News

ଦେଶରେ ଏବେ ଗହମ ଅଭାବ ଚିନ୍ତା, ଖୋଲା ବଜାରରେ ଅଟା ଦର କମ

ପେଟ୍ରୋଲ ଏବଂ ଡିଜେଲ ପରେ ଘରୋଇ ବଜାରରେ ଏବେ ଅଟା ଦର ବଢ଼ିବାରେ ଲାଗିଛି । ଯାହାକୁ ନେଇ ଚିନ୍ତା ରେ କେନ୍ଦ୍ର ସରକାର l କାରଣ ବର୍ତ୍ତମାନ ସମୟରେ ଦେଶରେ ଗହମର ଘୋର ଅଭାବ ଘୋଟିବାକୁ ଯାଉଛି ।

28 January, 2023 12:26 PM IST By: Tanushree Mahapatra

ପେଟ୍ରୋଲ ଏବଂ ଡିଜେଲ ପରେ ଘରୋଇ ବଜାରରେ ଏବେ ଅଟା ଦର ବଢ଼ିବାରେ ଲାଗିଛି । ଯାହାକୁ  ନେଇ ଚିନ୍ତା ରେ କେନ୍ଦ୍ର ସରକାର l  କାରଣ ବର୍ତ୍ତମାନ ସମୟରେ ଦେଶରେ ଗହମର ଘୋର ଅଭାବ ଘୋଟିବାକୁ ଯାଉଛି । ବଜାରରେ ଗହମ ଏବଂ ଅଟାର ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି ।

ଏହି ଅନୁଯାୟୀ, କେନ୍ଦ୍ର ସରକାର ( wheat storage ) ଖୋଲା ବଜାରରେ ବଫର ଷ୍ଟକରୁ ତିନି ଲକ୍ଷ ଟନ୍ ଗହମ ବିକ୍ରି କରିବେ । ବର୍ତ୍ତମାନ ଦେଶରେ ଅଟାର ହାରାହାରି ମୂଲ୍ୟ କିଲୋ ପିଛା ପ୍ରାୟ ୪୦ ଟଙ୍କା ଉପରେ ରହିଛି । ଏକ ସୂତ୍ରରୁ ପ୍ରକାଶ ଯେ କେନ୍ଦ୍ର ଖାଦ୍ୟ ମନ୍ତ୍ରଣାଳୟ ଖୋଲା ବଜାର ବିକ୍ରୟ ଯୋଜନା ଅଧୀନରେ ଅଟା ମିଲ୍ ଏବଂ ବ୍ୟବସାୟୀଙ୍କୁ ୩୦ ଲକ୍ଷ ଟନ୍ ଗହମ ଷ୍ଟକ୍ ବିକ୍ରି କରିବେ । ଗହମ ଅଭାବ କୁ ନେଇ ସରକାର ଚିନ୍ତାରେ , କେନ୍ଦ୍ର ସରକାର ଙ୍କୁ ଘାରିଲାଣି ଗହମ ଚିନ୍ତା l

କେନ୍ଦ୍ର ଖାଦ୍ୟ ସଚିବ ସଞ୍ଜୀବ ଚୋପ୍ରା ଜାନୁଆରୀ ୧୯ ତାରିଖରେ ରେ କହିଥିଲେ ଯେ ଗହମ ଏବଂ ଅଟାର ଖୁଚୁରା ମୂଲ୍ୟ ବୃଦ୍ଧି ପାଇଛି । ମୂଲ୍ୟ ବୃଦ୍ଧି ଉପରେ ନିୟନ୍ତ୍ରଣ କରିବାକୁ ସରକାର ଖୁବ୍ ଶୀଘ୍ର ପଦକ୍ଷେପ ନେବେ । ଏଠାରେ ସୂଚନାଯୋଗ୍ୟ ଯେ, ଓଏମ୍ଏସ୍ଏସ୍ ନୀତି ଅନୁଯାୟୀ ସରକାର ଭାରତୀୟ ଖାଦ୍ୟ ନିଗମ ଏଫସିଆଇ କୁ ଖାଦ୍ୟ ଶସ୍ୟ, ବିଶେଷତଃ ଗହମ ଏବଂ ଚାଉଳ ଖୋଲା ବଜାରରେ ପୂର୍ବ ନିର୍ଦ୍ଧାରିତ ମୂଲ୍ୟରେ ଗ୍ରାହକ ଏବଂ ବେସରକାରୀ ବ୍ୟବସାୟୀଙ୍କୁ ବିକ୍ରୟ କରିବାକୁ ଅନୁମତି ଦିଅନ୍ତି । ଖୋଲା ବଜାରକୁ ଗହମର ବଫର୍ ଷ୍ଟକ୍ ଛାଡିବାର କରିବାର ଉଦ୍ଦେଶ୍ୟ ହେଉଛି ମାନ୍ଦାବସ୍ଥା ସମୟରେ ଯୋଗାଣ ବୃଦ୍ଧି କରିବା ଏବଂ ସାଧାରଣ ବଜାର ମୂଲ୍ୟ ହ୍ରାସ କରିବା । ଏଥିସହିତ ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ଅଟା ମିଲ୍‌ ମାଲିକମାନେ ସରକାରଙ୍କୁ ଏଫସିଆଇରୁ ଗହମ ଷ୍ଟକ୍ ବିକ୍ରି କରିବାକୁ ଦାବି କରିଛନ୍ତି । ଗତ ସପ୍ତାହରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ଚୋପ୍ରା ସୂଚନା ଦେଇଛନ୍ତି ଯେ ଆମେ ଦେଖୁଛୁ ଯେ ଗହମ ଏବଂ ଅଟା ଦର ବୃଦ୍ଧି ପାଇଛି ।

ଖୋଲା ବଜାରରେ ଅଟା କିଲୋଗ୍ରାମ ପିଛା ୨୯.୫୦ ଟଙ୍କାରେ ଉପଲବ୍ଧ ହେବ । କେନ୍ଦ୍ର ସରକାରଙ୍କ ନିର୍ଦେଶ ପରେ ଏଥିପାଇଁ ଭାରତୀୟ ଖାଦ୍ୟ ନିଗମ ଓଡ଼ିଶା ପକ୍ଷରୁ ୪୬ହଜାର ମେଟ୍ରିକ ଟନ୍‌ ଗହମର ଟେଣ୍ଡର କରାଯାଇଛି। ବଜାରରେ ଚଢ଼ା ଦର‌ରେ ବିକ୍ରି ହେଉଥିବା ଅଟାକୁ ନିୟନ୍ତ୍ରଣରେ ରଖିବା ଲାଗି କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ତେବେ ଦେଖିବାକୁ ବାକି ରହିଲା ଏହା କେତେଦୂର ଲାଭ ହୋଇପାରୁଛି l

ଏଫ୍‌ସିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମିଲରଙ୍କ ପାଇଁ ଟେଣ୍ଡରରେ କ୍ବିଣ୍ଟାଲ ପିଛା ୨୩୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। ମିଲିଂ ପରେ ସେମାନେ ଏହାକୁ କ୍ବିଣ୍ଟାଲ ପିଛା ୨୯୫୦ ଟଙ୍କାରେ ବିକ୍ରି କରିପାରିବେ। ଜଣେ ମିଲର ବ‌ାର୍ଷିକ ସର୍ବାଧିକ ୩ହଜାର ମେଟ୍ରିକ୍ ଟନ୍‌ ଗହମ ଉଠାଇପାରିବେ। ତେବେ ଛୋଟ ବ୍ୟବସାୟୀ(ଅଟା ଚକି)ଙ୍କ ପାଇଁ ଏଭଳି କୌଣସି ନିୟମ ଲାଗୁ ହେବନାହିଁ। ସେମାନେ ବିନା ଟେଣ୍ଡରରେ ଏଫ୍‌ସିଆଇରୁ କ୍ବିଣ୍ଟାଲ ପିଛା ୨୩୫୦ ଟଙ୍କାରେ ଗହମ ନେବା ପରେ ୨୯୫୦ ଟଙ୍କାରେ ବିକ୍ରି କରିବେ। ଓଡ଼ିଶାକୁ ଗହମ ମୁଖ୍ୟତଃ ପଞ୍ଜାବ ଓ ହରିୟାନାରୁ ଆସୁଥିବା ବେଳେ ଏହାର ଗମନାଗମନ ଖର୍ଚ୍ଚ ମିଲରଙ୍କୁ ଦେବାକୁ ପଡ଼ିବ।

ଖାଦ୍ୟ ସଚିବ କହିଥିଲେ ଯେ ଏଫସିଆଇ ଗୋଦାମରେ ଗହମ ଏବଂ ଚାଉଳର ପର୍ଯ୍ୟାପ୍ତ ପରିମାଣ ଷ୍ଟକ୍ ଅଛି। ପୂର୍ବରୁ ଗତ ବର୍ଷ ମେ’ମାସରେ ଗହମ ରପ୍ତାନି ଉପରେ ସରକାର ପ୍ରତିବନ୍ଧକ ଲଗାଇଥିଲେ। କାରଣ ସେ ସମୟରେ ଘରୋଇ ଉତ୍ପାଦନରେ ସାମାନ୍ୟ ହ୍ରାସ ଏବଂ କେନ୍ଦ୍ରୀୟ ପୁଲ ପାଇଁ ଏଫସିଆଇ କ୍ରୟର ଅଭାବ ପରେ ମୂଲ୍ୟ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଗହମ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଥିଲେ। ୨୦୨୧-୨୨ ଫସଲବର୍ଷ (ଜୁଲାଇ-ଜୁନ୍)ରେ ଭାରତର ଗହମ ଉତ୍ପାଦନ ୧୦୬.୮୪ ନିୟୁତ ଟନକୁ ଖସିଆସିଛି। ଏହାର ପୂର୍ବବର୍ଷରେ ଏହା ୧୦୯.୫୯ ନିୟୁତ ଟନ୍ ରହିଥିଲା। ଏଥିସହିତ ଗତବର୍ଷ ପ୍ରାୟ ୪୩ ନିୟୁତ ଟନ୍ ତୁଳନାରେ ଗହମ କ୍ରୟ ଚଳିତବର୍ଷ ୧୯ ନିୟୁତ ଟନକୁ ଖସି ଆସିଛି।

ଓଡ଼ିଶାର ପାରମ୍ପରିକ ଖାଦ୍ୟର ପ୍ୟାକେଜିଂ ପାଇଁ ଆୟୋଜିତ ହେବ କର୍ମଶାଳା

ମହାସମ୍ମିଳନୀ ପର୍ବ, ରାୟଗଡ "ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମହୋତ୍ସବ"

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)