେ ପ୍ରାର୍ଥୀ ଓ ସମର୍ଥକମାନେ ।

ଏହି ପୂର୍ବାନୁମାନ କହୁଛି ଯେ, ୧୪ ତାରିଖବେଳକୁ ଭୁବନେଶ୍ୱର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଯିବ । ୧୫ ତାରିଖରେ ଆଉ ୧ ଡିଗ୍ରୀ ବଢ଼ି ୪୧ ଡିଗ୍ରୀ ସେଲସିୟସ୍‌ ପାର୍‌ କରିବ । ୧୮ ତାରିଖ ଯାଏଁ ୪୧ ଡିଗ୍ରୀ ଲେଖାଏଁ ରହିବ । ୧୯ ତାରିଖରେ ସାମାନ୍ୟ କମି ୪୦ ଡିଗ୍ରୀ ହେବ । ଏହାପରେ ସପ୍ତାହେ ପର୍ଯ୍ୟନ୍ତ ପାରଦ ୩୭ ଡିଗ୍ରୀ ପାଖାପାଖି ରହିବ ।

ପ୍ରକାଶ ଥାଉ ଯେ, ରବିବାର ଭୁବନେଶ୍ୱର ତାପମାତ୍ରା ୩୪.୪ ଡିଗ୍ରୀ ସେଲସିୟସ୍‌ ଥିଲା । ଯାହାକି ଗତକାଲି ଠାରୁ ସାମାନ୍ୟ କମ୍‌ ଅଟେ । ଏଭଳି ସ୍ଥିତି ଦିନେ ଦୁଇଦିନ ରହିବ । ୧୦ ତାରିଖ କିମ୍ବା ୧୧ ତାରିଖ ବେଳକୁ ଭୁବନେଶ୍ୱରରେ ପାରଦ ୩୮/୩୯ ଡିଗ୍ରୀ ଛୁଇଁଯିବ ବୋଲି ଜଣାପଡିଛି । ସାଧାରଣତଃ ବର୍ଷର ସର୍ବାଧିକ ଗରମ ଏପ୍ରିଲ ମାସରେ ପଡ଼ିଥାଏ । ତେବେ ମଧ୍ୟ ଏପ୍ରିଲ ବେ‌ଳକୁ ଏ ନେଇ ଅଧିକ ସ୍ପଷ୍ଟ ଚିତ୍ର ଆସିବ ।

ଓଡିଶାରେ ସପ୍ତାହେ ଯାଏଁ ଶୁଖିଲା ପାଗ, ମାର୍ଚ୍ଚ ୭ ରୁ ବଢ଼ିବ ତାତି

ବଦଳିବ ରାଜ୍ୟର ପାଣିପାଗ ; ଏ ବର୍ଷ ଗ୍ରୀଷ୍ମରେ କମ୍‌ ଗରମ ଅଧିକ ବର୍ଷା, ଜୁନରେ ପ୍ରବଳ ଛେଚିବ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)