News

ହାଣ୍ତିଶାଳ ଉପରେ ମହଙ୍ଗା ମାଡ, ଜାଣନ୍ତୁ ଆଜିର ପରିବା ଦର...

ବର୍ତ୍ତମାନ ହାଣ୍ତିଶାଳ ଉପରେ ପଡିଲା ମହଙ୍ଗା ମାଡ । ଚିନ୍ତାରେ ଗୃହିଣୀ । ବଜାରରେ ଆକାଶ ଛୁଆଁ ହୋଇଛି ପରିବା ଦର (Vegetable Price Today) ।

20 July, 2022 11:51 AM IST By: Sudesna Nayak

ବର୍ତ୍ତମାନ ହାଣ୍ତିଶାଳ ଉପରେ ପଡିଲା ମହଙ୍ଗା ମାଡ । ଚିନ୍ତାରେ ଗୃହିଣୀ । ବଜାରରେ ଆକାଶ ଛୁଆଁ ହୋଇଛି ପରିବା ଦର (Vegetable Price Today) ।

ସୂଚନା ଅନୁଯାୟୀ, ଲେମ୍ବୁ (LEMON)ର ଦାମ ସାଧାରଣ ଲୋକମାନଙ୍କ ବଜେଟକୁ ଖଟ୍ଟା କରିଥିବା ବେଳେ ଗୃହିଣୀଙ୍କୁ ଟେନସନ ଦେଉଛି ବିନ୍ (BEANS)ର ଦର ।

ଚଳିତ ବର୍ଷ ହିଁ ପେଟ୍ରୋଲ (Petrol Price) ଡିଜେଲ ଦର (Diesel Price)ବୃଦ୍ଧି ପରେ ପନିପରିବା ଦର ଅହେତୁକ ବୃଦ୍ଧି ପାଇଛି । ଫଳରେ ସ୍ଥିତି ଅସମ୍ଭାଳ ହୋଇଥିବା ବେଳେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଖାଉଟିମାନେ ।

ବୁଧବାର (Wednesday)ଭୁନେଶ୍ବରରେ ପନିପରିବା ଦର (Vegetable Price Today) କେତେ ରହିଛି ଜାଣନ୍ତୁ...

ଗତ କିଛି ମାସ ମଧ୍ୟରେ ଲେମ୍ବୁ (LEMON),ବିନ୍ (BEANS),ଟମାଟୋ (Tomato), ସଜନା ଛୁଇଁ (Drumstick), ପୋଟଳ (Pointed gourd),ଗାଜର, ପିଆଜ (ONION),ଆଳୁ, ବାଇଗଣ, ଆଦି ଅନେକ ପନିପରିବା ଦର (Vegetable Price)ଆକାଶ ଛୁଇଁଲାଣି ।

- ବୁଧବାର (Wednesday) ବାଇଗଣ ଦର-40.00 ଟଙ୍କା

-ପୋଟଳ ଦର-40.00 ଟଙ୍କା

-ଟମାଟୋ ଦର-30.00 ଟଙ୍କା

-ବିନ୍ ର ଦର- 100.00 ଟଙ୍କା

-ଭେଣ୍ତି ଦର- 30.00 ଟଙ୍କା

-ଗାଜର ଦର- 30.00 ଟଙ୍କା

-ପିଆଜ ଦର- 28.00 ଟଙ୍କା

-ଆଳୁ ଦର- 32.00 ଟଙ୍କା

ପ୍ରକାଶ ଥାଉ ଯେ, ପ୍ରତିଦିନ ଓଡ଼ିଶା ବଜାରରେ ୫ ଟଙ୍କା ୧୦ ଟଙ୍କା ପନିପରିବାର ଦର (Vegetable Price) କମୁଥିବା ବେଳେ କିଛି ପନିପରିବାର ଦର(Vegetable Price) ସମାନ ଟଙ୍କା ହିଁ ବୃଦ୍ଧି ପାଉଛି ।

Vegetable Price Today: ଆଜିର ପରିବା ଦର,ଜାଣନ୍ତୁ କେଉଁଠି କେତେ ?

Vegetable Price:ଆଜିର ପରିବା ଦର,ନଜର ପକାନ୍ତୁ କେଉଁଠି କେତେ ?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)