1. କୃଷି ଖବର

ଓଡିଶାରେ ସପ୍ତାହେ ଯାଏଁ ଶୁଖିଲା ପାଗ, ମାର୍ଚ୍ଚ ୭ ରୁ ବଢ଼ିବ ତାତି

ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ଖରାଟିଆ ପାଗ ହେବା ସହିତ ତାପମାତ୍ରା ବଢ଼ିବ । ଆଭ୍ୟନ୍ତରୀଣ ଦକ୍ଷିଣ ସବୁଠୁ ଉତ୍ତପ୍ତ ହେବ । ଚଳିତ ମାସ ୭ ତାରିଖରୁ ୧୨ ତାରିଖ ମଧ୍ୟରେ ଗରମ ଦ୍ରୁତ ଗତିରେ ବୃଦ୍ଧି ପାଇବ ।

Sudesna Nayak
Sudesna Nayak
Weather in Odisha news

Weather in Odisha news

ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ଖରାଟିଆ ପାଗ ହେବା ସହିତ ତାପମାତ୍ରା ବଢ଼ିବ । ଆଭ୍ୟନ୍ତରୀଣ ଦକ୍ଷିଣ ସବୁଠୁ ଉତ୍ତପ୍ତ ହେବ । ଚଳିତ ମାସ ୭ ତାରିଖରୁ ୧୨ ତାରିଖ ମଧ୍ୟରେ ଗରମ ଦ୍ରୁତ ଗତିରେ ବୃଦ୍ଧି ପାଇବ ।

ସୂଚନା ଅନୁଯାୟୀ, ସେହିପରି ସର୍ବାଧିକ ତାପମାତ୍ରା ଉପକୂଳ ଜିଲ୍ଲାରେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ୨ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ବଢ଼ିବ । ୭ ତାରିଖରୁ ୧୨ ତାରିଖ ମଧ୍ୟରେ ପ୍ରାୟ ୩ ଡିଗ୍ରୀ ସେଲସିୟସ୍‌ରୁ ଅଧିକ ବଢ଼ିପାରେ । ଅନୁଗୁଳ ସମେତ କେନ୍ଦ୍ରୀୟ ଓଡ଼ିଶା ଓ ଆଭ୍ୟନ୍ତରୀଣ ଦକ୍ଷିଣରେ ୭ ତାରିଖରୁ ୧୨ ତାରିଖ ଭିତରେ ପ୍ରାୟ ୪ ଡିଗ୍ରୀ ସେଲସିୟସ୍‌ରୁ ଅଧିକ ବଢିବା ବେଳେ ଆଭ୍ୟନ୍ତରୀଣ ଉତ୍ତରରେ ୩ ଡିଗ୍ରୀ ସେଲସିୟସରୁ ଅଧିକ ବଢିବାର ସମ୍ଭାବନା ରହିଛି ବୋଲି କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି, ୧୧ ତାରିଖ ଓ ୧୨ ତାରିଖରେ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୮.୫ ଡିଗ୍ରୀ ସେଲସିୟସ୍‌, ଅନୁଗୁଳ ଜିଲ୍ଲା, ତାଳଚେର, ସୋନପୁର, ଭବାନୀପାଟଣା, ଟିଟିଲାଗଡ଼, କାଲିମେଳାରେ ୩୯ ଡିଗ୍ରୀ ସେଲସିୟସ୍‌ରୁ ଅଧିକ ଏବଂ ଝାରସୁଗୁଡ଼ାରେ ୩୭.୫ ଡିଗ୍ରୀ ସେଲସିୟସ, ଚାନ୍ଦବାଲିରେ ୩୭ ଡିଗ୍ରୀ ସେଲସିୟସ୍‌ ହୋଇପାରେ । ହୁଏତ କେତେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ଛୁଇଁପାରେ ।

ଭୁବନେଶ୍ୱର ସମେତ ଉପକୂଳରେ ସର୍ବନିମ୍ନ ତାପମାତ୍ରା ସାମାନ୍ୟ ବଢ଼ିବା ହେତୁ ଦିନରେ ଗରମରାତିରେ ସାମାନ୍ୟ ଥଣ୍ଡା ଅନୁଭୂତ ହେବ । କୁହୁଡ଼ି ଚାଲୁ ରହିବ । ଆଭ୍ୟନ୍ତରୀଣ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ ଡିଗ୍ରୀ ସେଲସିୟସ୍‌ ବଢ଼ିପାରେ। କୁହୁଡ଼ି ସମ୍ଭାବନା ନାହିଁ ।

୧୨ ତାରିଖ ବେଳକୁ ବାଷ୍ପୀକରଣର ଦ୍ରୁତ ବୃଦ୍ଧି ହେତୁ ଫସଲରେ ଜଳସେଚନର ଆବଶ୍ୟକତା ପ୍ରାୟ ୬୦ ପ୍ରତିଶତ ବଢିବ । ତେଣୁ ପନିପରିବା ଓ ରବି ଫସଲ ଆବଶ୍ୟକ ମତେ ଜଳସେଚନ କରିବାକୁ ସେ ପରାମର୍ଶ ଦେଇଛନ୍ତ ।

ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ମୁଖ୍ୟ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି, ଶୁକ୍ରବାର ପାଗ ଶୁଖିଲା ରହିବ । ଆକାଶରେ କାଁ ଭାଁ ବାଦଲ ରହିବ । ଏଭଳି ପାଗ ୬ ତାରିଖ ଏବଂ ୭ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ଡ. ସାହୁ ଆକଳନ କରିଛନ୍ତି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌. ବିଶ୍ୱାସ ପୂର୍ବାନୁମାନ କରିଛନ୍ତି, ଆସନ୍ତା ୨-୪ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଅବପାତର ପ୍ରଭାବ ଓଡ଼ିଶାରେ ବିଶେଷ ପଡ଼ିବ ନାହିଁ । ଏହାର ପ୍ରଭାବ ତାମିଲନାଡୁରେ ପଡ଼ିବ । କୁହୁଡ଼ି ପଡ଼ିବ ବୋଲି ସେ ଆକଳନ କରିଛନ୍ତି ।

ପ୍ରକାଶ ଥାଉ ଯେ, ଗୁରୁବାର ରାଜ୍ୟର ୧୦ ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍‌ ଉପରେ ରହିଥିଲା । ଟିଟିଲାଗଡ଼ରେ ସର୍ବାଧିକ ୩୭ ଡିଗ୍ରୀ ସେଲସିୟସ୍‌ ଥିବା ବେଳେ ବଲାଙ୍ଗୀରରେ ୩୬.୮, ସୋନପୁରରେ ୩୬, ଝାରସୁଗୁଡ଼ାରେ ୩୫.୬, ଭବାନୀପାଟଣା ଓ ବୌଦ୍ଧରେ ୩୫.୫, ସମ୍ବଲପୁରରେ ୩୫.୨, ଅନୁଗୁଳରେ ୩୫.୧ ଏବଂ ନୟାଗଡ଼ ଓ ଛତ୍ରପୁରରେ ୩୫ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି ।

ଓଡିଶାରେ ଏ ବର୍ଷ ଖରାଦିନେ କମ୍ ଗରମ ଅଧିକ ବର୍ଷା, ରାଜ୍ୟ ଉପରେ ରହିବ ଲା-ନିନାର ପ୍ରଭାବ

ବଦଳିବ ରାଜ୍ୟର ପାଣିପାଗ ; ଏ ବର୍ଷ ଗ୍ରୀଷ୍ମରେ କମ୍‌ ଗରମ ଅଧିକ ବର୍ଷା, ଜୁନରେ ପ୍ରବଳ ଛେଚିବ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments