1. କୃଷି ଖବର

ବକ୍ରୀ ଇଦ ର ହାର୍ଦିକ ଅଭିନନ୍ଦନ !

ବକ୍ରୀ ଇଦ ର ହାର୍ଦିକ ଅଭିନନ୍ଦନ !

KJ Staff
KJ Staff

ବକ୍ରୀ ଇଦ ମୁସଲମାନ ପଞ୍ଜିକା ର ଅନ୍ତିମ ଅର୍ଥାତ ଦ୍ୱାଦଶ ମାସ(ଦୁ ଆଲ ହିଯାଃ) ରେ ପାଳନ କରାଯାଇଥାଏ|ଚନ୍ଦ୍ର ର ଗତି ବିଧି ଅନୁସାରେ ପରିଚାଳିତ ହୁଇଥିବା ମୁସମାଲ ପଞ୍ଜିକା ପ୍ରକୃତରେ ଗ୍ରେଗୋରିଆନ କ୍ୟାଲେଣ୍ଡର ହିସାବ ରେ ପରିବର୍ତନ ହୋଇଥାଏ |ଏହି ଦିନକୁ ବିଶ୍ୱ ସାରା ମୁସଲାମ ଧର୍ମ ର ଭକ୍ତ ମାନେ ବେଶ ଜୋରଦାର ରେ ପାଳନ କରିଥାନ୍ତି |

ଦୁ ଆଲ ହିଯାଃ ର ଦଶମ ଦିନରେ ଏହାକୁ ପାଳନ କରାଯାଇଥାଏ |ଏହି ସମୟରେ ମୁସଲାମ ମାନେ ହଜ ବା ତୀର୍ଥ ରେ ଯାଇଥାନ୍ତି |ଏହି ହଜ କୁ ସମସ୍ତ ମୁସଲମାନ  ଜୀବନରେ ;ଅତିକମ ରେ ଥରେ ଯିବାର ମାନ୍ୟତା ରହିଛି |
ଚଳିତ ବର୍ଷ ଇଦ ର ପାଳନ ଆଗାମୀ ରବିବାର ଅଗଷ୍ଟ ୧୧ ରୁ ନେଇ ଗୁରୁବାର ପର୍ଯ୍ୟନ୍ତ ଜାରି ରହିବ |


କଣ ରହିଛି ଏହାର ମାନ୍ୟତା ?


ବକ୍ରୀ ଇଦ ନାମ ହୋଇଥିବାରୁ ଏହି ଦିନ ଏକ ପ୍ରାଣୀ ର ବଳି ପଡେ ଏବଂ ଏହାକୁ  ସୁଆଦିଆ ବ୍ୟଞ୍ଜନ ଭାବେ ରାନ୍ଧି ପରିବାର ବର୍ଗ ମାନେ ବେଶ ହସ ଖୁସି ରେ ମିଶିକି ଖାଇଥାନ୍ତି |ଏହାକୁ ଗରିବ ମାନଙ୍କ ମଧ୍ୟରେ ବଣ୍ଟା ଯାଇଥାଏ |

କିପରି କରନ୍ତି ପାଳନ ?


ବକ୍ରୀ ଇଦ ୩ ଦିନ ଯାଏ ପାଳନ କରାଯାଇଥାଏ |ଏହି ଦିନରେ ସକାଳୁ ଉଠି ଅଃଳାଃ ଙ୍କୁ ପାର୍ଥନା କରିବା ସାଙ୍ଗରେ ସମସ୍ତ ଙ୍କର ମଙ୍ଗଳ କାମନା କରାଯାଇଥାଏ |ଏହା ବ୍ୟତୀତ ନୂତନ ପରିଧାନ  ସହ ବିଭିନ୍ନ ଉପହାର ମଧ୍ୟ ପରସ୍ପର କୁ ଦେବା ସହ ପରିବାର ବର୍ଗ ମିଶି ପାରମ୍ପରିକ ଖାଦ୍ୟ ଖାଇବା ସାଙ୍ଗରେ ଇଦ ର ଅନ୍ତିମ ଦିନରେ ଏକ ବୋଦା ଛେଳି  କୁ ବଳି ପକାଇ ତାହାକୁ ଭୋଜି ଭାବେ ଖାଇଥାନ୍ତି |ଏହା ଦ୍ୱାରା ସେମାନେ  ସନ୍ଥ  ଇବ୍ରାହ୍ମୀମ ଙ୍କର ବଳିଦାନ ଏବଂ ଈଶ୍ୱର ଙ୍କର ତାଙ୍କ ଉପରେ ଥିବା କୃପା କୁ ଦର୍ଶାଇଥାନ୍ତି |
ବିଭିନ୍ନ ସ୍ୱାଦିଷ୍ଟ ବ୍ୟଞ୍ଜନ ଯଥା ମଟନ କିମା,ମଟନ ବିରିୟାନୀ ,ମଟନ କୋର୍ମା,ଏବଂ ଖିରି ପରି ବିଭିନ୍ନ ଖାଦ୍ୟ ସହପାଳିତ ହୁଏ ବକ୍ରୀ ଇଦ | 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments