1. କୃଷି ଖବର

'ଧୋଡ଼'ଏବେ କେଉଁଠି ? ? ?

ପ୍ରାୟ ପ୍ରତିଦିନ ମଣିଷ-ପଶୁ ଭିତରେ ଲଢ଼େଇ ବିଷୟରେ ଅନେକ ଖବର ଆମର ଦୃଷ୍ଟି ଗୋଚର ହେଉଛି l ସେଗୁଡିକ କେତେ ନୃଶଂସ, ବଣ୍ୟ, ଏବଂ ହିଂସ୍ର ତାହା ଭାବିଲେ ମନରେ ଭୟର ଶିହରଣ ଖେଳିଯାଏ l କେବେ ମଣିଷ କ୍ରୋଧର ଶିକାର ପଶୁ ପାଲଟିଛି ତ କେବେ ପଶୁ ହିଂସ୍ରତାର ଶିକାର ମଣିଷ ହୋଇଛି l ଏହାର ଏକ ସମ୍ପୂର୍ଣ୍ଣ ବିପରୀତ ଘଟଣା ଘଟିଥିଲା କେନ୍ଦୁଝରର ତେଲକୋଇ ଅଞ୍ଚଳର ପୁରୁଷୋତ୍ତମପୁର ଗାଁରେ l ଗୋଟିଏ ବଣ୍ୟ ବାରହା କିପରି ମଣିଷର ପ୍ରେମରେ ବାନ୍ଧି ହୋଇଯାଇ ଥିଲା ସେହି ଭଳି ଏକ ଘଟଣା l

Sugyan Kumar Nayak
Sugyan Kumar Nayak
Where is 'Dhod

Where is 'Dhod

ପ୍ରାୟ ପ୍ରତିଦିନ ମଣିଷ-ପଶୁ ଭିତରେ ଲଢ଼େଇ ବିଷୟରେ ଅନେକ ଖବର ଆମର ଦୃଷ୍ଟି ଗୋଚର ହେଉଛି l ସେଗୁଡିକ କେତେ ନୃଶଂସ, ବଣ୍ୟ, ଏବଂ ହିଂସ୍ର ତାହା ଭାବିଲେ ମନରେ ଭୟର ଶିହରଣ ଖେଳିଯାଏ l କେବେ ମଣିଷ କ୍ରୋଧର ଶିକାର ପଶୁ ପାଲଟିଛି ତ କେବେ ପଶୁ ହିଂସ୍ରତାର ଶିକାର ମଣିଷ ହୋଇଛି l  ଏହାର ଏକ ସମ୍ପୂର୍ଣ୍ଣ ବିପରୀତ ଘଟଣା ଘଟିଥିଲା କେନ୍ଦୁଝରର ତେଲକୋଇ ଅଞ୍ଚଳର ପୁରୁଷୋତ୍ତମପୁର ଗାଁରେ l ଗୋଟିଏ ବଣ୍ୟ ବାରହା କିପରି ମଣିଷର ପ୍ରେମରେ ବାନ୍ଧି ହୋଇଯାଇ ଥିଲା ସେହି ଭଳି ଏକ ଘଟଣା l

ପୁରୁଷୋତ୍ତମପୁର ଗାଁର ଶକୁନ୍ତଳା ପେଣ୍ଠେଇ ଜଙ୍ଗଲକୁ ଜାଳେଣୀ କାଠ ଆଣିବାକୁ ଯାଇଥିବା ସମୟରେ ଆହତ ଅବସ୍ଥାରେ ଛୋଟ ବାରହା ଛୁଆଟିକୁ ଆହତ ଅବସ୍ଥାରେ ପାଇଥିଲେ l ଏହି ବାରହା ଛୁଆଟିକୁ ଆଦର ଯତ୍ନରେ ପାଳନ କରି ଏହାର ନାମ 'ଧୋଡ଼' ରଖିଥିଲେ l 'ଧୋଡ଼' ମଧ୍ୟ ଘରର ଜଣେ ସଦସ୍ୟ ପରି ଶକୁନ୍ତଳାଙ୍କ ପରିବାରରେ ଆଦରରେ ବଢ଼ି ଆସୁଥିଲେ l ଖୁବ ନିକଟରେ ଜଙ୍ଗଲ ବିଭାଗର କର୍ମଚାରୀମାନେ ଏହା ବଣ୍ୟ ଜନ୍ତୁ ଆଇନର ଉଲ୍ଲଙ୍ଘନ ଦର୍ଶାଇ 'ଧୋଡ଼'କୁ ଜୋର ଜବରଦସ୍ତ ନେଇ ନିକଟସ୍ଥ ଜଙ୍ଗଲରେ ଛାଡ଼ିଥିଲେ l 'ଧୋଡ଼'କୁ ହରାଇ ସେହିଦିନ ଠାରୁ ଶକୁନ୍ତଳାଙ୍କ ଘରେ ଖାଇବା ପିଇବା ଏକ ବାର ବନ୍ଦ ହୋଇଯାଇଥିଲା l ବାରହା ଛୁଆଟିକୁ ବାହୁନି ବାହୁନି ଶକୁନ୍ତଳା କାନ୍ଦୁଥିଲେ l ଜଙ୍ଗଲରେ ବାୟାଣୀ ପରି ବୁଲୁଥିଲେ l ତାହାର ନାଁ'କୁ ଡାକି ଡାକି ଖୋଜୁଥିଲେ l ପରିଶେଷରେ 'ଧୋଡ଼' ନିଜର ପାଳିତା ମା'ଙ୍କୁ ଭୁଲି ନପାରି ପୁଣି ଥରେ ଫେରି ଆସିଥିଲା l ବାସ୍ତବରେ ପଶୁ-ମନୁଷ୍ୟ ମଧ୍ୟରେ ଥିବା ଅନାବିଳ ପ୍ରେମକୁ ପ୍ରମାଣ କରିଥିଲା 'ଧୋଡ଼' l ଶକୁନ୍ତଳାଙ୍କ ପରିବାରରେ ପୁଣି ଫେରିଥିଲା ଆନନ୍ଦ l ଶକୁନ୍ତଳାଙ୍କ ପରିବାରର ସମସ୍ତ ସଦସ୍ୟ ତାଙ୍କର ହଜିଲା ପୁଅକୁ ପାଇଁ ଆନନ୍ଦରେ ଆତ୍ମହରା l ସେମାନେ ବନ ବିଭାଗକୁ ଅନୁରୋଧ କରିଥିଲେ ଯେ, ସେମାନେ 'ଧୋଡ଼'କୁ ପୁଅ ପରି ପାଳିଆସୁଥିଲେ ଏବଂ ଆଗକୁ ସେହିପରି ରଖିବେ l 'ଧୋଡ଼'କୁ ତାଙ୍କ ଠାରୁ ଅଲଗା କରିବାକୁ ଚେଷ୍ଟା ନ କରିବାକୁ ସେମାନେ ଅନୁରୋଧରେ ଜଣାଇଥିଲେ l କିନ୍ତୁ ପ୍ରଶାସନର ନିୟମ କାନୁନ ଆଗରେ ମୁଣ୍ଡ ନୁଆଁଇ ବାରହାର ମାଲିକ ତାକୁ ଜଙ୍ଗଲ ବିଭାଗର କର୍ମଚାରୀମାନଙ୍କ ହାତରେ ଟେକି ଦେଲେ l ଏବେ ଆଉ ତାହାର ପତ୍ତା ନାହିଁ l 'ଧୋଡ଼'ର ମାଲିକାଣୀଙ୍କ ଆଖିରୁ ଲୁହ ଶୁଖୁନି l ଏହି ବିଷୟ ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି l

'ଧୋଡ଼'କୁ ପ୍ରଥମ ଥର ତାହାର ମାଲିକ ଘରୁ ବାହାର କରି ନେବା ପରେ ସେ ନିଜେ ନିଜେ ଫେରି ଆସିଥିଲା l ତାହାର ଗୋଡ଼ରେ ସାମାନ୍ୟ ଆଘାତ ଲାଗିଥିବାର ଦେଖାଯାଇଥିଲା l ସେହି କାରଣରୁ ସେ ଛୋଟେଇ ଛୋଟେଇ ଚାଲୁଥିଲା l 'ଧୋଡ଼'ର ମାଲିକାଣୀ ସେଥିପାଇଁ ବହୁତ ବ୍ୟସ୍ତ ହୋଇଥିଲେ l ପୁନଶ୍ଚ ବନ ବିଭାଗ ପ୍ରଶାସନିକ ଆଇନ କାନୁନର ଡର ଦେଖାଇ ଦ୍ଵିତୀୟ ଥର ପାଇଁ 'ଧୋଡ଼'କୁ ତାହାର ମାଲିକାଣୀ ଠାରୁ ଛଡ଼ାଇ ନେଇଛି l କିନ୍ତୁ ତାହା ପରଠାରୁ 'ଧୋଡ଼' ଆଉ ଘରକୁ ଫେରିନି l ଘରେ ସ୍ନେହ ଆଦରରେ ବଢି ଥିବା ବଣ୍ୟ ପ୍ରାଣୀଟିର ଅବସ୍ଥା କଣ ହେଲା ତାହାର ଉତ୍ତର କାହାରି ପାଖରେ ନାହିଁ l 'ଧୋଡ଼'କୁ ମନେ ପକାଇ ପକାଇ ତାହାର ମାଲିକାଣୀଙ୍କୁ ଆଖିରୁ ଲୁହ ବି ଶୁଖୁନି l

କିନ୍ତୁ ଏଠାରେ ଏକ ସାଧାରଣ ଯୁକ୍ତି ଉଠୁଛି ଯେ, ଜଙ୍ଗଲର ଜନ୍ତୁ ଯଦି ସ୍ନେହ ଆଦର ଏବଂ ସୁରକ୍ଷା ପାଇଁ ମଣିଷ ପାଖକୁ ଚାଲିଆସେ ତେବେ ଏଥି ନିମନ୍ତେ ଆଇନ କଣ କହିବ ?

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments