1. କୃଷି ଖବର

ସୋରିଷ ତେଲର ଦର କମିବ କି ? ?

ସୋରିଷତେଲର ଦାମ ବହୁତ ଦିନ ହେଲା ବଢି ବଢି ଚାଲିଥିଲା, କିନ୍ତୁ ଏବେ ସୋରିଷତେଲରେ ଧୀରେ ଧୀରେ ଦାମ କମିବା ଦେଖାଯାଉଛି, ଏହା ସହ ସୋରିଷ ମଞ୍ଜିର ଦାମ ବି କମି କମି ଯାଉଛି ।

Sugyan Kumar Nayak
Sugyan Kumar Nayak
Mustard Oil

Mustard Oil

ସୋରିଷତେଲର ଦାମ ବହୁତ ଦିନ ହେଲା ବଢି ବଢି ଚାଲିଥିଲା, କିନ୍ତୁ ଏବେ ସୋରିଷତେଲରେ ଧୀରେ ଧୀରେ ଦାମ କମିବା ଦେଖାଯାଉଛି, ଏହା ସହ ସୋରିଷ ମଞ୍ଜିର ଦାମ ବି କମି କମି ଯାଉଛି । ସ୍ଥାନୀୟ ବଜାରରେ ସୋରିଷ ତେଲ, ସୋୟାବିନ ତେଲ, ବାଦାମ ତେଲର ଦର ଦାମ କଥା ବିଚାର କରିଲେ ଦେଖିବାକୁ ପାଇବା ଯେ, ଏହାର ଦାମ କମି ଆସିଛି । କୁହା ଯାଉଛି ଯେ ୮ ଜୁନ ଠାରୁ ଯେ କୌଣସି ସାଧାରଣ ତେଲକୁ ସୋରିଷତେଲ ସହ ମିଶାଇବାକୁ ବନ୍ଦ କରିଦିଆ ଯାଇଛି ।

ସୋରିଷ ତେଲର ଦାମ କମିବା

ବଜାରର କାରବାରକୁ ଦେଖିଲେ ଜଣାପଡ଼େ ଯେ,  ଏବେ ବଜାରରେ ଚାହିଦା କମ ଅଛି । ତେଣୁ ମାଲେସିଆ ଏକ୍ସଚେଞ୍ଜ ଅଧା ପ୍ରତିଶତ କମି ଯାଇଛି । ଏହି କାରଣ ରୁ ସୋରିଷ ଦାନା କ୍ରମଶଃ ୧୦୦ ଟଙ୍କା ଆଉ ୨୦୦ ଟଙ୍କା କମିବା ସହ ୭,୨୫୦ – ୭,୩୦୦ ଟଙ୍କା ଆଉ ୧୪,୫୦୦ ଟଙ୍କା ପ୍ରତି କୁଇଣ୍ଟାଲରେ ରହିଛି । ଏହା ସହ ଘଣା ସୋରିଷ ତେଲ ୩୦ ଟଙ୍କା ପରି ଦର କମିଛି l ସୋରିଷ ତେଲର ଦର ୨,୩୩୦ ରୁ ୨,୩୮୦ ଟଙ୍କା ଆଉ ୨,୪୩୦ ରୁ ୨,୫୩୦ ଟଙ୍କା ପ୍ରତିଦିନ ରହିଥାଏ ।

ଚାଷୀମାନଙ୍କୁ ହେବ କ୍ଷତି

ଯେଉଁଠାରେ ଗୋଟେ ପଟେ ସୋରିଷ ତେଲର ଦରଦାମ କମିବା ଦ୍ଵାରା ସାଧାରଣ ଲୋକମାନଙ୍କୁ ଟିକେ ଆଶ୍ଵସ୍ତି ମିଳିବ, ତ ଅନ୍ୟପଟେ ଚାଷୀମାନଙ୍କର ରୋଜଗାରରେ ଏହାର ପ୍ରଭାବ ପଡିବ । କାରଣ ସୋରିଷ ଦାନାର ଦାମ କମିଛି, ଏବେ ସୋରିଷ ଦାନାର MSP ୪,୬୫୦ ପ୍ରତି କୁଇଣ୍ଟାଲ ହିସାବରେ ସ୍ଥିର ରଖାଯାଇଛି ।

ରାଷ୍ଟ୍ରୀୟ ତୈଳବୀଜ ମିଶନ

କେନ୍ଦ୍ର ସରକାରଙ୍କ ଦ୍ଵାରା ଖାଇବା ତେଲର ଆମଦାନୀ ଉପରେ ନିର୍ଭରତା ହ୍ରାସ କରିବା ପାଇଁ ରାଷ୍ଟ୍ରୀୟ ତୈଳବୀଜ ମିଶନର ଆରମ୍ଭ କରାଯାଇଛି । ଏହି ମିଶନ ଅନୁସାରେ ୫ ବର୍ଷ ମଧ୍ୟରେ ୧୯ ହଜାର କୋଟି ଖର୍ଚ୍ଚ କରାଯିବ, ଏହାର ଲକ୍ଷ ତୈଳବୀଜ ଚାଷକୁ ପ୍ରୋତ୍ସାହନ ପ୍ରଦାନ କରିବା । ଏହିପରି ଭାବେ ଯେଉଁ ଅର୍ଥ ଆମେ ଅନ୍ୟ ଦେଶମାନଙ୍କୁ ଦେଉଛେ, ସେସବୁ ଆମ ଦେଶର ଚାଷୀ ଭାଇମାନଙ୍କୁ ମିଳିବ । କୁହାଯାଉଛି କି ଭାରତ ବର୍ଷକୁ ପାଖାପାଖି ୭୦ ହଜାର କୋଟି ଟଙ୍କାର ଖାଇବା ତେଲ ବିଦେଶରୁ ଆମଦାନୀ କରୁଛି ।

ବଜାର ଦର

  • ସୋରିଷ ଦାନା – ୭,୨୫୦ – ୭,୩୦୦ ଟଙ୍କା

  • ସୋରିଷ ତେଲ – ୨,୩୩୦ – ୨,୩୮୦ ଟଙ୍କା

  • ସୋରିଷ ଘଣା ତେଲ – ୨,୪୩୦ – ୨,୫୩୦ ଟଙ୍କା

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments