News

ପାଣିପାଗ ଖବର: ୱାର୍ଣ୍ଣି ଜାରି କଲା ପାଣିପାଗ ବିଭାଗ..

ରାଜ୍ୟରେ ଧୀରେ ଧୀରେ ତାତି ବଢ଼ୁଛି। ଦିନେ ଦୁଇଦିନ ମଧ୍ୟରେ ତାପମାତ୍ରା ୪୦ ଡ଼ିଗ୍ରୀ ଟପିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ବୁଧବାର ଝାରସୁଗୁଡ଼ାରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୮.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ମୋଟ୍‌‌ ୫ଟି ସହରରେ ତାପମାତ୍ରା ୩୫ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରେକର୍ଡ କରାଯାଇଛି ।

06 April, 2023 9:46 AM IST By: Priyambada Rana

ରାଜ୍ୟରେ ଧୀରେ ଧୀରେ ତାତି ବଢ଼ୁଛି। ଦିନେ ଦୁଇଦିନ ମଧ୍ୟରେ ତାପମାତ୍ରା ୪୦ ଡ଼ିଗ୍ରୀ ଟପିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ବୁଧବାର ଝାରସୁଗୁଡ଼ାରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୮.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ମୋଟ୍‌‌ ୫ଟି ସହରରେ ତାପମାତ୍ରା ୩୫ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରେକର୍ଡ କରାଯାଇଛି ।ତାତି ସମ୍ପର୍କରେ ସୂଚନା ଦେଇ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଗୁରୁବାରଠାରୁ ସାରା ରାଜ୍ୟରେ ସର୍ବାଧିକ ତାପମାତ୍ରା କ୍ରମଶଃ ବଢ଼ିବ।

୧୦ ତାରିଖଠାରୁ ରାଜ୍ୟକୁ ଉତ୍ତର-ପଶ୍ଚିମା ଶୁଷ୍କ ଗରମ ପବନ ବହିବା ହେତୁ ରାଜ୍ୟରେ ତାପମାତ୍ରା ବିଶେଷ ଭାବେ ବଢ଼ିବ। ବିଷୁବ ସଂକ୍ରାନ୍ତିରେ ଭୁବନେଶ୍ୱର(Bhubaneswar) ତାପମାତ୍ରା ୪୨ ଡିଗ୍ରି ପାଖାପାଖି ରହିବାକୁ ଥିବା ବେଳେ ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲ୍ଲାର କେତେକ ସ୍ଥାନରେ ୪୨ ଡିଗ୍ରି ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି।

ତାରିଖ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି:

ସେହିପରି ଏପ୍ରିଲ ୮ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଲାଗିରହିବ। ଆଜି ଉପକୂଳ ଓଡ଼ିଶା ସମେତ ନୟାଗଡ଼, ଗଜପତି, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିପାରେ। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ କନ୍ଧମା‌ଳ, କଳାହାଣ୍ଡି, ବୌଦ୍ଧ, ବଲାଙ୍ଗୀର, ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଭଦ୍ରକ ଓ ବାଲେଶ୍ୱରରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ୮ ତାରିଖରେ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖୀ ପ୍ରଭାବ ରହିବ। ତେଣୁ ୮ ତାରିଖ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି ‌ହୋଇଛି ।

ଗତ ୩୬ ଘଣ୍ଟା ମଧ୍ୟରେ ରାୟଗଡ଼ାରେ ସର୍ବାଧିକ ୫୨ ମିମି ବର୍ଷା ହୋଇଥିବା ବେଳେ ଢେଙ୍କାନାଳରେ ୨୩, ସୋନପୁରରେ ୨୨.୮, ଭଦ୍ରକରେ ୨୦, ପାରଳାଖେମୁଣ୍ଡିରେ ୧୮.୨, ବାଲେଶ୍ବରରେ ୧୧.୪ ମିମି ବର୍ଷା ରେକର୍ଡ କରାଯାଇଛି। ବୁଧବାର ଦିନରେ ୧୩ଟି ସହରର ତାପମାତ୍ରା ୩୭ ଡିଗ୍ରି ଉପରେ ଥିଲା। ତେବେ ଭୁବନେଶ୍ୱର ଓ କଟକ ତାପମାତ୍ରା ପୁଣିଥରେ ୩୭ ଡିଗ୍ରି ଉପରକୁ ଯାଇଛି।

ଆଜିଠାରୁ ରାଜ୍ୟରେ ବିକ୍ଷିପ୍ତ ଝଡ଼ବର୍ଷା ହେବାର ମଧ୍ୟ ସମ୍ଭାବନା:

ଏପଟେ ଆଜିଠାରୁ ରାଜ୍ୟରେ ବିକ୍ଷିପ୍ତ ଝଡ଼ବର୍ଷା ହେବାର ମଧ୍ୟ ସମ୍ଭାବନା । ସପ୍ତାହ ଶେଷ ପର୍ଯ୍ୟନ୍ତ ଜାରି ରହିବ ବିକ୍ଷିପ୍ତ ଝଡ଼ବର୍ଷା । ଏନେଇ ସୂଚନା ଦେଇଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲ୍‌ସ । ମହାରାଷ୍ଟ୍ରଠାରୁ ଓ଼ଡିଶା ଓ କେରଳଠାରୁ ଶ୍ରୀଲଙ୍କା ପର୍ଯ୍ୟନ୍ତ ରହିବ ଝଡ଼ବର୍ଷା । ଉତ୍ତର ଓଡ଼ିଶାରେ ଶୁଷ୍କ ଓ ଗରମ ଅନୁଭୂତ ହେବ । ଆସନ୍ତା ସପ୍ତାହରୁ ଦେଶରେ ଶୁଷ୍କ ଓ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଜାସନ୍‌ ନିକୋଲ୍‌ସ ଆକଳ କରିଛନ୍ତି । ଉତ୍ତର ପୂର୍ବ ବାଂଲାଦେଶ ଓ ଉତ୍ତର ଓଡ଼ିଶା ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରବାହରେ ସୃଷ୍ଟ ଟ୍ରାପ୍‌ଲାଇନ ଫଳରେ ରାଜ୍ୟର କିଛି କିଛି ଜିଲ୍ଲାରେ ହାଲୁକା ବର୍ଷା ଓ ବିଜୁଳି ସହ ଘଡ଼ଘଡ଼ି ପାଇଁ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆଗାମୀ ୨୪ ଘଣ୍ଟାରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ସ୍ଥାନେ ସ୍ଥାନେ କୁଆପଥର ମାଡ଼ ବି ହୋଇପାରେ । ବିଜୁଳି ଘଡ଼ଘଡ଼ି ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ପାଇଁ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା ୮ ତାରିଖ ଯାଏ ରାଜ୍ୟ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ହୋଇପାରେ । ଆଗାମୀ ୫ଦିନ ଯାଏ ପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି କହିଛି ପାଣିପାଗ ବିଭାଗ

୮ ରେ ପୁଣି ବର୍ଷା...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)