1. କୃଷି ଖବର

Weather Updates : ଆଜି ଠୁ ଓଡିଶାରେ ଛେଚିବ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି

ରାଜ୍ୟରେ ଦୁଇଦିନ ପଶ୍ଚିମା ଝଡର ପ୍ରଭାବ ଦେଖିବାକୁ ମିଳିବ । ବୁଧବାର ଠାରୁ ହାଲୁକା ବର୍ଷା ହେବ । ଗୁରୁବାର ବର୍ଷାର ପରିମାଣ ବୃଦ୍ଧି ପାଇବ ।

Sudesna Nayak
Sudesna Nayak
Weather Updates rain alert for odisha

Weather Updates rain alert for odisha

ରାଜ୍ୟ (Odisha)ରେ ଦୁଇଦିନ ପଶ୍ଚିମା ଝଡର ପ୍ରଭାବ ଦେଖିବାକୁ ମିଳିବ । ବୁଧବାର (Wednesday)ଠାରୁ ହାଲୁକା ବର୍ଷା (Rain)ହେବ । ଗୁରୁବାର (Thursday) ବର୍ଷା (Rain)ର ପରିମାଣ ବୃଦ୍ଧି ପାଇବ ।

ସୂଚନା ଅନୁଯାୟୀ, ୧୧ ତାରିଖରୁ ପୁଣି ବଢିବ ଶୀତ (Cold) ବଢିବ । ରାତ୍ରି ତାପମାତ୍ରା ୩ ରୁ ୪ ଡ଼ିଗ୍ରୀ ଯାଏଁ ଖସିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର (IMD) ସୂଚନା ଦେଇଛି ।

ମଙ୍ଗଳବାର (Tuesday)ରାତିରୁ ଆଉ ଏକ ସତେଜ ପଶ୍ଚିମା-ଝଡ ଦେଶର ଉତ୍ତର-ପଶ୍ଚିମ ଭାଗକୁ ପ୍ରଭାବିତ କରିଛି । ବୁଧବାର (Wednesday) ବିଳମ୍ବିତ ରାତିରୁ ଜାତୀୟ ରାଜଧାନୀ ଦିଲ୍ଲୀ (Delhi)ସମେତେ ଏହାର ଆଖପାଖ ଅଞ୍ଚଳରେ ବିକ୍ଷିପ୍ର ବର୍ଷା (Rain)ହୋଇଛି । ସକ୍ରିୟ ଥିବା ପଶ୍ଚିମା-ଝଡ ପ୍ରଭାବରେ ଓଡିଶା (Odisha)ରେ ବୁଧାବାର ରୁ ବର୍ଷା (Rain) ହେବାନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର (IMD) ପୂର୍ବାନୁମାନ କରିଛି । ଆଗାମୀ ୩ ଦିନରେ ୩ ରୁ ୪ ଡ଼ିଗ୍ରୀ ଯାଏଁ ରାତ୍ରି ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି ।

୯ ତାରିଖ ଅର୍ଥାତ ବୁଧବାର (Wednesday)ରେ ଆଭ୍ୟନ୍ତରୀଣ ଏବଂ ୧୦ ତାରିଖରେ ଉପାନ୍ତରୁ ଉପକୂଳ ଯାଏଁ ପଶ୍ଚିମା ଝଡର ପ୍ରଭାବ ରହିବ । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ବର୍ଷା (Rain) ଆଶଙ୍କା କରାଯାଉଛି । ମଙ୍ଗଳବାର (Tuesday) ଓ ବୁଧବାର (Wednesday) ୬ ଜିଲ୍ଲା ଝାରସୁଗୁଡ଼ା ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ଦେବଗଡ଼ ଜିଲ୍ଲା ଓ ସମ୍ୱଲପୁର ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣ ବର୍ଷା (Rain)ହୋଇପାରେ । କିଛି ସ୍ଥାନରେ ଘନ କୁହୁଡି (Fog) ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର (IMD) ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରକାଶ ଥାଉ ଯେ, ସେହିପରି ଗୁରୁବାର (Thursday) ଝାରସୁଗୁଡା ଜିଲ୍ଲା, ସୁନ୍ଦରଗଡ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ସମ୍ବଲପୁର ଜିଲ୍ଲା ଏବଂ ଦେଓଗଡ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା (Rain) ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । କନ୍ଧମାଳ ଜିଲ୍ଲା, ନୟାଗଡ ଜିଲ୍ଲା, ଖୋର୍ଦ୍ଧା ଜିଲ୍ଲା, ସୋନପୁର ଜିଲ୍ଲା, ପୁରୀ ଜିଲ୍ଲା, ବୌଦ୍ଧ ଜିଲ୍ଲାର କିଛି ସ୍ଥାନରେ ଘଡଘଡି ବିଜୁଳି (lightning) ସହ କୁଆପଥର ବର୍ଷା (Rain) ହେବ ଆଶଙ୍କା କରି ଉକ୍ତ ଜିଲ୍ଲା ଗୁଡିକୁ ସତର୍କ କରି ୟେଲୋ ୱାର୍ଣ୍ଣିଂ ଜାରି (Yellow warning) କରାଯାଇଛି । ତେବେ ଅନ୍ୟ ଜିଲ୍ଲା ଗୁଡିକରେ ପାଗ ଶୁଖିଲା ରହିବ ବୋଲି ସୂଚନା ମିଳିଛି ।

୯ ତାରିଖରୁ ଛେଚିବ ବର୍ଷା, ଧିରେଧିରେ କମିବ ଶୀତ

ପୁଣି କୁହୁଡ଼ି ଚାଦରରେ ଢାଙ୍କି ହେବ ଓଡ଼ିଶା ; ଫେବୃଆରି ୯ ରୁ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments