1. କୃଷି ଖବର

କୃଷିରେ ମହିଳା ଚାଷୀଙ୍କ ଭୂମିକା

ପୁସା ରେ ଆୟୋଜିତ ହୋଇଥିବା ମିଲେନିୟର ଫାର୍ମର ଅଫ ଇଣ୍ଡିଆ ୨୦୨୩ ପୁରସ୍କାର ର ଆଜି ହେଉଛି ୨ୟ ଦିନ l ଦ୍ଵିତୀୟ ଦିନରେ ମଧ୍ୟ କୃଷି ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ସଫଳ ମହିଳା ଚାଷୀ l

Tanushree Mahapatra
Tanushree Mahapatra
woman role in agriculture field

woman role in agriculture field

ପୁସା ରେ ଆୟୋଜିତ ହୋଇଥିବା ମିଲେନିୟର ଫାର୍ମର ଅଫ ଇଣ୍ଡିଆ ୨୦୨୩ ପୁରସ୍କାର ର ଆଜି ହେଉଛି ୨ୟ ଦିନ l ଦ୍ଵିତୀୟ ଦିନରେ ମଧ୍ୟ କୃଷି ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ସଫଳ ମହିଳା ଚାଷୀ l କୃଷି ଜାଗରଣ ଦ୍ୱାରା ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ରାଜ୍ୟରୁ ଚାଷୀ ଯୋଗଦେଇଥିଲେ l

ଆଜି ମଧ୍ୟ ଅନେକ ଦିଗକୁ ଗୁରୁତ୍ୱ ଦେଇ ବିଭିନ ମୁଖ୍ୟ ବିଷୟ ଉପରେ ଆଲୋଚନା କରାଯାଇଥିଲା l ଏହା ମଧ୍ୟରେ ରହିଥିଲା ମହିଳା ଚାଷୀଙ୍କ ଚାଷ କ୍ଷେତ୍ର ଏବଂ ଅର୍ଥନୀତିରେ ଭୂମିକା କଣ ରହିଛି l କିପରି ମହିଳା ଧୀରେ ଧୀରେ ଚାଷ କ୍ଷେତ୍ରରେ ଭାଗ ନେଉଛନ୍ତି ଏବଂ କିପରି ସଫଳ ମଧ୍ୟ ହେଉଛନ୍ତି l ମହିଳା ଆଜି ଦେଶର ଅର୍ଥନୀତିକୁ ମଜବୁତ କରିବାରେ ଅନେକ ପ୍ରତିଶତ ସହାୟତା ପ୍ରଦାନ କରୁଛନ୍ତି l

ତେବେ ଆଜି ଏପରି କିଛି ସଫଳ ମହିଳା ମଞ୍ଚ ଉପରେ ଉପସ୍ଥିତ ଥିଲେ ଯେଉଁ ମାନଙ୍କର ଏକ ବଳିଷ୍ଠ ଭୂମିକା ରହିଛି କୃଷି ତଥା ଅନ୍ୟାନ୍ୟ କ୍ଷେତ୍ରରେ l ଏହି ମହିଳା ମାନେ ଅନ୍ୟ ମହିଳାଙ୍କ ପାଇଁ ଉଦାହର ହୋଇପାରିଛନ୍ତି l ମହିଳାଙ୍କୁ ନିଜ ବକ୍ତବ୍ୟ ମାଧ୍ୟମରେ ଉତ୍ସାହିତ କରିଥିବାର ଦେଖିବାକୁ ମିଳିଥିଲା l ତେବେ ଆଜି ଆମ ସହିତ ଉପସ୍ଥିତ ଥିବା ସେହି ମହିଳାଙ୍କ ପରିଚୟ ହେଉଛି - dr neelam patel ( senior advisor , agriculture , NITI Aayog ) , smt Savita malik ( expert and tainer , keet saksharta mission ) , ms divya rawat ( mushroom enterprenure , dehradun ) , suman dsharma ( progressive farmer , rajasthan ) , simrit kaur ( principal , shriram college of commerce , DU ) l

ଆମ ସହିତ ଉପସ୍ଥିତ ଥିବା ତେହି ସମସ୍ତ ମହାନ ମହିଳାମାନେ ନିଜ ଦ୍ୱାରା ଅନେକ ପ୍ରତିଷ୍ଠାନ ପ୍ରତିଷ୍ଠା କରିଛନ୍ତି ଯାହା ପାଇଁ ଅନେକ ମହିଳା କୃଷିରେ ଯୋଗ ଦେବା ସହିତ ନିଜପାଇଁ ରୋଜଗାରର ପନ୍ଥା ମଧ୍ୟ ପାଇ ପାରୁଛନ୍ତି l କିପରି ଆମେ ନୂଆ ଜ୍ଞାନକୌଶଳ ବ୍ୟବହାର କରି ପାରିବ କୃଷିରେ ଯାହା କୃଷି ଆଗାମୀ ଭବିଷ୍ୟତ ପାଇଁ ସୁଦୃଢ କରିବା ସେଥିପ୍ରତି ଧ୍ୟାନ କେନ୍ଦ୍ରିତ କରାଯାଇଥିଲା l ମହିଳା କୃଷୀଙ୍କୁ କିପରି ଉତ୍ସାହିତ କରିହେବ ତାହା ଉପରେ ଧ୍ୟାନ ଦିଆଯାଇଥିଲା l କିପରି କୃଷିରେ ନୂଆ ନୀତି ଆପଣ ଯାଇପାରିବ ସେଥିପାଇଁ ଧ୍ୟାନ ଦିଆଯିବ ପାଇଁ କହିଥିଲେ ଏହି ସଫଳ ମହିଳା ମାନେ l 

ଭଲ ପାଣିପାଗ , କୀଟନାଶକ ବ୍ୟବହାର , ଅନ୍ୟାନ୍ୟ ସାର ବ୍ୟବହାର ଉପରେ ଧ୍ୟାନ ଦେଇଥିଲେ ମହିଳା l ମୃତ୍ତିକା , ପୋଷାକ ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା l ତେବେ ଚାଷରେ କୀଟ ରୋକିବାକୁ ହେଲେ ପ୍ରଥମେ ଜାଣିବା ଆବଶ୍ୟକ ଯେ କେଉଁ କୀଟ ଚାଷ ପାଇଁ ଉପକାରୀ ଏବଂ କେଉଁ କୀଟ ଫସଲ ନଷ୍ଟ କରୁଛି l ଏହା ଜାଣିବା ପରେ ହିଁ ଆପଣ ଚାଷରେ କୀଟନାଶକ ବ୍ୟବହାର କଲେ ଉଚିତ ଅମଳ କମ ଖର୍ଚ୍ଚରେ ପାଇ ପାରିବେ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ