1. କୃଷି ଖବର

କଲବଲ କରୁଛି ରାଜ୍ୟବାସୀଙ୍କୁ ଘନ କୁହୁଡ଼ି

କଲବଲ କରୁଛି ଘନ କୁହୁଡ଼ି l ଯାହାକୁ ନେଇ ପାଣିପାଗ ବିଭାଗ ଜାରି କରିଛି କିଛି ଜିଲ୍ଲାରେ ୟେଲୋ ଆଲର୍ଟ l ଘନ କୁହୁଡ଼ି ପାଇଁ ଘରୁ ବାହାରିବା ପାଇଁ ଡରୁଛନ୍ତି ଲୋକେ l କୁହୁଡ଼ି ମାତ୍ରା ଏତେ ଅଧିକ ରହୁଛି ପ୍ରାୟତଃ ୫୦ ମିଟର ପର୍ଯ୍ୟନ୍ତ ରାସ୍ତା ଦେଖାଯାଉ ନାହିଁ l

Tanushree Mahapatra
Tanushree Mahapatra
Weather update of odisha , image source - pexels.com

Weather update of odisha , image source - pexels.com

ଦକ୍ଷିଣ ଓଡି଼ଶା ସମେତ ଉପକୂଳ ଜିଲ୍ଲା ଗୁଡିକରେ ମଧ୍ୟ ଶୀତର ଲହରି ଜାରି ରହିଛି । ଯାହାକୁ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କତା ଜାରି କରିଛି । କିଛି କିଛି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ମଧ୍ୟ ଜାରି କରିଛି l

ରାଜ୍ୟବାସୀଙ୍କୁ କଲବଲ କରୁଛି ଥଣ୍ତା । ଘରୁ ବାହାରିବା ଯେପରି ମୁସ୍କିଲ୍ ହୋଇ ପଡିଛି । କାହିଁକି ନା ଘନ କୁହୁଡି଼ ଯୋଗୁଁ ରାସ୍ତା ଘାଟ ଦେଖାଯାଉନି। ରାଜ୍ୟରେ ଗତ କିଛି ଦିନ ହେବ ଥଣ୍ତା କମିଥିବାର ଦେଖିବାକୁ ମିଳିଥିଲେ ମଧ୍ୟ ଘନ କୁହୁଡିର ପ୍ରଭାବ ଅଧିକ ରହିଛି। କୁହୁ଼ଡିର ଅତ୍ୟଧିକ ମାତ୍ରା ରହୁଛି ଯେ, ରାସ୍ତାରେ ଯିବାଆସିବା ବେଳେ ଏକାଧିକ ଦୁର୍ଘଟଣା ମଧ୍ୟ ଘଟୁଛି। ତେବେ ଦକ୍ଷିଣ ଓଡି଼ଶା ସମେତ ଉପକୂଳ ଜିଲ୍ଲା ଗୁଡିକରେ ମଧ୍ୟ ଶୀତର ଲହରି ଜାରି ରହିଛି । ଯାହାକୁ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କତା ଜାରି କରିଛି । କିଛି କିଛି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ମଧ୍ୟ ଜାରି କରିଛି l

ସେହିପରି ଆଗାମୀ କିଛିଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ , ଉପକୂଳ, ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ କୁହୁଡ଼ି  ସତର୍କତା ଜାରି କରିଛି ପାଣିପାଗ ବିଭାଗ l ଓଡ଼ିଶାର କିଛି ରାଜ୍ୟ ତଥା ଜଗତସିଂହପୁର , କଟକ ,କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ଅନୁଗୁଳ , ରାୟଗଡା, କୋରାପୁଟ, ସୁନ୍ଦରଗଡ, ଓ ଢେଙ୍କାନାଳ ଜିଲ୍ଲାର ଏକାଧିକ ଜିଲ୍ଲାରେ କୁହୁଡି଼ ଅଧିକ ହେବାର ସମ୍ଭାବନା ରହିଥିବା ନେଇଁ ସତର୍କ କରାଯାଇଛି । ଏହାର ମାତ୍ରା ଏତେ ଅଧିକ ରହୁଛି ଯେ କୁହୁଡିର ପ୍ରଭାବ ଦିନ ୧୧ଟା ପର୍ଯ୍ୟନ୍ତ ରହୁଛି । ଏପରୱିକି ଏହା ପ୍ରାୟତଃ ୫୦ ମିଟର ଦୂରକୁ ବି କିଛି ଦେଖାଯାଉନି । ଯାହାଦ୍ୱାରା ଲୋକେ ଘରୁ ବାହାରିବା ପାଇଁ ମଧ୍ୟ ଭୟ କରୁଛନ୍ତି l ଅନ୍ୟପଟେ ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ବିଭିନ୍ନ ସ୍ଥାନରେ ନିଆଁ ଜାଳି ବାସୁଥିବାର ମଧ୍ୟ ଦେଖିବାକୁ ମିଳୁଛି । ବାସହୀନ ଲୋକଙ୍କ ପାଇଁ ଏହା ଏକ ଚ୍ୟାଲେଞ୍ଜ ହୋଇପଡିଛି l ସେମାନଙ୍କୁ ସରକାରୀ ବାସସ୍ଥାନରେ ରହିବା ପାଇଁ ନିର୍ଦେଶ ରହିଛି l

ସେପଟେ, ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ବିମାନ ଓ ରେଳ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି l ଘନ କୁହୁଡି ଯୋଗୁଁ ବିମାନ ଏବଂ ରେଳ ସେବା ପ୍ରଭାବିତ ହୋଇଛି ଯାହାପାଇଁ ଯାତ୍ରୀ ହଇରାଣ ହେଉଛନ୍ତି । ଦିଲ୍ଲୀ ବିମାନବନ୍ଦରରେ ପ୍ରାୟତଃ ୧୧୦ ରୁ ଅଧିକ ବିମାନ ପ୍ରଭାବିତ ହୋଇଛି ଯାହା ପାଇଁ ଯାତ୍ରୀଙ୍କ ମଧ୍ୟ ଅସନ୍ତୋଷ ଦେଖିବାକୁ ମିଳିଛି । ଏହା ସହିତ ଉତ୍ତର ରେଳବାଇ କହିଛି ଯେ ଦିଲ୍ଲୀ ଅଭିମୁଖେ ଯାଉଥିବା ୨୫ଟି ଟ୍ରେନ୍ ବିଳମ୍ବରେ ଚାଲୁଛି । ସୂଚନା ଅନୁଯାୟୀ, କୁହୁଡ଼ି ଯୋଗୁଁ ଅନେକ ଟ୍ରେନର କାର୍ଯ୍ୟସୂଚୀ ପଛରେ ଚାଲୁଛି । ସେହିପରି ବିମାନ କାର୍ଯ୍ୟରେ ମଧ୍ୟ ବିଳମ୍ବ ହୋଇପାରେ କିମ୍ବା ବିମାନ ବାତିଲ ହୋଇପାରେ ବୋଲି ସୂଚନା ରହୁଛି ଭବିଷ୍ୟତ ପାଇଁ । ରାଜ୍ୟର ଏହି ଖରାପ ପାଗ ଯୋଗୁଁ ଦିଲ୍ଲୀ ବିମାନବନ୍ଦରରେ ଦୁଇଟି ବିମାନର ମାର୍ଗ ମଧ୍ୟ ପରିବର୍ତ୍ତନ କରାଯାଇଥିଲା । ତେବେ ଏପରି ପରିସ୍ଥିତି ଆଗକୁ ଆହୁରି କିଛିଦିନ ରହିବା ନେଇ ସୂଚନା ରହିଛି l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments