News

ପୁଣି ରାସନ କାର୍ଡରେ ମିଳିବ ଗହମ!

ରାସନ କାର୍ଡରେ ଏଥର ପୁଣି ମିଳିବ ଗହମ ....

17 August, 2024 5:36 PM IST By: Tanushree Mahapatra

ଗରିବ ଲୋକଙ୍କ ସାହାଯ୍ୟ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଭିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ କରିଛନ୍ତି l ଦୀର୍ଘ ଦିନ ଧରି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ରାସନ କାର୍ଡଧାରୀଙ୍କୁ ରାସନ କାର୍ଡ ଯୋଗେ ବିଭିନ୍ନ ଖାଦ୍ୟଦ୍ରବ୍ୟ ମାଗଣାରେ ମିଳୁଛି l

ଏହି ମାଗଣା ଖାଦ୍ୟ ସମସ୍ତ ଗରିବଙ୍କୁ ଅନେକ କ୍ଷେତ୍ରରେ ସାହାଯ୍ୟ କରୁଛି l ଗରିବ କମ ଟଙ୍କାରେ ଖାଦ୍ୟଦ୍ରବ୍ୟ ପାଇ ପାରୁଛନ୍ତି l ଏହି ରାସନ କାର୍ଡ ମାଧ୍ୟମରେ ପୂର୍ବରୁ ଗହମ ଏବଂ ଚାଉଳ ବଣ୍ଟନ କରାଯାଉଥିଲା l ପରେ ଗହମ ବନ୍ଦ କରିଦିଆଯିବାରୁ କାର୍ଡଧାରୀଙ୍କୁ କେବଳ ଚାଉଳ ପ୍ରଦାନ କରାଯାଉଛି l

ଏଣିକି ରାସନ କାର୍ଡ ହିତାଧିକାରୀମାଙ୍କ ପାଇଁ ଖୁସି ଖବର l ପୁଣି ଥରେ ରାସନକାର୍ଡରେ ଚାଉଳ ସହ ଗହମ ମିଳିବ ବୋଲି କହି ବଡ ଘୋଷଣା କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏନେଇ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି, ପୁଣି ରାସନ କାର୍ଡରେ ଗହମ ମିଳିବ ଗରିବ ଲୋକଙ୍କୁ। ଏ ନେଇ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ପାଖରେ ମିଳୁଥିବା ଚାଉଳର ମୋଟ ୨୦ ପ୍ରତିଶତ ଗହମ ଦେବାକୁ ଦାବି କରାଯାଇଛି । ଲୋକଙ୍କ ଗହମ ଚାହିଦାକୁ ଦୃଷ୍ଟିରେ ରଖି ଏପରି ଦାବି କରାଯାଇଛି ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । ଏହି ଗହମ ବ୍ୟବସ୍ଥା କେବେଠାରୁ ଲାଗୁ କରାଯିବ ତାହା ଏ ପର୍ଯ୍ୟନ୍ତ କୌଣସି ତାରିଖ ଘୋଷଣା କରାଯାଇନାହିଁ l

ଅନ୍ୟପଟେ ସୂଚନା ଅନୁଯାୟୀ, ଅନେକ ସଂଖ୍ୟକ ଲୋକ ଅଛନ୍ତି ଯେଉଁମାନେ ଅଯୋଗ୍ୟ ହୋଇ ମଧ୍ୟ ରାସନ କାର୍ଡ ତିଆରି କରିଛନ୍ତି l ଯେଉଁମାନଙ୍କ ଉପରେ ଏବେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର । ତେବେ ଏ ନେଇ ସରକାର ଏକ ଅଭିଯାନ ମଧ୍ୟ ଚଳାଇଛନ୍ତି ଯାହାଦ୍ୱାରା ଅନେକ ହିତାଧିକାରୀ ଧରାପଡ଼ିଛନ୍ତି । ଅଯୋଗ୍ୟ ହୋଇ ଏହା ବ୍ୟବହାର କଲେ ସରକାର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସେହି ବ୍ୟକ୍ତିଙ୍କ ଉପରେ । ତେବେ ଏପରି ଖବର କାର୍ଡଧାରୀଙ୍କୁ ଖୁସି କରିଛି l

ଅଧିକ ପଢ଼ନ୍ତୁ

କୃତ୍ରିମ ବୁଦ୍ଧିମତାର ବ୍ୟବହାର ତ‌ଥା ପ୍ରଯୁକ୍ତିବିଦ୍ୟା ସମ୍ୱନ୍ଧରେ ସଚେତନତା କର୍ମଶାଳା

IARI ଲଞ୍ଚ କଲା ୯ ଟି ନୂତନ କିସମର ଧାନ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)