News

ଖସିବ ପାରଦ,୧୪ରୁ ବଢିବ ଶୀତ

୩ ଦିନ ପରେ ପୁଣି ପାରଦ ଖସିବ ଓ ବଢ଼ିବ ଶୀତ । ବାତ୍ୟା ମାଣ୍ଡୋସ୍‌ ପ୍ରଭାବରେ ରବିବାର ଦିନ ରାଜ୍ୟରେ ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ବର୍ଷା ହୋଇଯାଇଛି । ତେଣୁ ଶୀତ କମିଛି । ଆସନ୍ତା ୩ ଦିନ ଏମିତି ସ୍ଥିତି ଜାରି ରହିବା ପରେ ପୁଣି ଶୀତ ଫେରିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

12 December, 2022 10:48 AM IST By: Sudesna Nayak

୩ ଦିନ ପରେ ପୁଣି ପାରଦ ଖସିବ ଓ ବଢ଼ିବ ଶୀତ । ବାତ୍ୟା ମାଣ୍ଡୋସ୍‌ (Mandous)ପ୍ରଭାବରେ ରବିବାର ଦିନ ରାଜ୍ୟରେ ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ବର୍ଷା (RAIN) ହୋଇଯାଇଛି । ତେଣୁ ଶୀତ (Cold Wave) କମିଛି । ଆସନ୍ତା ୩ ଦିନ ଏମିତି ସ୍ଥିତି ଜାରି ରହିବା ପରେ ପୁଣି ଶୀତ ଫେରିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ସୂଚନା ଅନୁଯାୟୀ, ଆଜି ସୋମବାର (MONDAY)ଠାରୁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଆକାଶ ନିର୍ମଳ ରହିବ । ରାଜଧାନୀ ଓ ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ । ତାପମାତ୍ରା ସର୍ବାଧିକ ୨୯ ଡିଗ୍ରି ଓ ସର୍ବନିମ୍ନ ୧୭ଡିଗ୍ରି ମଧ୍ୟରେ ହିଁ ରହିବ ।

ଏବେ ଧାନ ଅମଳ ବେଳକୁ ପୁଣି ଦାଉ ସାଧିଛି ପ୍ରକୃତି । ତାମିଲନାଡ଼ୁ ଓ ଆନ୍ଧ୍ର ଉପକୂଳରେ ବାତ୍ୟା ମାଣ୍ଡୋସ୍‌ (Mandous)ର ପ୍ରଭାବରେ ଦକ୍ଷିଣ ଓଡ଼ିଶା (ODISHA)ର ବିଭିନ୍ନ ସ୍ଥାନରେ ଶୁକ୍ରବାର ଠାରୁ ଝିପିଝିପି ବର୍ଷା (RAIN) ଚାଲିଛି । ବର୍ଷା (RAIN) ପରିମାଣ ଅଧିକ ନଥିଲେ ମଧ୍ୟ ହିଁ ଅମଳ ଏକ ପ୍ରକାର ଅଟକି ଯାଇଛି । ଯାହାକୁ ନେଇ ଚାଷୀଙ୍କ ଚିନ୍ତା ବଢିଯାଇଛି ।

ଜାଣି ରଖନ୍ତୁ, ଚଳିତ ଖରିଫ୍‌ରେ ଗଞ୍ଜାମ (odisha district ganjam)ଜିଲ୍ଲାରେ ମୋଟ ୪ଲକ୍ଷ ୮ହଜାର ୫୪୮ ହେକ୍ଟର୍ ଜମିରେ ଚାଷ କରାଯାଇଛି । ସେଥିରୁ ୧ଲକ୍ଷ ୭୦ହଜାର ୩୨୮ ହେକ୍ଟର୍ ଜମିରେ ଧାନ ଚାଷ ହୋଇଥିବା ଜିଲ୍ଲା କୃଷି ବିଭାଗ ସୂତ୍ରରୁ ପ୍ରକାଶ ।

ସାମୁଦ୍ରିକ ଝଡ ମାଣ୍ଡୋସ୍‌ର ସ୍ଥଳଭାଗ ଛୁଇଁବା ପରେ ଧିରେ ଧିରେ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ତିରୁଭାଲୁର, ଚେନ୍ନାଇ, ଚେଙ୍ଗଲାପାଟୁ, କାଂଚିପୁରମ ଜିଲ୍ଲାରେ ଭୀଷଣ ବର୍ଷା (Rain) ସହ ଜୋରରେ ପବନ ବୋହୁଛି । ପ୍ରଶାସନ ପକ୍ଷରୁ ବାତ୍ୟା ଦୁର୍ବଳ ନହେବା ଯାଏଁ ଲୋକଙ୍କୁ ଘରୁ ନାବାହାରିବା ପାଇଁ ହିଁ ଦିଆଯାଇଛି ପରାମର୍ଶ ।

ପ୍ରକାଶ ଥାଉ ଯେ, ରବିବାର (SUNDAY)ଦିନ ମାଲକାନଗିରି ଜିଲ୍ଲା, କୋରାପୁଟ ଜିଲ୍ଲା, ରାୟଗଡ଼ା ଜିଲ୍ଲା, ନବରଙ୍ଗପୁର ଜିଲ୍ଲା, ନୂଆପଡ଼ା ଜିଲ୍ଲା, କଳାହାଣ୍ଡି ଜିଲ୍ଲା, କନ୍ଧମାଳ ଜିଲ୍ଲା ଓ ଗଜପତି ଜିଲ୍ଲା ଆଦି ଅଞ୍ଚଳର କିଛି ସ୍ଥାନରେ ହାଲୁକା ବର୍ଷା (RAIN) ହୋଇଛି ।

ପାଣିପାଗ ବିଭାଗର ସୂଚନା:ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା

ଓଡ଼ିଶାର ୭ ଜିଲ୍ଲାରେ ଆଜି ବର୍ଷା ସମ୍ଭାବନା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)