ରାଜ୍ୟ (Odisha)ରେ କିଛି ସ୍ଥାନରେ ଆଜି (ଶୁକ୍ରବାର)ବର୍ଷା (Rain) ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର (IMD)ଏଭଳି ପୂର୍ବାନୁମାନ କରି କହିଛନ୍ତି ।
ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା, ସୁନ୍ଦରଗଡ ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ବାଲେଶ୍ୱର ଜିଲ୍ଲା, ଭଦ୍ରକ ଜିଲ୍ଲା ଏବଂ ଯାଜପୁର ଜିଲ୍ଲାର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା (Rain) ନେଇ ପାଣିପାଗ ବିଭାଗ (IMD)ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ପୂର୍ବ ଭଳି ବର୍ଷା (Rain)ନହୋଇ ସ୍ୱଳ୍ପ ବର୍ଷା ହେବ ବୋଲି ପାଣିପାଗ ବିଭାଗ (IMD)ପକ୍ଷରୁ ସୂଚନା ମିଳିଛି ।
ଆସନ୍ତା ୧୨ ତାରିଖ ଓ ୧୩ ତାରିଖରେ ରାଜ୍ୟର ସମସ୍ତ ସ୍ଥାନରେ ପାଗ ଶୁଖିଲା ରହିବ ।
ସେହିପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା (Odisha)ର କିଛି ସ୍ଥାନରେ କୁହୁଡି ପଡିବା ସମ୍ଭାବନା ରହିଛି । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ଘନ କୁହୁଡ଼ି (Fog)ଦେଖିବାକୁ ମିଳିଛି । କିଛି ସ୍ଥାନରେ ହାଲୁକା କୁହୁଡ଼ି (Fog)ମଧ୍ୟ ଅନୁଭୂତ ହୋଇଛି । ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ପାଗ ଶୁଖିଲା ଓ ଖରାଟିଆ ରହିବ ।
ପ୍ରକାଶ ଥାଉ ଯେ, ଏହାସହ କଟକ (Cuttack) ଓ ଭୁବନେଶ୍ୱର (Bhubaneswar)ରେ ମଧ୍ୟ ଆଜି ସକାଳୁ ସକାଳୁ ଘନ କୁହୁଡ଼ି (Fog) ଦେଖିବାକୁ ମିଳିଛି । ଘନ କୁହୁଡ଼ି (Fog) ଯୋଗୁଁ ଦୃଶ୍ୟମାନ ଦୂରତା ହ୍ରାସ ପାଇବାରୁ ଯାତାୟାତରେ ସମସ୍ୟା ଦେଖାଦେଇଛି । ପଟିଆ, ଚନ୍ଦ୍ରଶେଖରପୁର, ରସୁଲଗଡ଼, ମଞ୍ଚେଶ୍ୱର ଅଞ୍ଚଳରେ ଘନ କୁହୁଡ଼ି (Fog) ଦେଖିବାକୁ ମିଳିଛି ସେହିପରି କଟକ (Cuttack)ରେ ମଧ୍ୟ ଘନ କୁହୁଡ଼ି (Fog) ହୋଇଛି ।
ଆଜି ଅପରାହ୍ନରେ କାଚିବ ବର୍ଷା, ୧୧ରେ ପାଗ ରହିବ ମେଘୁଆ
Weather Updates : ଆଜି ଠୁ ଓଡିଶାରେ ଛେଚିବ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି