1. କୃଷି ଖବର

ଚକଡ଼ା ପୋକ ଉଜାଡ଼ି ଦେଲା ଫସଲ, ଚିନ୍ତାରେ ଚାଷୀ

Sudesna Nayak
Sudesna Nayak
Wheel worms destroyed crops

Wheel worms destroyed crops

ଓଡ଼ିଶାର ବିଭିନ୍ନ ଋତୁରେ ବିଭିନ୍ନ ଚାଷ କରାଯାଇଥିଲେ ହେଁ ଧାନ ମୁଖ୍ୟ ଚାଷ ଅଟେ । ମୁଖ୍ୟତଃ ଖରିଫ ଋତୁର ଆରମ୍ଭରେ ଧାନ ଚାଷ କରାଯାଇଥାଏ, ପରନ୍ତୁ ଧାନ ଚାଷର କେତେକ କ୍ଷତିକାରକ କୀଟ ଏହାର ଉତ୍ପାଦନରେ ହ୍ରାସ କରାଇଥାଏ । ଧାନ ଫସଲର ଏକ ପ୍ରମୁଖ କୀଟ ଚକଡ଼ା ପୋକ ଅଟେ । ଓଡିଶାର ଚାଷୀ ମାନେ ବିଭିନ୍ନ ସମୟରେ ଚକଡ଼ା ପୋକ ଯୋଗୁଁ ଅନେକ କ୍ଷତି ସହୁଛନ୍ତି ।

ଚକଡ଼ା ପୋକ ଉଜାଡ଼ି ଦେଲା ଫସଲ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ଆରୁହା ପଞ୍ଚାୟତ ଶାଳିକୋଠା ଗ୍ରାମରେ ।  ଜମିରେ ଚକଡ଼ା ପୋକଙ୍କ ପ୍ରାଦୁର୍ଭାବ । ଖରିଫ ଧାନ ଫସଲ ଉଜୁଡି ଯିବାକୁ ବସିଛି । ତାକୁ ଦେଖି ସହି ପାରିଲେନି ଜଣେ ଚାଷୀ । ଶେଷରେ ଧାନ କିଆରିରେ ହିଁ ଘାସମରା ଔଷଧ ପିଇ ଜୀବନ ହାରିଛନ୍ତି ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ଆରୁହା ପଞ୍ଚାୟତ ଶାଳିକୋଠା ଗ୍ରାମର ଚାଷୀ ଲକ୍ଷ୍ମୀନାରାୟଣ ଜେନା ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଲକ୍ଷ୍ମୀନାରାୟଣ ଚଳିତ ଖରିଫରେ ୧୨ମାଣ ଜମିରେ ଧାନଚାଷ କରିଥିଲେ । ସେଥିରୁ ୪ମାଣ ଜମି ତାଙ୍କ ନିଜର ହୋଇଥିବା ବେଳେ ୮ମାଣ ଜମି ଭାଗସୂତ୍ରରେ ନେଇଥିଲେ । ଏହି ୧୨ମାଣ ଜମିରେ ଚାଷକାମ ପାଇଁ ଲକ୍ଷ୍ମୀନାରାୟଣ ପାଖାପାଖି ୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ସେଥିରୁ ସମବାୟ ସମିତିରୁ ୩୦ ହଜାର ଓ ଅବଶିଷ୍ଟ ଟଙ୍କା ଗାଁ ମହାଜନଙ୍କଠାରୁ କରଜ କରିଥିଲେ । ତେବେ ଦୁଇମାସ ତଳେ ଲଘୁଚାପଜନିତ ବର୍ଷାରେ ଲକ୍ଷ୍ମୀନାରାୟଣଙ୍କ ଫସଲ କିଛି ପରିମାଣରେ କ୍ଷତିଗ୍ରସ୍ତ ହୋଇଥିଲା । ତା’ ପରେ ଜମିରେ ଚକଡ଼ା ପୋକ ଲାଗି ୬୦ ପ୍ରତିଶତ ଫସଲ ଉଜାଡ଼ି ଦେଇଛନ୍ତି ।

ଚକଡା ପୋକ- ଧାନର ଏକ ପ୍ରମୁଖ ଉତ୍ପାଦନ ହ୍ରାସକାରୀ କୀଟ ଭାବେ ଚକଡା ପୋକ ବେଶ ଜଣାଶୁଣା । କୃଷି ବିଜ୍ଞାନରେ ଏହାକୁ ‘ବ୍ରାଉନ ପ୍ଲାଣ୍ଟ ହୋପର’ ବୋଲି କୁହାଯାଏ । ତେବେ ଚକଡା ପୋକ ମୁଖ୍ୟତଃ ତିନୋଟି ସ୍ତର ଦେଇ ଗତି କରିଥାଏ-ଅଣ୍ଡା-ଅର୍ଭକ-ପୂର୍ଣ୍ଣାଙ୍ଗ କୀଟ । ପୂର୍ଣ୍ଣାଙ୍ଗ କୀଟ ଦେଖିବାକୁ ମାଟିଆ ରଙ୍ଗର ସ୍ତ୍ରୀ କୀଟଟି ୫ମି.ମି ଲମ୍ବା ହୋଇଥିବା ବେଳେ ପୁରୁଷ କୀଟଟି ୪-୪.୫ ମି.ମି ଭିତରେ ଲମ୍ବାଥାଏ । ପତ୍ରର ମଝି ଭାଗରେ ଅଣ୍ଡା ଗୁଡିକ ଦେଖାଯାଏ (୨-୧୨) ଅଣ୍ଡା ଟି ଧଳା ଓ ବଙ୍କା ଆକୃତିର ହୋଇଥାଏ । ସମ୍ପୂର୍ଣ ଜୀବନ ଚକ୍ର ୧୮-୨୨ ଦିନ ଭିତରେ ଶେଷ ହୋଇଥାଏ ।

ଲକ୍ଷଣ- ଏହାର ପୂର୍ଣ୍ଣାଙ୍ଗ କୀଟଟି ଗଛର ତଳ ଭାଗର ରସକୁ ଶୋଷି ଶୋଷି ଖାଇଯାଇଥାଏ । ଖାଇବା ସମୟରେ ଏହା ଏକ ବିଷାକ୍ତ ପଦାର୍ଥ ନିର୍ଗତ କରିଥାଏ । ଯାହା ଫଳରେ (ହୋପର ବର୍ନ) ଲକ୍ଷଣ ଦେଖାଯାଇଥାଏ । ପତ୍ର ଗୁଡିକ ହଳଦିଆ ପଡିଯିବା ସହିତ ଗୋଲାକୃତି ଆକାରରେ ଗଛ ଶୁଖିଯାଏ । ଏହା ଯେଉଁ ଧାନ ଗଛକୁ ଆକ୍ରମଣ କରିଥାଏ, ତାହାର କାଣ୍ଡ ଭାଗ ଶୁଖିଯାଏ ଓ ଏହା ଭବିଷ୍ୟତରେ କୁଟା ହୋଇପାରେ ନାହିଁ ।

ସମାଧାନ-

 

  1. ଧାନ ଜମିର ମଝି ଭାଗରେ କନ୍ଦି କରନ୍ତୁ । ଏହାଦ୍ୱାରା ଉପଯୁକ୍ତ ସୂର୍ଯ୍ୟାଲୋକ ମିଳିପାରିବା ସହ ଆର୍ଦ୍ରତା ନିୟନ୍ତ୍ରଣ ହୋଇପାରିବ ।
  2. ଜମିରୁ ଅନାବନା ଘାସ ଉପାଡିଦିଅନ୍ତୁ ।
  3. ପୋକର ଗତିବିଧି ଲକ୍ଷ୍ୟ କରି କୀଟନାଶକ ବ୍ୟବହାର କରନ୍ତୁ ।
  4. ଗଛର ତଳଭାଗକୁ କାର୍ବୋଫ୍ୟୁରାଣ ଦାନା ଏକରକୁ ୧୦ କି.ଗ୍ରା, ଏସିଫେଟ ଏକଲିଟର ପାଣିରେ ୧୫ କି.ଗ୍ରା ମିଶାଇ ୩-୪ ଥର ସ୍ପ୍ରେ କରନ୍ତୁ ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

#Top on Krishi Jagran

Latest feeds

More News