1. କୃଷି ଖବର

ଗୁଡ ନ୍ୟୁଜ ; ଏଣିକି ଆଉ ମାସ ଶେଷରେ ନୁହେଁ, ପ୍ରତି ସପ୍ତାହରେ ମିଳିବ ଦରମା,ଜାଣନ୍ତୁ...

ଏଣିକି ଆଉ ମାସ ଶେଷରେ ନୁହେଁ । ପ୍ରତି ସପ୍ତାହରେ ମିଳିବ ସାଲାରୀ । ଏଣିକି ଦରମା ପାଇବା ପାଇଁ ଆଉ ମାସ ଶେଷ ଯାଏଁ ଅପେକ୍ଷା କରିବାକୁ ପଡିବନି । ବରଂ ପ୍ରତି ସପ୍ତାହରେ ମିଳିବ ସାଲାରୀ ।

Sudesna Nayak
Sudesna Nayak
weekly salary this company will pay its employees every week

weekly salary this company will pay its employees every week

ଏଣିକି ଆଉ ମାସ ଶେଷରେ ନୁହେଁ । ପ୍ରତି ସପ୍ତାହରେ ମିଳିବ ସାଲାରୀ (Salary)। ଏଣିକି ଦରମା ପାଇବା ପାଇଁ ଆଉ ମାସ ଶେଷ ଯାଏଁ ଅପେକ୍ଷା କରିବାକୁ ପଡିବନି । ବରଂ ପ୍ରତି ସପ୍ତାହରେ ମିଳିବ ସାଲାରୀ (Weekly Salary)

ଶୁଣିକି ଆପଣମାନଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ । ଆଉ ଆପଣ ଭାବୁଥିବେ ସତରେ କଣ ଏମିତି ନିୟମ ଲାଗୁ ହେବ । ତେବେ B2B ଇ-କମର୍ସ କମ୍ପାନୀ, ଇଣ୍ଡିଆମାର୍ଟ, ନିଜ କର୍ମଚାରୀମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ କରାଇବାକୁ ଯାଉଛି । କମ୍ପାନୀ ନିଜ କର୍ମଚାରୀଙ୍କ ପାଇଁ ୱିକଲି ସାଲାରୀ ପେ ପଲିସି ଘୋଷଣା କରିଛି । ନିଜ ଫେସବୁକ ପେଜରେ ପୋଷ୍ଟ କରି ଏହି ସୂଚନା ଦେଇଛି ଇଣ୍ଡିଆମାର୍ଟ ।

କମ୍ପାନୀର କହିବା ଅନୁଯାୟୀ, ୱିକଲି ସାଲାରୀ ପେ-ପଲିସି ଲାଗୁ ହେବା ଦ୍ୱାରା, ଏଣିକି କର୍ମଚାରୀଙ୍କୁ ନିଜ ଦରମା ପାଇବା ପାଇଁ, ମାସ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ ପଡିବନି । ବରଂ ପ୍ରତି ସପ୍ତାହକୁ ସପ୍ତାହ (Weekly Salary),ସେମାନେ ସାଲାରୀ (Salary) ପାଇବେ । ଆଉ ଏପରି ହେବା ଦ୍ୱାରା କର୍ମଚାରୀମାନେ ଆର୍ଥିକ ବୋଝରୁ ମୁକ୍ତ ହୋଇପାରିବେ । ଏବଂ ଭଲ କାମ କରିବା ପାଇଁ ମଧ୍ୟ ସେମାନେ ଆଗ୍ରହୀ ହେବେ । ତେବେ ଏପରି ପଲିସି ଲାଗୁ କରିବାରେ, ଇଣ୍ଡିଆମାର୍ଟ ବନିଯାଇଛି ଦେଶର ପ୍ରଥମ କମ୍ପାନୀ ।

ପ୍ରକାଶ ଥାଉ ଯେ, ତେବେ ଅନେକ ଦେଶରେ, ପୂର୍ବରୁ ଏହି ନିୟମ ଲାଗୁ ହୋଇସାରିଛି । ନ୍ୟୁଜିଲାଣ୍ଡ (new-zealand),ଅଷ୍ଟ୍ରେଲିଆ (Australia),ହଙ୍ଗକଙ୍ଗ ଏବଂ ୟୁଏସର ଅନେକ କମ୍ପାନୀରେ ୱିକଲି ସାଲାରୀ ପେ ପଲିସି ଅନୁଯାୟୀ, କର୍ମଚାରୀମାନେ ଦରମା ପାଇଥାନ୍ତି । କିନ୍ତୁ ଭାରତ (India)ରେ ସାଧାରଣତଃ କର୍ମଚାରୀମାନଙ୍କୁ ମାସ ଶେଷରେ ଦରମା ମିଳିଥାଏ । ତେବେ ସପ୍ତାହକୁ ସାଲାରୀ (Salary) ମିଳିବା ଭଳି ନିୟମ ଲାଗୁ କରିବାରେ ଇଣ୍ଡିଆମାର୍ଟ ଏବେ ଦେଶର ପ୍ରଥମ କମ୍ପାନୀ ।

7th Pay Commission : ଆସିଲା ଖୁସି ଖବର, କର୍ମଚାରୀଙ୍କ ବେତନରେ ହେବ ବୃଦ୍ଧି

7th Pay Commission: ଗୁଡ ନ୍ୟୁଜ ; କେନ୍ଦ୍ରୀୟ କର୍ମଚାରୀଙ୍କ DAରେ ୧୪% ବୃଦ୍ଧି, ମିଳିପାରେ ବକେୟା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ