News

ଆସୁଛି ଲଘୁଚାପ, ଜୁଲାଇ ପହିଲାରୁ ଭିଜିବ ଓଡିଶା

ମାସ ଶେଷ ବେଳକୁ ଓଡ଼ିଶା ନିକଟବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ଉତ୍ତର-ପଶ୍ଚିମ ଦିଗରେ ମୁହାଁଇବ । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷାସମ୍ଭାବନା ରହିଛି । ୧ ତାରିଖରୁ ୭ ତାରିଖ ଭିତରେ ରାଜ୍ୟରେ ଭଲ ବର୍ଷା ରହିଛି ।

24 June, 2022 10:27 AM IST By: Sudesna Nayak

ମାସ ଶେଷ ବେଳକୁ ଓଡ଼ିଶା (Odisha)ନିକଟବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ଉତ୍ତର-ପଶ୍ଚିମ ଦିଗରେ ମୁହାଁଇବ । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା (RAIN)ସମ୍ଭାବନା ରହିଛି । ୧ ତାରିଖରୁ ୭ ତାରିଖ ଭିତରେ ରାଜ୍ୟରେ ଭଲ ବର୍ଷା (RAIN)ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (IMD)ଆକଳନ କରିଛି ।

ସୂଚନା ଅନୁଯାୟୀ, ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ମଧ୍ୟ ଜୁଲାଇ (july)ପ୍ରଥମ ସପ୍ତାହରେ ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷା (RAIN) ହେବ ବୋଲି ପୂର୍ବାନୁମାନ ଦେଇଛି । କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା (RAIN)ହୋଇପାରେ ବୋଲି କୁହାଯାଇଛି । ସେହିଭଳି ଆସନ୍ତା ୨୪ ରୁ ୩୦ ତାରିଖ ଯାଏଁ ରାଜ୍ୟରେ ସ୍ୱାଭାବିକ ବର୍ଷା (RAIN)ହେବ ବୋଲି କୁହାଯାଇଛି । ୨୬ ତାରିଖ ଯାଏଁ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି ହୋଇଛି ।

ସେପଟେ ୨୮ ତାରିଖ ଯାଏଁ ରାଜ୍ୟରେ ବର୍ଷା (RAIN)ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ୨୪ ଓ ୨୫ରେ କାଁ ଭାଁ ସ୍ଥାନରେ ହାଲୁକା ବର୍ଷା (RAIN) ହୋଇପାରେ । ଜୁନ୍‌ ମାସରେ ନିଅଣ୍ଟିଆ ବର୍ଷା (RAIN)ରହିବ । ତେବେ ଜୁଲାଇ ପ୍ରଥମ ସପ୍ତାହରେ ସ୍ୱାଭାବିକ ବର୍ଷା (RAIN) ହେବ ବୋଲି ସେ କହିଛନ୍ତି ।

ପ୍ରଫେସର ପଶୁପାଳକ କହିଛନ୍ତି, ଏ ମାସରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୌସୁମୀ ବର୍ଷା (RAIN)ଗାଏବ ହୋଇଯାଇଛି । ନିଅଣ୍ଟିଆ ବର୍ଷା ସ୍ଥିତି ସୃଷ୍ଟି ହୋଇଛି । ଏଯାବତ୍‌ ମୌସୁମୀ (Monsoon) ଘୂର୍ଣ୍ଣିବଳୟ (ମନସନ୍‌ ଟ୍ରଫ୍‌) ସୃଷ୍ଟି ହୋଇନି । ମୌସୁମୀ ବାୟୁପ୍ରବାହ ବାଧାପ୍ରାପ୍ତ ହୋଇଛି । ଏଭଳି ପ୍ରତିକୂଳ ସ୍ଥିତି ଯୋଗୁ ଆରବସାଗର କିମ୍ବା ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର କୌଣସି ସଙ୍କେତ ଦିଶୁନି । ଜାତୀୟସ୍ତରରେ ମୌସୁମୀ (Monsoon) ବର୍ଷା ଆଗେଉନି । ଆକଳନ ଅନୁସାରେ ଜୁନ୍‌ରେ ନିଅଣ୍ଟିଆ ବର୍ଷା (RAIN)ହୋଇଛି ।

୨୯ ରୁ ମୌସୁମୀ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପାଇଁ ଅନୁକୂଳ ସ୍ଥିତି ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ଭଲ ବର୍ଷା (RAIN)ହେବ । ଜୁଲାଇ (july)୧ ରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା (RAIN)ହେବ । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ତଥ୍ୟ ଅନୁସାରେ, ଜୁନ୍‌ ୧ ରୁ ୨୩ ଯାଏଁ ୯୨.୩ ମିଲିମିଟର ବର୍ଷା (RAIN)ରେକର୍ଡ ହୋଇଛି । ଏହି ସମୟରେ ୧୬୬.୯ ମିମି ସ୍ୱାଭାବିକ ବର୍ଷା (RAIN)ହେବା କଥା । ଏଣୁ ଚଳିତ ମାସରେ ଅତ୍ୟଧିକ ନିଅଣ୍ଟିଆ ବର୍ଷା (RAIN)ହୋଇଛି ।

ପ୍ରକାଶ ଥାଉ ଯେ, କେବଳ ବୌଦ୍ଧ ଜିଲ୍ଲାରେ ସ୍ୱାଭାବିକଠାରୁ ୩୫% ଅଧିକ ବର୍ଷା (RAIN)ହୋଇଛି । ଅନୁଗୁଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, ନୂଆପଡ଼ା ଜିଲ୍ଲା ଓ ନୟାଗଡ଼ ଜିଲ୍ଲାରେ ସ୍ୱାଭାବିକ ବର୍ଷା (RAIN) ହୋଇଛି । ଭଦ୍ରକ ଜିଲ୍ଲା, କେନ୍ଦ୍ରାପଡ଼ା ଜିଲ୍ଲା, ଖୋର୍ଦ୍ଧା ଜିଲ୍ଲା, ପୁରୀ ଜିଲ୍ଲା, ଗଜପତି ଜିଲ୍ଲା, ମାଲକାନଗିରି ଜିଲ୍ଲା, ନବରଙ୍ଗପୁର ଜିଲ୍ଲା ଓ ସୁନ୍ଦରଗଡ଼ ଜିଲ୍ଲାରେ ଅତି ନିଅଣ୍ଟିଆ ବର୍ଷା (RAIN) ହୋଇଛି । ଏହି ସବୁ ଜିଲ୍ଲାରେ ପ୍ରାୟ -୫୯% କମ୍‌ ବର୍ଷା (RAIN)ହୋଇଛି । ବାକି ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା (RAIN) ହୋଇଛି ।

ଆଗାମୀ ୪ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା, ସତର୍କ କଲା ପାଣିପାଗ ବିଭାଗ

୨୪ରେ ଘୂର୍ଣ୍ଣିବଳୟ,୨୬ ଯାଏଁ ପ୍ରବଳରୁ ଅତିପ୍ରବଳ ବର୍ଷା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)