ଆଜିଠାରୁ ସୁନ୍ଦରଗଡ, ଝାରସୁଗୁଡା, ବଲାଙ୍ଗୀର, ସୋନପୁର,କଳାହାଣ୍ଡି, କନ୍ଧମାଳ, ସମ୍ବଲପୁର, ବରଗଡ, ବୌଦ୍ଧ ଏବଂ ମୟୂରଭଞ୍ଜ ଜିଲ୍ଲାରେ ତାପମାତ୍ରା କମିବ । ଏହାପରେ ଉପକୂଳ ଓଡିଶାର ଅଧିକାଂଶ ଜିଲ୍ଲାରେ ତାପମାତ୍ରା କମିବ l ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ଶୀତ ସହ ଘନ କୁହୁଡି ଜନଜୀବନକୁ ଅସ୍ତବ୍ୟସ୍ତ କରିବ। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନ କୁହୁଡି ନେଇ ୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।
ଏହି ଜିଲ୍ଲାରେ ସାମିଲ ରହିଛି କେନ୍ଦୁଝର, ସୁନ୍ଦରଗଡ, ସମ୍ବଲପୁର ଏବଂ ଝାରସୁଗୁଡା l ଏହି ଜିଲ୍ଲା ଗୁଡିକରେ ୫୦ ମିଟର ତଳକୁ ଖସିପାରେ ଦୃଶ୍ୟମାନ ଦୂରତା। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରୀ ରେକର୍ଡ କରାଯାଇଛି ।
ରାଜ୍ୟ ମଧ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ବୃଦ୍ଧି ପାଇଛି। ମଙ୍ଗଳବାର ମଧ୍ୟରାତିରୁ ସର୍ବନିମ୍ନ ତାପମାତ୍ରାରେ ଦୃଷ୍ଟାନ୍ତ ମୂଳକ ହ୍ରାସ ଓ ଶୀତ ବୃଦ୍ଧି ପାଇବାରେ ସମ୍ଭାବନା ରହିଛି। ଆସନ୍ତା ୩ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବାକୁ ଥିବାରୁ ଶୀତ ଅନୁଭୂତ ହେବ । ୨୦୨୫ ଜାନୁଆରି ମାସ ପ୍ରଥମ ସପ୍ତାହରୁ ଶୀତ ଜାରି ରହିବ l ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହା ପୂର୍ବାନୁମାନ କରାଯାଇଛି।
ଆସନ୍ତା ୩ ଦିନ ମଧ୍ୟରେ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ l ଏ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଦେଶର ପୂର୍ବ ଭାଗରେ ଗୁରୁଚାପ ବଳୟ ପଶ୍ଚିମ ଦିଗକୁ ଗତି କରୁଥିବାରୁ ରାଜ୍ୟ ମଧ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ବଢିବ ବୋଲି ସୂଚନା ରହିଛି । ଯାହାର ପ୍ରଭାବରେ ରାତିର ତାପମାତ୍ରା ଅହେତୁକ ଭାବରେ କମିବ l ଅନ୍ୟପଟେ ଜାନୁଆରୀ ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଲାଗି ରହିବା ନେଇ ସୂଚନା ରହିଛି ।
READ MORE:
କଳାହାଣ୍ଡି ପରିବା ଚାଷୀଙ୍କ ସଫଳତା ସମ୍ପର୍କରେ ଉଲ୍ଲେଖ କଲେ ପ୍ରଧାନମନ୍ତ୍ରୀ
Share your comments