ବର୍ତ୍ତମାନ ନାରୀଙ୍କ ପାଇଁ ଅନେକ ପ୍ରକାର ରୋଜଗାର ମାଧ୍ୟମ ହେଲାଣି ଯାହାଦ୍ୱାରା ମହିଳା ଟଙ୍କା ରୋଜଗାର କରି ପାରୁଛନ୍ତି l ଆର୍ଥିକ କ୍ଷେତ୍ରରେ ମଜବୁତ ହୋଇପାରିଛନ୍ତି l ଚାଷ ରୁ ଆରମ୍ଭ କରି ସରକାରୀ ଚାକିରୀ କ୍ଷେତ୍ରରେ ମଧ୍ୟ ବର୍ତ୍ତମାନ ମହିଳା ପ୍ରଥମ ସ୍ଥାନରେ ରହିଛନ୍ତି l ଏହି ପରିପ୍ରେକ୍ଷୀରେ ଡିସେମ୍ବର ୧ ରୁ ୩ ତାରିଖ ପର୍ଯ୍ୟନ୍ତ କୃଷି ଜାଗରଣ ଦ୍ୱାରା ଆୟୋଜିତ ହୋଇଥିବା "ମିଲେନିୟର୍ ଫାର୍ମର ଅଫ୍ ଇଣ୍ଡିଆ ଆୱାର୍ଡ ୨୦୨୪" ରେ ନିତୁବେନ ପଟେଲ ଦେଶର ଶ୍ରେଷ୍ଠ ଧନୀ ମହିଳା ଚାଷୀ ଭାବରେ ସମ୍ମାନିତ ହୋଇଛନ୍ତି l
ନିତୁବେନ ପଟେଲ ୧୦,୦୦୦ ଏକରରେ ପ୍ରାୟତଃ ୨୫୦ ଜୈବିକ ଉତ୍ପାଦ ଲଗାଇଛନ୍ତି l ଯାହାର ନାମ " ସାଜିଭନ୍ " ରଖିଛନ୍ତି l ଜୈବିକ କୃଷିରେ ଉତ୍କୃଷ୍ଟ ଅବଦାନ ରଖିଛନ୍ତି ନିତୁବେନ ପଟେଲ l ଅନ୍ୟପଟେ ୫୦୦୦ ପୁରୁଷ ଓ ମହିଳା ଚାଷୀଙ୍କୁ ତାଲିମ ପ୍ରଦାନ କରିଛନ୍ତି l ସେମାନଙ୍କୁ ଜୈବିକ ଚାଷରେ ପ୍ରେରଣା ପ୍ରଦାନ କରି ଜୈବିକ ଚାଷକୁ ଉତ୍ସାହିତ କରିଛନ୍ତି । ତେବେ କୃଷି ଜାଗରଣ ଦ୍ୱାରା ଆୟୋଜିତ ହୋଇଥିବା କୃଷି ମହାକୁମ୍ଭ ତାଙ୍କୁ 'ଭାରତର ଧନୀ କୃଷକ' ପୁରସ୍କାର ୨୦୨୪ ରେ ପୁରସ୍କୃତ କରାଯାଇଥିଲା l ଯାହା ତାଙ୍କର କୃଷି ଉଦ୍ୟୋଗ ଏବଂ ପରିବେଶ ପ୍ରୟାସର ପ୍ରମାଣ ପ୍ରଦାନ କରେ l ଏହି କାର୍ଯ୍ୟକ୍ରମ ମହିନ୍ଦ୍ରା ଟ୍ରାକ୍ଟରସ ଦ୍ୱାରା ମୁଖ୍ୟ ପ୍ରାୟୋଜିତ l
ନିତୁବେନ ପଟେଲ କୃଷିକୁ ବ୍ୟବସାୟ ନୁହେଁ ବରଂ ଏକ ସାମାଜିକ ସେବାରେ ପରିବର୍ତ୍ତନ କରିଛନ୍ତି । ନିତୁବେନ ପଟେଲ ତାଙ୍କ କାର୍ଯ୍ୟ ମାଧ୍ୟମରେ ଆଜି ପ୍ରମାଣ କରିଛନ୍ତି ଯେ ଯଦି ମହିଳାମାନେ ସଠିକ୍ ମାର୍ଗଦର୍ଶନ ପାଇବେ ତେବେ ସେମାନେ ଯେ କୌଣସି କ୍ଷେତ୍ରରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିବେ l ନିଜ ଦୃଢ଼ ମନବଳ ଏବଂ ଚେଷ୍ଟାଶକ୍ତି ଦ୍ୱାରା ଆଜି ସଫଳ ମହିଳା କୃଷି ଉଦ୍ୟୋଗୀ ହୋଇପାରିଛନ୍ତି l
ନିତୁବେନ ପଟେଲ ହେଉଛନ୍ତି ଗୁଜରାଟର ରାଜକୋଟ ଜିଲ୍ଲାର ବାସିନ୍ଦା l କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡକାରୀଙ୍କ ଦ୍ୱାରା ଦେଶର ଧନୀ ମହିଳା ଚାଷୀ ଭାବେ ସେ ସମ୍ମାନିତ ହୋଇଛନ୍ତି l ମହିଳାଙ୍କ ପାଇଁ ସେ ପ୍ରେରଣା ପାଲଟିଛନ୍ତି l ସେ ସାବ୍ୟସ୍ତ କରିଛନ୍ତି ଯେ ଇଛାଶକ୍ତି ମାଧ୍ୟମରେ ସଫଳତା ହାସଲ କରିବା ଖୁବ ସହଜ ହୋଇଥାଏ l ନିତୁବେନ ପଟେଲଙ୍କ ଦ୍ୱାରା ପ୍ରଦର୍ଶିତ ପଥ ଅନୁସରଣ କରି ଦେଶର ଅନେକ ମହିଳାମାନେ କେବଳ ଆଜି ନିଜ ପରିବାରକୁ ଖୁସି ଦେଇ ନାହାନ୍ତି ବରଂ ସମଗ୍ର ସମାଜ ପାଇଁ ଏକ ପ୍ରେରଣା ମଧ୍ୟ ହୋଇପାରିଛନ୍ତି। ତାଙ୍କ ସଫଳତା ମାଧ୍ୟମରେ, ସେ ପ୍ରମାଣ କରିଛନ୍ତି ଯେ କୃଷିରେ ମହିଳା ଉପଯୁକ୍ତ ସୁଯୋଗ ଏବଂ ମାର୍ଗଦର୍ଶନ ପାଆନ୍ତି ତେବେ ସେମାନଙ୍କ ପାଇଁ ସମ୍ଭାବନା ଅଧିକ ରହିଛି l
Read more:
Share your comments