1. କୃଷି ଖବର

ଖୁଚୁରା ବଜାରରେ ଅଟା ମହଙ୍ଗା, ପିଡିଏସ୍‌ରେ ମିଳୁନି ଗହମ!

ବର୍ତ୍ତମାନ କୌଣସି ବ୍ୟବସାୟୀ କିମ୍ବା ପାଇକାରୀ ବିକ୍ରେତା ୨୦୦୦ ଟନରୁ ଅଧିକ ଗହମ ସଂରକ୍ଷଣ କରି ରଖିପାରିବେନାହିଁ। ପୂର୍ବରୁ ଏହି ସୀମା ମୋଟ ୩୦୦୦ ଟନ୍ ରହିଥିଲା।

Tanushree Mahapatra
Tanushree Mahapatra
wheat prices have increased, image source - pexels

wheat prices have increased, image source - pexels

ଚଳିତ ବର୍ଷ ଜୁନ୍ ମାସର ଚତୁର୍ଥ ସପ୍ତାହରେ ଗହମ ଉପରେ ଷ୍ଟକ୍ ସୀମା ଧାର୍ଯ୍ୟ କରାଯାଇଥିଲା । ଏହାର ଉଦ୍ଦେଶ୍ୟ ଥିଲା ଗହମ କଳାବଜାରିକୁ ସମ୍ପୂର୍ଣ୍ଣ ବନ୍ଦ କରିବା। ସରକାରଙ୍କ ଏହି ନିଷ୍ପତ୍ତି ପରେ ବର୍ତ୍ତମାନ ଜଣେ ପାଇକାରୀ ବିକ୍ରେତା ୨୦୦୦ ଟନ୍ ପର୍ଯ୍ୟନ୍ତ ଗହମ ସଂରକ୍ଷଣ କରିପାରିବେ। ପୂର୍ବ ପରି, ଖୁଚୁରା ବ୍ୟବସାୟୀମାନେ ନିଜ ଗୋଦାମରେ ୧୦ ଟନ୍ ପର୍ଯ୍ୟନ୍ତ ଗହମ ରଖିପାରିବେ। ବଡ଼ ବଡ଼ ଖୁଚୁରା ବ୍ୟବସାୟୀମାନେ ପ୍ରତ୍ୟେକ ଆଉଟଲେଟରେ କେବଳ ୧୦ ଟନ୍ ଗହମ ହିଁ ରଖିପାରିବେ।

ଅନ୍ୟପଟେ କ୍ରମାଗତ ଭାବେ ବଢୁଛି ଗହମ ଦର। ଖୁଚୁରା ବଜାରରେ ମହଙ୍ଗା ହୋଇଛି ଅଟା । ଖୋଲା ବଜାରରେ ଅଟା ଦର ବୃଦ୍ଧି ଖାଉଟିଙ୍କୁ କରିଛି ଆସନ୍ତା ଯାହାଦ୍ୱାରା କେନ୍ଦ୍ରରେ ମଧ୍ୟ ପଡ଼ିଛି ଏହାର ଚିନ୍ତା।  ସରକାର ଗହମ ଷ୍ଟକ ସୀମାକୁ ହ୍ରାସ କରିଛନ୍ତି। ତେବେ ଶୁକ୍ରବାର ଦିନ କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଗହମର ଷ୍ଟକ୍ ସୀମା ଧାର୍ଯ୍ୟ କରାଯାଇଛି । ନିୟମ ଅନୁସାରେ, ବର୍ତ୍ତମାନ କୌଣସି ବ୍ୟବସାୟୀ କିମ୍ବା ପାଇକାରୀ ବିକ୍ରେତା ୨୦୦୦ ଟନରୁ ଅଧିକ ଗହମ ସଂରକ୍ଷଣ କରି ରଖିପାରିବେନାହିଁ। ପୂର୍ବରୁ ଏହି ସୀମା ମୋଟ ୩୦୦୦ ଟନ୍ ରହିଥିଲା।

ସୂଚନାଯୋଗ୍ୟ ଯେ ଖୋଲା ବଜାରରେ ଅଟା,ମଇଦା ସହିତ ଗହମ ସମେତ ଅନ୍ୟାନ୍ୟ ଜରୁରୀ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପାଇଛି । ଯାହାକୁ ନେଇ ଖାଉଟିଙ୍କ ଉପରେ ପଡ଼ିଛି ଚଡ଼କ l ପନିପରିବା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଖାଦ୍ୟ ଦ୍ରବ୍ୟର ଏପରି ମୂଲ୍ୟ ଅଧିକ ହେଉଥିବାରୁ ଖାଉଟି ଅସନ୍ତୋଷ ପ୍ରକାଶ କରିଛନ୍ତି l ଯାହାକୁ ନେଇ କେନ୍ଦ୍ର ସରକାର ମଧ୍ୟ କିପରି ଏ ସମସ୍ତ ବିଷୟ ସମାଧାନ ହୋଇପାରିବ ସେ ଦିଗରେ କାମ କରୁଛନ୍ତି l

ଡିପୋକୁ ୩୦୦୦ ଟନ୍ ଗହମ ସଂରକ୍ଷଣ କରିବାକୁ ଅନୁମତି ପ୍ରଦାନ କରାଯାଇଥିଲା l ଯେଉଁଥିରେ ବର୍ତ୍ତମାନ ସରକାର ୧୦ ଗୁଣ ହ୍ରାସ କରିଛନ୍ତି । ଏ ନେଇ କେନ୍ଦ୍ର ସରକାର କହିଛନ୍ତି ଯେ, ବର୍ତ୍ତମାନ ଗହମ ଷ୍ଟକ୍ ରଖୁଥିବା ବ୍ୟକ୍ତି ଗହମ ଷ୍ଟକ୍ ସମ୍ପର୍କରେ ଘୋଷଣା କରିବେ । ଅନ୍ୟପଟେ ମନ୍ତ୍ରଣାଳୟର ଅଧିକାରୀ କହିଛନ୍ତି,  ବର୍ତ୍ତମାନ ଗହମ ରପ୍ତାନିରେ କୌଣସି ପ୍ରତିବନ୍ଧକ ରହିନାହିଁ । ଗହମ ଦର ସ୍ଥିର ରଖିବାକୁ ସରକାର ଚାହୁଁଛନ୍ତି ।

ଅଧିକ ପଢ଼ନ୍ତୁ

ରିଫାଇନ୍ ତେଲ ଉପରେ ମୂଳ ଶୁଳ୍କ ୩୨.୫%କୁ ବୃଦ୍ଧି, ଚିନ୍ତାରେ ଖାଉଟି !

Subhadra Scheme: ଖାତାକୁ ଆସିଛି ସୁଭଦ୍ରା ଟଙ୍କା! କେମିତି ଆବେଦନ କରିବେ ଟଙ୍କା ?

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ