News

Heavy Rainfall: ଆଜି 8 ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଆଜି ମଙ୍ଗଳବାର 8 ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ଆଉ 20 ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

23 August, 2022 12:10 PM IST By: Sudesna Nayak

ଆଜି ମଙ୍ଗଳବାର (Tuesday) 8 ଜିଲ୍ଲାରେ ପ୍ରବଳ ବର୍ଷା (Rain)ହେବାର ସମ୍ଭାବନା ରହିଛି। ଏହାସହ ଆଉ 20 ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ପାଇଁ ୟେଲୋ ଓ୍ୱାର୍ଣ୍ଣିଂ (Yellow Warning)ଜାରି କରିଛି ପାଣିପାଗ ବିଭାଗ ।

ସୂଚନା ଅନୁଯାୟୀ, ଆଜି ମଙ୍ଗଳବାର (Tuesday) ଠାରୁ ରାଜ୍ୟରେ ପୁଣି ବର୍ଷା (Rain)ହେବାର ସମ୍ଭାନା ରହିଛି । ଏନେଇ ଉତ୍ତର ଉପକୁଳ ଓଡିଶା (ODISHA) ର ବାଲେଶ୍ୱର ଜିଲ୍ଲା, ଭଦ୍ରକ ଜିଲ୍ଲା, ଯାଜପୁର ଜିଲ୍ଲା, କେନ୍ଦ୍ରାପଡ଼ା ଜିଲ୍ଲା, ଜଗତସିଂହପୁର ଜିଲ୍ଲା, କଟକ ଜିଲ୍ଲା, କେନ୍ଦୁଝର ଜିଲ୍ଲା ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ (Yellow Warning) ଜାରି କରାଯାଇଛି ।

ଏଥିସହ ଆଉ 20 ଜିଲ୍ଲାକୁ ମଧ୍ଯ ବିଜୁଳି ଘଡ଼ଘଡ଼ି ପାଇଁ ୟେଲୋ ଓ୍ୱାର୍ଣ୍ଣିଂ (Yellow Warning)ଜାରି କରିଛି ପାଣିପାଗ ବିଭାଗ । ଖୋର୍ଦ୍ଧା ଜିଲ୍ଲା, ପୁରୀ, ଗଞ୍ଜାମ, ନୟାଗଡ ଜିଲ୍ଲା ଏବଂ କନ୍ଧମାଳ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା (Rain) ହୋଇପାରେ ।

ପ୍ରକାଶ ଥାଉ ଯେ, 24 ତାରିଖରେ ଉପକୂଳରେ ସ୍ୱଳ୍ପ ବର୍ଷା (Rain) ହୋଇପାରେ । ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା (Rain) ହୋଇପାରେ ।

ଆସୁଛି ଆଉ ଏକ ଲଘୁଚାପ, ସେପ୍ଟେମ୍ବର ପହିଲାରୁ ଛେଚିବ

୧୯ରେ ପୁଣି ଲଘୁଚାପ!

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)