1. କୃଷି ଖବର

୯ ତାରିଖରୁ ଛେଚିବ ବର୍ଷା, ଧିରେଧିରେ କମିବ ଶୀତ

ରାଜ୍ୟରେ ଏବେ ପଶ୍ଚିମା ଝଡ଼ ସକ୍ରିୟ ଅଛି । ଏହାର ପ୍ରଭାବରେ ୯ ତାରିଖରୁ ବର୍ଷା ଆରମ୍ଭ ହୋଇଯିବ ।

Sudesna Nayak
Sudesna Nayak
rain and fog in odisha

rain and fog in odisha

ରାଜ୍ୟ (Odisha)ରେ ଏବେ ପଶ୍ଚିମା ଝଡ଼ ସକ୍ରିୟ ଅଛି । ଏହାର ପ୍ରଭାବରେ ୯ ତାରିଖରୁ ବର୍ଷା ଆରମ୍ଭ ହୋଇଯିବ । ୮ ତାରିଖ ଆଜି ମଙ୍ଗଳବାର (Tuesday)ରାତିରୁ ଆଉ ଏକ ସତେଜ ପଶ୍ଚିମା-ଝଡ ଦେଶର ଉତ୍ତର-ପଶ୍ଚିମ ଭାଗକୁ ପ୍ରଭାବିତ କରିବା ସମ୍ଭାବନା ରହିଛି ।

ମଙ୍ଗଳବାର (Tuesday)ଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡି (Fog)ପଡିବ । ବର୍ତ୍ତମାନ ସକ୍ରିୟ ଥିବା ପଶ୍ଚିମା-ଝଡ ପ୍ରଭାବରେ ରାଜ୍ୟରେ ୯ ତାରିଖରୁ ବର୍ଷା (Rain) ହେବାନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର (IMD)ପୂର୍ବାନୁମାନ କରିଛି ।

ସୂଚନା ଅନୁଯାୟୀ, ଆଗାମୀ ୩ ଦିନରେ ୩ ରୁ ୪ ଡ଼ିଗ୍ରୀ ଯାଏଁ ରାତ୍ରି ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି । ୯ ତାରିଖରେ ଆଭ୍ୟନ୍ତରୀଣ ଏବଂ ୧୦ ତାରିଖରେ ଉପାନ୍ତରୁ ଉପକୂଳ ଯାଏଁ ପଶ୍ଚିମା ଝଡର ପ୍ରଭାବ ରହିବ । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ବର୍ଷା (Rain) ଆଶଙ୍କା କରାଯାଉଛି । ମଙ୍ଗଳବାର (Tuesday) ଓ ବୁଧବାର (Wednesday) ୬ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣ ବର୍ଷା (Rain) ହୋଇପାରେ । ବୁଧବାର (Wednesday) ଠାରୁ କିଛି ସ୍ଥାନରେ ଘନ କୁହୁଡି (Fog) ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର (IMD)ପକ୍ଷରୁ ସୂଚନା ଦିଆଯାଇଛି ।

ବୁଧବାର (Wednesday) ଝାରସୁଗୁଡ଼ା ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ଦେବଗଡ଼ ଜିଲ୍ଲା ଓ ସମ୍ୱଲପୁର ଜିଲ୍ଲାରେ ହାଲୁକା ବର୍ଷା (Rain) ହୋଇପାରେ । କନ୍ଧମାଳ ଜିଲ୍ଲା, ନୟାଗଡ ଜିଲ୍ଲା, ଖୋର୍ଦ୍ଧା ଜିଲ୍ଲା, ସୋନପୁର ଜିଲ୍ଲା, ପୁରୀ ଜିଲ୍ଲା, ବୌଦ୍ଧ ଜିଲ୍ଲାର କିଛି ସ୍ଥାନରେ ଘଡଘଡି ବିଜୁଳି (lightning) ସହ କୁଆପଥର ବର୍ଷା (Rain) ହେବ ଆଶଙ୍କା କରି ଉକ୍ତ ଜିଲ୍ଲା ଗୁଡିକୁ ସତର୍କ କରାଯାଇଛି । ତେବେ ଅନ୍ୟ ଜିଲ୍ଲା ଗୁଡିକରେ ପାଗ ଶୁଖିଲା ରହିବ । ଆସନ୍ତା ସୋମବାର (Monday)ଠାରୁ ଦିନର ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ପ୍ରକାଶ ଥାଉ ଯେ, ବୁଧବାର (Wednesday) ଝାରସୁଗୁଡା ଜିଲ୍ଲା, ସୁନ୍ଦରଗଡ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ସମ୍ବଲପୁର ଜିଲ୍ଲା ଏବଂ ଦେଓଗଡ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା (Rain) ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ସେହିପରି ଗୁରୁବାର (Thursday)ଉତ୍ତର ଓଡ଼ିଶା (Odisha),ସୋନପୁର ଜିଲ୍ଲା, ବୌଦ୍ଧଜିଲ୍ଲା, କନ୍ଧମାଳ ଜିଲ୍ଲା, ନୟାଗଡ଼ ଜିଲ୍ଲା, ଖୋର୍ଦ୍ଧା ଜିଲ୍ଲା ଏବଂ ପୁରୀ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର (IMD) ସତର୍କ କରିଛି ।

ପୁଣି କୁହୁଡ଼ି ଚାଦରରେ ଢାଙ୍କି ହେବ ଓଡ଼ିଶା ; ଫେବୃଆରି ୯ ରୁ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି

ଆସନ୍ତା ୧୨ଘଣ୍ଟା ଛେଚିବ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments