1. କୃଷି ଖବର

୮ ରେ ପୁଣି ବର୍ଷା...

ରାଜ୍ୟରେ ବାୟୁ ଚଳାଚଳ ଜନିତ ଅନିୟମିତତାରୁ କାଳବୈଶାଖୀ ବର୍ଷା ଜାରି ରହିଛି । ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । କିନ୍ତୁ ୮ ତାରିଖରେ ବର୍ଷାର ପରିମାଣ ବଢିବ ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

Sudesna Nayak
Sudesna Nayak
weather updates RAIN in odisha

weather updates RAIN in odisha

ରାଜ୍ୟରେ ବାୟୁ ଚଳାଚଳ ଜନିତ ଅନିୟମିତତାରୁ କାଳବୈଶାଖୀ (Thunderstorm)ବର୍ଷା (RAIN) ଜାରି ରହିଛି । ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା (RAIN) ହେବ । କିନ୍ତୁ ୮ ତାରିଖରେ ବର୍ଷା (RAIN)ର ପରିମାଣ ବଢିବ ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର (IMD) ପୂର୍ବାନୁମାନ କରିଛି ।

ସୂଚନା ଅନୁଯାୟୀ, ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପାଗ ସମ୍ପୂର୍ଣ୍ଣ ଶୁଖିଲା ଓ ଖରାଟିଆ ରହିବ । ଆସନ୍ତା ୨ ଦିନରେ ରାଜ୍ୟର ତାପମାତ୍ରା ପାଖାପାଖି ହିଁ ୨ ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ । ଏହା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଶେଷକରି 7 ତାରିଖ ଦିନ କନ୍ଧମାଳ ଜିଲ୍ଲା, ଗଜପତି ଜିଲ୍ଲା, ଗଞ୍ଜାମ ଜିଲ୍ଲା, ନୟାଗଡ଼ ଜିଲ୍ଲା, ରାୟଗଡ଼ା, ବୌଦ୍ଧ ଜିଲ୍ଲା, ଅନୁଗୁଳ ଜିଲ୍ଲା,କୋରାପୁଟ ଜିଲ୍ଲା, ମାଲକାନଗିରି ଜିଲ୍ଲା, ନବରଙ୍ଗପୁର ଜିଲ୍ଲା, ଢେଙ୍କାନାଳ ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା (RAIN)ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର (IMD) ପୂର୍ବାନୁମାନ କରିଛି ।

ଜାଣି ରଖନ୍ତୁ ଯେ, ନିକଟରେ, ପଶ୍ଚିମାଝଡ଼ ପ୍ରଭାବରେ ଓଡ଼ିଶା (ODISHA) ର ଅନେକ ଜିଲ୍ଲାରେ ବର୍ଷା (rain) ଜାରି ରହିଥିଲା । ଓଡ଼ିଶା ସମେତ କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, ଦେବଗଡ଼ ଜିଲ୍ଲା, ଅନୁଗୁଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲାର ବହୁ ସ୍ଥାନରେ ବର୍ଷା (rain) ହିଁ ହୋଇଥିଲା ।

ପ୍ରକାଶ ଥାଉ ଯେ, ସୋମବାର ଦିନ (MONDAY)ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ଖରା ହୋଇଥିଲା । ସକାଳ ପ୍ରାୟ ୭ଟାରୁ ଖରା ପ୍ରକୋପ ଆରମ୍ଭ ହୋଇଥିବା ବେଳେ ଦିନ ୨ଟା ବେଳକୁ ସାମାନ୍ୟ ମେଘୁଆ ପାଗ ରାଜ୍ୟବାସୀମାନଙ୍କୁ ଖରାରୁ ଆଶ୍ବସ୍ତ କରିଥିଲା । ମଙ୍ଗଳବାର ଦିନ (TUESDAY)ଭୁବନେଶ୍ୱର (BHUBANESWAR) ଓ ଏହାର ଆଖପାଖ ଅଞ୍ଚଳର ପାଗ ସମ୍ପୂର୍ଣ୍ଣ ‌ଖରାଟିଆ ଥିଲା । ଦିନର ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୩ ଡିଗ୍ରି ମଧ୍ୟରେ ଥିଲା ।

୮ ତାରିଖରୁ ପୁଣି ଫେରିବ ବର୍ଷା.....

ସତର୍କ ସୂଚନା : ଆଜି ବି ବର୍ଷା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments