1. କୃଷି ଖବର

ଆଦିବାସୀଙ୍କୁ ପରିଚୟ ଦେଇଥିବା କଳାଜିରା ଚାଉଳ କୁ ମିଳିବ କି ଜିଆଇ ଟ୍ୟାଗ ?

ଧାନ ତ ଅନେକ ପ୍ରକାର ଆପଣ ଦେଖିଥିବେ କିନ୍ତୁ ଏ ଧାନ ଦେଖିବାକୁ କଳା କିନ୍ତୁ ଚାଉଳ ଦେଖିବାକୁ ଧଳା । ଦେଖିବାକୁ ଠିକ ସତସତିକା ଜିରା ଭଳି । ସେଥିପାଇଁ ନାଁ ତା’ର କଳାଜିରା ଚାଉଳ । କୋରାପୁଟିଆ କଳାଜିରା ଧାନକୁ ମିଳିବ ସ୍ୱତନ୍ତ୍ର ମାନ୍ୟତା । ସେଥିପାଇଁ ସରକାର ଙ୍କ ତରଫରୁ ଚାଲିଛି ଉଦ୍ୟମ l କଳାଜିରା ଧାନର ମହକରେ ମହକିତ ପଲ୍ଲୀରୁ ଦିଲ୍ଲୀ ।

Tanushree Mahapatra
Tanushree Mahapatra
Will koraputs kalajira rice get gi tag

Will koraputs kalajira rice get gi tag

ଧାନ ତ ଅନେକ ପ୍ରକାର ଆପଣ ଦେଖିଥିବେ କିନ୍ତୁ  ଏ ଧାନ ଦେଖିବାକୁ କଳା କିନ୍ତୁ ଚାଉଳ ଦେଖିବାକୁ ଧଳା । ଦେଖିବାକୁ ଠିକ ସତସତିକା ଜିରା ଭଳି । ସେଥିପାଇଁ ନାଁ ତା’ର  କଳାଜିରା ଚାଉଳ ( kalajira rice )  ।  କୋରାପୁଟିଆ କଳାଜିରା ଧାନକୁ ମିଳିବ ସ୍ୱତନ୍ତ୍ର ମାନ୍ୟତା । ସେଥିପାଇଁ ସରକାର ଙ୍କ ତରଫରୁ ଚାଲିଛି ଉଦ୍ୟମ l କଳାଜିରା ଧାନର ମହକରେ ମହକିତ ପଲ୍ଲୀରୁ ଦିଲ୍ଲୀ ।  ଦିନକୁ ଦିନ ଲୋପ ପାଇ ଯାଉଥିବା ଏହି ବିରଳ ଧାନ କଳାଜିରାକୁ ଜିଆଇ ଟ୍ୟାଗ୍ ( gi tag ) ମାନ୍ୟତା ପାଇଁ ଉଦ୍ୟମ ଆରମ୍ଭ  ହୋଈ ଯାଇଛି  ।

ରାଜଧାନୀ ଦିଲ୍ଲୀ ବଜାରରେ ଏବେ କୋରାପୁଟ ଜିଲ୍ଲାର ଏହି ସ୍ୱତନ୍ତ୍ର ଓ ବିରଳ କଳାଜିରା ଧାନ ସ୍ଥାନ ପାଇ ସାରିଛି  । କୋରାପୁଟ ମାଟିର କଳାଜିରା ଚାଉଳ । ବିଶେଷକରି କୋରାପୁଟ, କୋଟପାଡ୍, ବୋରିଗୁମ୍ମା ଓ କୁନ୍ଦୁରାରେ ଅଧିକାଂଶ ଚାଷୀ କଳାଜିରା ଧାନ ଚାଷ କରିଥାଆନ୍ତି । ଜାତୀୟ ବଜାରରେ କୋରାପୁଟ ମାଟିରୁ ଉତ୍ପାଦିତ ଦ୍ରବ୍ୟର ଚାହିଦା ବଢୁଥିବାବେଳେ ଏହି କଳାଜିରା ଚାଉଳ ମଧ୍ୟ ଆଦୃତି ଲାଭ କରିଛି । ଲୋକେ ଏହାକୁ ଖାଇବା ପାଇଁ ପସନ୍ଦ କରୁଛନ୍ତି l

କୋରାପୁଟ ବ୍ଲକ ମାଛରା ଗାଁର ଶତାଧିକ ଆଦିବାସୀ ମହିଳା ଚାଷ କରୁଛନ୍ତି ଏହି ବିରଳ ଧାନ କଳାଜିରା । ଏଠାରୁ ଉତ୍ପାଦନ ହେଉଥିବା କଳାଜିରା ଧାନକୁ ଓରମାସ ଏବଂ ଜିଲ୍ଲା ପ୍ରଶାସନ ସହାୟତାରେ ଦିଲ୍ଲୀକୁ ପଠାଉଛନ୍ତି ଚାଷୀ  । ଏହି ଚାଉଳକୁ ପ୍ୟାକେଟିଂ କରାଯାଇ ବିକ୍ରି ମଧ୍ୟ କରାଯାଉଛି । ଏହି ଧାନରୁ ପ୍ରସ୍ତୁତ ଚାଉଳର ଏକ ସ୍ୱତନ୍ତ୍ର ସ୍ୱାଦ ସହ ବାସ୍ନା ବି ରହିଛି । ଉଚିତ୍ ପରିମାଣ ସହିତ ସଠିକ ଗୁଣବତା ପାଇଁ କୋରାପୁଟକୁ ରାଜ୍ୟ ବାହାର ବ୍ୟବସାୟୀଙ୍କ ସୁଅ ଛୁଟିଛି । ଦେଶର ବିଭିନ୍ନ ମେଟ୍ରୋସିଟିର ଆଉଟ୍ଲେଟ୍ ରେ ଏହି ଚାଉଳ ବିକ୍ରୀ ପାଇଁ ଆଗ୍ରହ ଦେଖାଉଛନ୍ତି । ଅନଲାଇନ ମାର୍କେଟିଂର ଅଗ୍ରଣୀ ସଂସ୍ଥା ଆମାଜନରେ ମଧ୍ୟ ଏହା ଉପଲବ୍ଧ ହେଉଛି ।

କୋରାପୁଟ ଜିଲ୍ଲାରେ ଉତ୍ପାଦିତ ହେଉଥିବା କଳାଜିରା ଚାଉଳକୁ ମିଳିବ କି ଜିଆଇ ଟ୍ୟାଗ୍ । ଚାଷୀଙ୍କୁ ପ୍ରୋତ୍ସାହନ ଦେବା ସହ ଉଚିତ୍ ପାରିଶ୍ରମିକ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ନିକଟରେ କୋରାପୁଟ ଜିଲ୍ଲା ଗସ୍ତରେ ଆସିଥିବା କୃଷି ସଚିବ ଅରବିନ୍ଦ ପାଢି ଏନେଇ ସୂଚନା ଦେଇଛନ୍ତି । ଯାହା ଜିଲ୍ଲାବାସୀଙ୍କ ମୁହଁରେ ହସ ଫୁଟାଇଛି । ଯଦି ଏହା ଖୁବ ଶୀଘ୍ର କାର୍ଯ୍ୟକାରୀ ତଥା ମାନ୍ୟତା ପାଇବ ତେବେ ଏଠାକାର ଚାଷୀ ଆହୁରି ପ୍ରୋତ୍ସାହିତ ହୋଇ ପାରିବେ l କଳାଜିରା ଚାଉଳର ଔଷଧୀୟ ଗୁଣ ପାଇଁ ଏହାର ଦେଶ ଓ ବିଦେଶରେ ମଧ୍ୟ ରହିଛି ଚାହିଦା । ଏହି ଚାଉଳ ଡାଇବେଟିସ୍ ରୋଗୀଙ୍କ ପାଇଁ ଖୁବ୍ ଉପକାରୀ । ବିଶେଷକରି କୋରାପୁଟ, କୋଟପାଡ, ବୈପାରିଗୁଡା ସହିତ ଜିଲ୍ଲା ଅନ୍ୟ ସମସ୍ତ ବ୍ଲକରେ ଏହି ଧାନ ଚାଷ କରାଯାଉଛି । ଚାଷୀ ମାନେ କିଭଳି ଅଧିକରୁ ଅଧିକ ଉତ୍ପାଦନ କରିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି ।

ମୁଖ୍ୟତଃ କୋରାପୁଟ ଜିଲ୍ଲା ଆଦିବାସୀ ତଥା ବନବାସୀମାନେ ଏହି ଧାନ ଚାଷ କରିଥାଆନ୍ତି । ଜିଲ୍ଲାରେ ବାର୍ଷିକ ପାଖାପାଖି ଶହେ କୁଇଂଟାଲ କଳାଜିରା ଧାନ ପ୍ରତିବର୍ଷ ଉତ୍ପାଦନ ହେଉଥିବା ଜଣାପଡ଼ିଛି । ତେଣୁ ଏହି ଚାଉଳକୁ ଜିଆଇ ଟ୍ୟାଗ୍ ମିଳିବା ନେଇ ଏକ ପ୍ରକାର ନୂଆ ସମ୍ଭାବନା ସୃଷ୍ଟି ହୋଇଛି । କୌଣସି ଉତ୍ପାଦର ମୂଳ ଭୌଗଳିକ କ୍ଷେତ୍ରକୁ ସ୍ୱତନ୍ତ୍ର ପରିଚୟ ଦିଏ ଜିଆଇ ଟ୍ୟାଗ୍ । ଏହି ପରିଚୟ ମିଳିବା ପରେ ଉତ୍ପାଦର ପ୍ରୋତ୍ସାହନ ଓ ଉତ୍ପାଦକଙ୍କୁ ମଧ୍ୟ ଏହାର ଲାଭ ମିଳିଥାଏ । ବିଶେଷ କରି କୃଷି, ହସ୍ତଶିଳ୍ପ, ଖାଦ୍ୟ ପଦାର୍ଥ ସହିତ ଉଦ୍ୟୋଗୀକ ଉତ୍ପାଦ ଗୁଡିକୁ ଏହି ଟ୍ୟାଗ ଦିଆଯାଏ । ତେବେ ଦେଖିବାକୁ ବାକି ରହିଲା କଳାଜିରା ଚାଉଳ କେବେ ପାଉଛି ଜିଆଇ ଟ୍ୟାଗ l

ଜଣାନ୍ତୁ କଳା ଧାନ ର ଉପକାରିତା, ଚାଷ ପ୍ରଣାଳୀ ଏବଂ ଭାରତର ବଜାରରେ ଏହାର ମୂଲ୍ୟ 

ମଧୁମେହ ରୋଗୀଙ୍କ ପାଇଁ କେତେ ଲାଭ ଦାୟକ କଳା ଚାଉଳ, ଜାଣନ୍ତୁ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments