1. କୃଷି ଖବର

ନୂଆବର୍ଷରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା

୫ ତାରିଖରୁ ପ୍ରାୟତଃ ରାଜ୍ୟରେ ପାଗ ପରିବର୍ତ୍ତନ ନେଇ ପୂର୍ବାନୁମାନ କରିଛି ବିଭାଗ। ଯାହା ପ୍ରଭାବରେ ବର୍ଷ ସମ୍ଭାବନା ରହିଛି ଜିଲ୍ଲାରେ l ପଶ୍ଚିମା ଝଡ ପ୍ରଭାବରେ କିଛି କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।

Tanushree Mahapatra
Tanushree Mahapatra
weather update of odisha , image source - pexels.com

weather update of odisha , image source - pexels.com

ଗତ କିଛିଦିନ ହେବ ରାଜ୍ୟରେ ଥଣ୍ଡା ଲାଗି ରହିଥିବାବେଳେ କିନ୍ତୁ ଏବେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଆଉ ଶୀତର ପ୍ରଭାବ ଅନୁଭବ ହେଉ ନାହିଁ । କିନ୍ତୁ ବେଶ୍ କିଛି ଦିନ ହେବ ରାତିର ତାପମାତ୍ରା ବଢିବା ସହ ହ୍ରାସ ପାଇଛି ଶୀତ ପ୍ରକୋପ ଯେଉଁଥିପାଇଁ କୁହୁଡି ପ୍ରଭାବ ଅଧିକ ହୋଇଛି । ତେବେ ଏବେ ସ୍ବାଭାବିକଠାରୁ ୫ ଡିଗ୍ରୀ ଉପରେ ରହୁଛି ରାଜ୍ୟର କିଛି ଜିଲ୍ଲାର ପାରଦ । ଏଣେ ବିଭିନ୍ନ ସ୍ଥାନରେ ଶୀତ କମିବା ସହିତ କୁହୁଡି ଦେଖାଯାଉଛି ।

କେତେକ ସ୍ଥାନରେ ଘନ କୁହୁଡି ଦେଖାଯାଉଥିବାରୁ ଲୋକେ ହଇରାଣ ହେଉଛନ୍ତି । ଯେଉଁଥିପାଇଁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି l ଆଉ ଏଥିଯୋଗୁଁ ରାଜ୍ୟରେ ଯାନବାହନ ଚଳାଚଳ ପ୍ରଭାବିତ ହେଉଛି । ତେବେ ଏହିଭଳି ପରିସ୍ଥିତି ଆହୁରି ୩ ଦିନ ଦେଖାଦେବ ବୋଲି କୁହାଯାଇଛି । ତେବେ ଘନ କୁହୁଡ଼ି ପାଇଁ  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅଧିକାଂଶ ଜିଲ୍ଲାକୁ ଆଲର୍ଟ ଜାରି କରିଛି ।

ଏଣେ ଜାନୁଆରୀ ୫ ତାରିଖରୁ ପ୍ରାୟତଃ ରାଜ୍ୟରେ ପାଗ ପରିବର୍ତ୍ତନ ନେଇ ପୂର୍ବାନୁମାନ କରିଛି ବିଭାଗ। ଯାହା ପ୍ରଭାବରେ ବର୍ଷ ସମ୍ଭାବନା ରହିଛି ଜିଲ୍ଲାରେ l ପଶ୍ଚିମା ଝଡ ପ୍ରଭାବରେ କିଛି କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ତେବେ ସେହି ଜିଲ୍ଲା ଭିତରେ ରହିଛନ୍ତି ସୁନ୍ଦରଗଡ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ।  ତେବେ ରାଜ୍ୟବାସୀଙ୍କୁ ଏବେ ହାଡ଼ ଭଙ୍ଗା ଶୀତରୁ ଆସ୍ବସ୍ତି ମିଳିଛି ।

ସେହିପରି କିଛିଦିନ ହେବ ରାଜଧାନୀ ଭୁବନେଶ୍ବର ସମେତ ସମ୍ପୂର୍ଣ୍ଣ ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ଶୀତୁଆ ସକାଳକୁ ଘନ କୁହୁଡି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି । ଦୁର୍ଘଟଣା ଭୟାରେ ଲୋକେ ଦିନ ୧୧ ଟା ପରେ ଘରୁ ବାହାରକୁ ଯାଉଛନ୍ତି l ତେବେ ଦାରିଙ୍ଗବାଡ଼ିରେ ତୁଷାରପାତରେ ବଣଭୋଜିର ମଜା ଉଠାଉଛନ୍ତି ପର୍ଯ୍ୟଟକମାନେ ।

ଆଗକୁ ପ୍ରବଳ ବର୍ଷା ସୂଚନା ରହିଛି ବିଭାଗ କହିବା ଅନୁଯାୟୀ l ତେବେ ସେହିପରି କନ୍ଧମାଳ, କୋରାପୁଟ,ସୁନ୍ଦରଗଡ଼, ମୟୂରଭଞ୍ଜ ସମେତ ଆଭ୍ୟନ୍ତରୀଣ କିଛି କିଛି ଜିଲ୍ଲାରେ ଶୀତ ଅଧିକ ଅନୂଭବ ହେଉଥିବା ନଜିର ରହିଛି । ସେହିପରି ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକ ଠାରୁ ପ୍ରାୟତଃ ୨ ରୁ ୪ ଡ଼ିଗ୍ରୀ ପର୍ଯ୍ୟନ୍ତ ଅଧିକ ରେକର୍ଡ ହୋଇଛି l ଅନ୍ୟପଟେ ବାୟୁମଣ୍ଡଳରେ ଜଳୀୟବାଷ୍ପର ମାତ୍ରା ବୃଦ୍ଧି ତଥା ବାୟୁ ଚଳାଚଳରେ ନିଷ୍କ୍ରିୟତା ହେତୁ କୁହୁଡି ପ୍ରଭାବ ବୃଦ୍ଧି ଏବଂ ଶୀତର ପ୍ରକୋପ କମିଛି ବୋଲି ବିଭାଗ ସୂଚନା ଦେଇଛି l ତେବେ ଆଗକୁ ନୂଆବର୍ଷରେ ପଶ୍ଚିମାଝଡ଼ ପ୍ରଭାବରେ ବର୍ଷା ସମ୍ଭାବନା ଅଛି l ଜାନୁଆରୀ ପ୍ରଥମ ସପ୍ତାହ ଶେଷ ବେଳକୁ ରାଜ୍ୟର କିଛି କିଛି ଜିଲ୍ଲାରେ  ହାଲୁକା ବର୍ଷା ସମ୍ଭାବନା l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments